ମା ପଦ୍ମାସିନୀଙ୍କ ପୀଠରେ ଶାରଦୀୟ ପୂଜା ମହୋତ୍ସବ
ଝାରସୁଗୁଡା ୧୦/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ସ୍ଥିତ ଜଗତ ଜନନୀ ମା ପଦ୍ମାସିନୀଙ୍କ ପୀଠରେ ପବିତ୍ର ମହାଲୟା ଅମାବାସ୍ୟା ଠାରୁ ଶାରଦୀୟ ପୂଜା ମହୋତ୍ସବ ଆରମ୍ଭ ହୋଇ ଯାଇଛି । ଆଶ୍ୱିନ ଶୁକ୍ଳପକ୍ଷ ପଞ୍ଚମୀ ମଙ୍ଗଳବାର ସନ୍ଧ୍ୟାରେ ବିଲ୍ବାଧିବାସ, ଷଷ୍ଠୀ ତିଥି ବୁଧବାର ସକାଳେ ସପ୍ତମୀ ବିହିତ କଳସ ସ୍ଥାପନ, ନବ ପତ୍ରିକା ପ୍ରବେଶ,ଚଣ୍ଡୀପାଠ,ହୋମ,ଆଳତୀ, ପୁଷ୍ପାଞ୍ଜଳି ଆଦି ପୂଜାବିଧି ହୋଇଥିବା ବେଳେ ଗୁରୁବାର ଅଷ୍ଟମୀ ତିଥିରେ ମା ଙ୍କ ମହା […] The post ମା ପଦ୍ମାସିନୀଙ୍କ ପୀଠରେ ଶାରଦୀୟ ପୂଜା ମହୋତ୍ସବ appeared first on Odisha.News.

ଝାରସୁଗୁଡା ୧୦/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ସ୍ଥିତ ଜଗତ ଜନନୀ ମା ପଦ୍ମାସିନୀଙ୍କ ପୀଠରେ ପବିତ୍ର ମହାଲୟା ଅମାବାସ୍ୟା ଠାରୁ ଶାରଦୀୟ ପୂଜା ମହୋତ୍ସବ ଆରମ୍ଭ ହୋଇ ଯାଇଛି । ଆଶ୍ୱିନ ଶୁକ୍ଳପକ୍ଷ ପଞ୍ଚମୀ ମଙ୍ଗଳବାର ସନ୍ଧ୍ୟାରେ ବିଲ୍ବାଧିବାସ, ଷଷ୍ଠୀ ତିଥି ବୁଧବାର ସକାଳେ ସପ୍ତମୀ ବିହିତ କଳସ ସ୍ଥାପନ, ନବ ପତ୍ରିକା ପ୍ରବେଶ,ଚଣ୍ଡୀପାଠ,ହୋମ,ଆଳତୀ, ପୁଷ୍ପାଞ୍ଜଳି ଆଦି ପୂଜାବିଧି ହୋଇଥିବା ବେଳେ ଗୁରୁବାର ଅଷ୍ଟମୀ ତିଥିରେ ମା ଙ୍କ ମହା ଅଷ୍ଟମୀ ପୂଜା,ଚଣ୍ଡୀପାଠ, ହୋମ ଆଦି ପୂଜାକାର୍ଯ୍ୟ ସହ ସନ୍ଧ୍ୟାରେ ବ୍ରତଧାରୀ ଭଉଣୀ ମାନେ ଭାଇ ମାନଙ୍କ ସର୍ବ ମଙ୍ଗଳ କାମନା ନିମନ୍ତେ ମା ଙ୍କ ପୀଠରେ ଭାଇ ଜିଉନ୍ତିଆ ପୂଜା କରିଥିଲେ । ସେହିଭଳି ଶୁକ୍ରବାର ନବମୀ ବିହିତ ପୂଜା, ଚଣ୍ଡୀପାଠ, ହୋମ ଆଳତୀ, ପୁଷ୍ପାଞ୍ଜଳି ଏବଂ ଦିବା ୧୧ ଟା ୫୪ ମି ରେ ମା ଙ୍କ ସନ୍ଧିପୂଜା ଆରମ୍ଭ ହୋଇ ରାତ୍ର ୧୨ ଟା ୫୪ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ଶନିବାର ଅର୍ଥାତ ଅନ୍ତିମ ଦିବସରେ ଦେବୀଙ୍କ ଯଥୋପଚାର ପୂଜା, ନବ କୁମାରୀ ପୂଜନ, ସର୍ବ ଦେବାଦେବୀ ପୂଜନ, ପୂର୍ଣ୍ଣାହୁତି, ଅପରାଜିତା ପୂଜା ପରେ ଘଟ ବିସର୍ଜନ ଓ ସାମୁହିକ ଆଶୀର୍ବାଦ ଏବଂ ସନ୍ଧ୍ୟାରେ ରଣଜିତା ଶୋଭାଯାତ୍ରା ଓ ରାବଣ ଦହନ କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।
ମା ପଦ୍ମାସିନୀଙ୍କ ଉକ୍ତ ପାର୍ବଣ ପୂଜାରେ ପ୍ରମୋଦ ସାହୁ ଓ ପତ୍ନୀ ବିମଳା ସାହୁ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ପଣ୍ଡିତ ସରୋଜ ଦାସ ଓ ସହଯୋଗୀ ପଣ୍ଡିତ ପ୍ରମୋଦ ମହାପାତ୍ର ପୂଜାକାର୍ଯ୍ୟ ସମ୍ପାଦନା କରୁଛନ୍ତି । କାର୍ଯ୍ୟକ୍ରମକୁ ପୁକା କମିଟିର ସଭାପତି ମଙ୍ଗଲୁ ମେହେର, ଉପସଭାପତି ପ୍ରକାଶ ସାହୁ,ସମ୍ପାଦକ ସଚ୍ଚିଦାନନ୍ଦ ଭୋଇ,ସହ ସମ୍ପାଦକ ରାସ ବିହାରି ମେହେର, କୋଷାଧ୍ୟକ୍ଷ ପ୍ରେମାନନ୍ଦ ପଟେଲ, ସହ କୋଷାଧ୍ୟକ୍ଷ ଜୟନ୍ତ ରାଉତଙ୍କ ସମେତ ଭବାନୀ ମେହେର,ପୌଲସ୍ତ୍ୟ ମେହେର, ଦୁଃଖୀଶ୍ୟାମ ପଟ୍ଟନାୟକ,ସରୋଜ ନନ୍ଦ, ସୁବାସ ମେହେରଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନାରେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ।
The post ମା ପଦ୍ମାସିନୀଙ୍କ ପୀଠରେ ଶାରଦୀୟ ପୂଜା ମହୋତ୍ସବ appeared first on Odisha.News.