ମା’ ତାରାତାରିଣୀ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା, ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ୩ ମନ୍ତ୍ରୀ

ପୁରୁଷୋତ୍ତମପୁର,୩ା୧୦(ସୀମାଞ୍ଚଳ ମିଶ୍ର): ଗୁରୁବାରଠାରୁ ସମସ୍ତ ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ସେହିକ୍ରମରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ମଧ୍ୟ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମଦିନରେ ମା’ ଶୈଳପୁତ୍ରୀ ବେଶରେ ସଜ୍ଜିତହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ଓ ବିଧାୟକମାନେ ଆସି ମା’ଙ୍କଠାରେ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଭୋର୍‌ରୁ ମା’ଙ୍କ ଦ୍ବାରଫିଟା ନୀତି ହୋଇ ସେବାୟତମାନେ ମା’ ତାରାତାରିଣୀ ଦୁଇଭଉଣୀଙ୍କୁ […] The post ମା’ ତାରାତାରିଣୀ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା, ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ୩ ମନ୍ତ୍ରୀ appeared first on Dharitri Odia News.

ମା’ ତାରାତାରିଣୀ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା, ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ୩ ମନ୍ତ୍ରୀ

ପୁରୁଷୋତ୍ତମପୁର,୩ା୧୦(ସୀମାଞ୍ଚଳ ମିଶ୍ର): ଗୁରୁବାରଠାରୁ ସମସ୍ତ ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ସେହିକ୍ରମରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ମଧ୍ୟ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମଦିନରେ ମା’ ଶୈଳପୁତ୍ରୀ ବେଶରେ ସଜ୍ଜିତହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ଓ ବିଧାୟକମାନେ ଆସି ମା’ଙ୍କଠାରେ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଭୋର୍‌ରୁ ମା’ଙ୍କ ଦ୍ବାରଫିଟା ନୀତି ହୋଇ ସେବାୟତମାନେ ମା’ ତାରାତାରିଣୀ ଦୁଇଭଉଣୀଙ୍କୁ ସୁସଜ୍ଜିତ ବେଶରେ ସଜ୍ଜିତ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ମା’ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଜିଲା ଓ ଜିଲା ବାହାରରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ମନ୍ଦିରକୁ ଆସି ଲମ୍ବା ଲାଇନ୍‌ରେ ଦୀର୍ଘ ସମୟ ଧରି ଠିଆ ହୋଇ ମା’ଙ୍କୁ ଦର୍ଶନ କରିଥିଲେ।

ତେବେ ଦର୍ଶନ ପାଇଁ ଆସିଥିବା ସାଧାରଣ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା। ଯାହାକି କିଛି ସେବାୟତ ନିଜ ନିଜର ବ୍ୟବସାୟରେ ଲାଗିପଡ଼ି ଯେଉଁ ଭକ୍ତ ମୋଟା ଅଙ୍କର ଦକ୍ଷିଣା ଦେଲା ତାଙ୍କୁ ନେଇ ମା’ଙ୍କୁ ଦର୍ଶନ କରାଉଥିବା ବେଳେ ସାଧାରଣ ଗରିବ ଭକ୍ତମାନେ ଘଣ୍ଟାଘଣ୍ଟା ଠିଆହୋଇ ମା’ଙ୍କ ଦର୍ଶନ ପାଇ ନ ପାରି ନିରାଶରେ ଫେରିଯିବାର ଦେଖିବାକୁ ମିଳିଥିଲା। ଏଣୁ ଏଥିପ୍ରତି ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇ କିଛି ସେବାୟତ ଚଳାଇଥିବା ଏଭଳି ବ୍ୟବସାୟିକ କାର୍ଯ୍ୟକଳାପକୁ ବନ୍ଦ କରି ଭକ୍ତମାନଙ୍କ ଦର୍ଶନ ପ୍ରତି ଗୁରୁତ୍ୱ ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି ।

ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ଦଶମୀ ପର୍ଯ୍ୟନ୍ତ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନିଳମଣି ବିଷୋୟୀ, ଘୁମୁସର ଜିଲା ଭାଜପା ସମ୍ପାଦକ ଅନିଲ କୁମାର ପଣ୍ଡା, ଆସିକା ସଂଯୋଜକ ଜୟନାରାୟଣ ଦାଶ, ସୀତାରାମ ପାଣିଗ୍ରାହୀ ମା’ଙ୍କ ନିକଟକୁ ଆସି ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳକାମନା କରିବା ସହ ମନ୍ଦିର ଚତୁଃପାର୍ଶ୍ୱ ବୁଲିଦେଖି ଆହୁରି ବିକାଶ କରିବା ଲାଗି ପଦକ୍ଷେପ ନେବାର କହିଥିଲେ। ଏପରିକି ଉପସ୍ଥିତ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ତାରାତାରିଣୀଙ୍କ ପୀଠକୁ ଭକ୍ତମାନେ ସୁବିଧାରେ ଆସିବା ଓ ଗମନାଗମନ ଲାଗି ପଶ୍ଚିମବଙ୍ଗର ଦକ୍ଷୀଣ କାଳୀ ପୀଠ ଓ ପୁରୀ ଜଗନ୍ନାଥ ମନ୍ଦିର ଆଦି ପ୍ରମୁଖ ସ୍ଥାନକୁ ସଂଯୋଗ ଲାଗି ସ୍ବତନ୍ତ୍ର ଭଲ୍‌ବୋ ବସ୍‌ ଚଳାଚଳର ବ୍ୟବସ୍ଥା କରାଯିବା ନେଇ ପ୍ରକାଶ କରିଥିଲେ।

The post ମା’ ତାରାତାରିଣୀ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା, ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ୩ ମନ୍ତ୍ରୀ appeared first on Dharitri Odia News.