ମା’ ତାରାତାରିଣୀ ପୀଠରୁ ଚୋରି ଏକ ଅଶୁଭ ସଙ୍କେତ, ପୁରୁଣା ଘଟଣାକୁ ମନେ ପକାଇ…
ପୁରୁଷୋତ୍ତମପୁର,୭ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚୋରି ହେବା ଘଟଣା ଏକ ଅଶୁଭ ସଙ୍କେତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଯାହାକି ଠିକ୍ ୩୦ ବର୍ଷ ପୂର୍ବେ ୧୯୯୪ରେ ଏପରି ମା’ଙ୍କ ଚଳନ୍ତି ପ୍ରତିମାକୁ ଦୁର୍ବୃତ୍ତମାନେ ଚୋରାଇ ନେଇଥିଲେ। ଏହା ପୁରୁଷୋତ୍ତମପୁର ଅଞ୍ଚଳ ଲାଗି ଅଶୁଭ ସଙ୍କେତ ହୋଇପଡ଼ିଥିଲା। ଯାହାକି ସେତେବେଳେ ଘଟଣାର କିଛିମାସ ପରେ ପୁରୁଷୋତ୍ତମପୁରବାସୀ ଦୁଇ ଦୁଇଟି ଅପବାଦର ଶିକାର ହୋଇ ଧନଜୀବନ ହରାଇଥିଲେ। ସେହି ୧୯୯୪ରେ […] The post ମା’ ତାରାତାରିଣୀ ପୀଠରୁ ଚୋରି ଏକ ଅଶୁଭ ସଙ୍କେତ, ପୁରୁଣା ଘଟଣାକୁ ମନେ ପକାଇ… appeared first on Dharitri Odia News.
ପୁରୁଷୋତ୍ତମପୁର,୭ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚୋରି ହେବା ଘଟଣା ଏକ ଅଶୁଭ ସଙ୍କେତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଯାହାକି ଠିକ୍ ୩୦ ବର୍ଷ ପୂର୍ବେ ୧୯୯୪ରେ ଏପରି ମା’ଙ୍କ ଚଳନ୍ତି ପ୍ରତିମାକୁ ଦୁର୍ବୃତ୍ତମାନେ ଚୋରାଇ ନେଇଥିଲେ। ଏହା ପୁରୁଷୋତ୍ତମପୁର ଅଞ୍ଚଳ ଲାଗି ଅଶୁଭ ସଙ୍କେତ ହୋଇପଡ଼ିଥିଲା। ଯାହାକି ସେତେବେଳେ ଘଟଣାର କିଛିମାସ ପରେ ପୁରୁଷୋତ୍ତମପୁରବାସୀ ଦୁଇ ଦୁଇଟି ଅପବାଦର ଶିକାର ହୋଇ ଧନଜୀବନ ହରାଇଥିଲେ। ସେହି ୧୯୯୪ରେ ଏଠାରେ ଗୋଟିଏ ପଟେ ମଦମୃତ୍ୟୁର ବୀଭିଷିକା ଦେଖା ଦେଇଥିବାବେଳେ ଅନ୍ୟ ପଟେ ଗୁଳିକାଣ୍ଡ ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ମଦମୃତ୍ୟୁରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଅନ୍ଧ ହୋଇ ପଡ଼ିଥିଲେ। ସେହିପର ଅନ୍ୟ ଏକ ଘଟଣାରେ ପରିସ୍ଥିତି ଅଣାୟତ ହୋଇ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏପରିକି ପୋଲିସକୁ ଗୁଳି ଚଲାଇବାକୁ ପଡ଼ିଥିଲା। ତହସିଲ କାର୍ଯ୍ୟାଳୟକୁ ଲୋକେ ଜାଳି ଦେଇଥିଲେ। ପୋଲିସର ଗୁଳିରେ ଅନେକ ବ୍ୟକ୍ତି ଆହତ ହୋଇ ପଙ୍ଗୁ ପାଲଟି ଅଦ୍ୟାବଧି ଜୀବନ କାଟୁଛନ୍ତି।
ଏହାସହ ବହୁ ନିରୀହଙ୍କୁ ଜେଲ୍ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥିଲା। ଏହି ଘଟଣାକୁ ନେଇ ସେତେବେଳର ସରକାର ଓ ପ୍ରଶାସନକୁ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା। ବର୍ତ୍ତମାନ ପୁଣି ତାରାତାରିଣୀଙ୍କ ଅଳଙ୍କାର ଓ ଭକ୍ତଙ୍କ ଦାନଟଙ୍କା ଚୋରିକୁ ନେଇ ଲୋକଙ୍କ ମଧ୍ୟରେ ସେହି ପୁରୁଣା ଘଟଣା ସବୁ ମନେ ପଡ଼ିଯାଇଛି। କିପରି ସେ ଭଳି କିଛି ବିପତ୍ତି ପୁଣି ଏହି ଅଞ୍ଚଳ ସହ ରାଜ୍ୟ ଲାଗି ମାଡ଼ି ନ ଆସୁ ବୋଲି ଲୋକେ ଭଗବାନଙ୍କୁ ପ୍ରାର୍ଥନା କରିବାରେ ଲାଗିଛନ୍ତି। ବୟସ୍କ ବ୍ୟକ୍ତିମାନେ ତାରାତାରିଣୀଙ୍କ ପୀଠରୁ ଚୋରି ଏକ ଅଶୁଭ ସଙ୍କେତ ବୋଲି କହି ସରକାର, ପ୍ରଶାସନଠାରୁ ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ସତର୍କତାର ସହ କାର୍ଯ୍ୟ କରି କରିବାକୁ ଅଞ୍ଚଳବାସୀ କହିଛନ୍ତି।
The post ମା’ ତାରାତାରିଣୀ ପୀଠରୁ ଚୋରି ଏକ ଅଶୁଭ ସଙ୍କେତ, ପୁରୁଣା ଘଟଣାକୁ ମନେ ପକାଇ… appeared first on Dharitri Odia News.