ଅଡ଼ାଖୁ ପରେ ଏବେ କଟୋଡ଼ିକୁ ବ୍ୟାପିଲା ଡାଇରିଆ, ଜଣକର ମୃତ୍ୟୁ, ୨ ଗୁରୁତର

କଳାହାଣ୍ଡି, ୦୩/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅଡ଼ାଖୁ ଗାଁରେ ଡାଇରିଆ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବି ଦଶରୁ ଅଧିକ ଲୋକେ ଆକ୍ରାନ୍ତ ଅଛନ୍ତି। ଲଗାତାର ମେଡିକାଲ ଟିମର ଗସ୍ତ ପରେ ଅଡ଼ାଖୁ ଗାଁରେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣରେ ଥିବାବେଳେ ନିକଟସ୍ଥ ଗାଁ କଟୋଡ଼ିକୁ ବ୍ୟାପିଛି ଡାଇରିଆ। ଗାଁରେ ତିନି ଜଣ ଆକ୍ରାନ୍ତ ହୋଇଥିବାବେଳେ ଆଜି ସକାଳୁ ଜଣେ ମହିଳା ପୋଖେରୀ ମାଝୀ (୪୮)ଙ୍କ ମୃତ୍ୟୁ ଘଟିଛି। ଏବେ ବି ଗାଁରେ ଗୋପୀ […] The post ଅଡ଼ାଖୁ ପରେ ଏବେ କଟୋଡ଼ିକୁ ବ୍ୟାପିଲା ଡାଇରିଆ, ଜଣକର ମୃତ୍ୟୁ, ୨ ଗୁରୁତର appeared first on Odisha.News.

ଅଡ଼ାଖୁ ପରେ ଏବେ କଟୋଡ଼ିକୁ ବ୍ୟାପିଲା ଡାଇରିଆ,  ଜଣକର ମୃତ୍ୟୁ, ୨ ଗୁରୁତର

କଳାହାଣ୍ଡି, ୦୩/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅଡ଼ାଖୁ ଗାଁରେ ଡାଇରିଆ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବି ଦଶରୁ ଅଧିକ ଲୋକେ ଆକ୍ରାନ୍ତ ଅଛନ୍ତି। ଲଗାତାର ମେଡିକାଲ ଟିମର ଗସ୍ତ ପରେ ଅଡ଼ାଖୁ ଗାଁରେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣରେ ଥିବାବେଳେ ନିକଟସ୍ଥ ଗାଁ କଟୋଡ଼ିକୁ ବ୍ୟାପିଛି ଡାଇରିଆ। ଗାଁରେ ତିନି ଜଣ ଆକ୍ରାନ୍ତ ହୋଇଥିବାବେଳେ ଆଜି ସକାଳୁ ଜଣେ ମହିଳା ପୋଖେରୀ ମାଝୀ (୪୮)ଙ୍କ ମୃତ୍ୟୁ ଘଟିଛି। ଏବେ ବି ଗାଁରେ ଗୋପୀ ମାଝୀ ଓ ରୁକୁଣୀ ମାଝୀ ଗୁରୁତର ଅବସ୍ଥାରେ ଅଛନ୍ତି। ଏଥିପାଇଁ ମେଡିକାଲ ଟିମ ଗାଁରେ କ୍ୟାମ୍ପ କରି ରହିବା ସହିତ ଚିକିତ୍ସା ବ୍ୟବସ୍ଥା ସମ୍ଭାଳିବାର ଆବଶ୍ୟକତା ରହିଛି।

The post ଅଡ଼ାଖୁ ପରେ ଏବେ କଟୋଡ଼ିକୁ ବ୍ୟାପିଲା ଡାଇରିଆ, ଜଣକର ମୃତ୍ୟୁ, ୨ ଗୁରୁତର appeared first on Odisha.News.