ଏଥର ଲୋକସଭା ନିର୍ବାଚନ ଲଢିବେ ବୀରାପ୍ପାନଙ୍କ ଝିଅ, ଜାଣନ୍ତୁ କେଉଁ ଆସନରୁ ଏବଂ କେଉଁ ପାର୍ଟିରୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ଚାଲିଛି । ନୂଆ ନୂଆ ପ୍ରାର୍ଥୀ ମଧ୍ୟ ମଇଦାନକୁ ଓହ୍ଲାଉଛନ୍ତି । ଏଥର ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି କୁଖ୍ୟାତ ଚନ୍ଦନ କାଠ ମାଫିଆ ତଥା ଜଙ୍ଗଲ ଦସ୍ୟୁ ନାମରେ ପରିଚିତ ଦିବଙ୍ଗତ ବୀରାପ୍ପାନଙ୍କ ଝିଅ ବିଦ୍ୟା ରାଣୀ । ଏଥର ସେ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏପ୍ରିଲ ୧୯ରେ ତାମିଲନାଡୁରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ସେ […] The post ଏଥର ଲୋକସଭା ନିର୍ବାଚନ ଲଢିବେ ବୀରାପ୍ପାନଙ୍କ ଝିଅ, ଜାଣନ୍ତୁ କେଉଁ ଆସନରୁ ଏବଂ କେଉଁ ପାର୍ଟିରୁ appeared first on Odisha.News.

ଏଥର ଲୋକସଭା ନିର୍ବାଚନ ଲଢିବେ ବୀରାପ୍ପାନଙ୍କ ଝିଅ, ଜାଣନ୍ତୁ କେଉଁ ଆସନରୁ ଏବଂ କେଉଁ ପାର୍ଟିରୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ଚାଲିଛି । ନୂଆ ନୂଆ ପ୍ରାର୍ଥୀ ମଧ୍ୟ ମଇଦାନକୁ ଓହ୍ଲାଉଛନ୍ତି । ଏଥର ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି କୁଖ୍ୟାତ ଚନ୍ଦନ କାଠ ମାଫିଆ ତଥା ଜଙ୍ଗଲ ଦସ୍ୟୁ ନାମରେ ପରିଚିତ ଦିବଙ୍ଗତ ବୀରାପ୍ପାନଙ୍କ ଝିଅ ବିଦ୍ୟା ରାଣୀ । ଏଥର ସେ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏପ୍ରିଲ ୧୯ରେ ତାମିଲନାଡୁରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ସେ ନିଜର ଭାଗ୍ୟ ପରୀକ୍ଷା କରିବେ । ତାମିଲ ରାଷ୍ଟ୍ରବାଦୀ ପାଟ ଟିକେଟରେ କୃଷ୍ଣାଗିରି ଲୋକସଭା ସିଟରୁ ନିର୍ବାଚନ ଲଢିବେ । ନିଟଟରେ ତାଙ୍କୁ ବିଜେପି ଯୁବ ଶାଖାର ଉପ ସଭାପତି ପଦ ମିଳିଥିଲା । ମାତ୍ର ଅଭିନେତା ତଥା ନିର୍ଦ୍ଦେଶକ ସୀମାନଙ୍କ ନେତୃତ୍ୱାଧୀନ ଏନଟିକେରେ ମିଶିବା ପାଇଁ ବିଜେପି ଛାଡିଥିଲେ ।

ସୀମାନ ଚେନ୍ନାଇରେ ଏକ ଜନସଭାରେ ତାମିଲନାଡୁ ଓ ପୁଡୁଚେରୀରେ ନିର୍ବାଚନ ଲଢୁଥିବା ସମସ୍ତ ୪୦ ପ୍ରାର୍ଥୀଙ୍କ ପରିଚୟ ଦେଇ କହିଛନ୍ତି, ବିଦ୍ୟା ରାଣୀ କୃଷ୍ଣାଗିରିରୁ ଏନଟିକେ ଟିକେଟରେ ନିର୍ବାଚନ ଲଢିବେ । ପେଶାରେ ଓକିଲାତି କରୁଥିବା ବିଦ୍ୟା ରାଣୀ କୃଷ୍ଣାଗିରିରେ ଏକ ସ୍କୁଲ ଚଳାଉଛନ୍ତି । ବେଙ୍ଗାଲୁରୁ ସହର ସହ ତାଙ୍କର ଗଭୀର ସଂପର୍କ ରହିଛି । କାରଣ ସେଠାରେ ସେ ୫ ବର୍ଷ ଧରି ଲ କୋର୍ସ କରୁଥିଲେ । ସେ କୁହନ୍ତି ଯେ, ଥରୁଟିଏ କେବଳ ପିତା ବୀରାପ୍ପାନଙ୍କୁ ଭେଟିଥିଲେ । ତାଙ୍କ ପିତା ତାଙ୍କ ଜୀବନକୁ ନୂତନ ଦିଗ ଦେଇଛନ୍ତି । ସେ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ତାମିଲନାଡୁ-କର୍ଣ୍ଣାଟକ ସୀମାରେ ଗୋପୀନାଥନରେ ନିଜର ଦାଦାଙ୍କ ଘରେ ବାପା ବୀରାପ୍ପାନଙ୍କୁ ଶେଷ ଥର ଦେଖିଥିଲେ ।

ବିଦ୍ୟା ରାଣୀ କୁହନ୍ତି ବାପାଙ୍କ ସହ ପ୍ରାୟ ୩୦ ମିନିଟ୍ ଧରି ସେ କଥା ହୋଇଥିଲା । ଏହି ସମୟରେ ବାପା ତାଙ୍କୁ ଡାକ୍ତରୀ ପାଠ ପଢି ଲୋକଙ୍କ ସେବା କରିବାକୁ କହିଥିଲେ । ଖୁବ୍ ପରିଶ୍ରମ କରି ନାଁ କରିବାକୁ ସେ କହିଥିଲେ । ଆଜି ମୁଁ ଜୀବନରେ ଯେଉଁ ସ୍ତରରେ ପହଂଚିଛି ତାହା ବାପା ବୀରାପ୍ପାନଙ୍କ ଉପଦେଶ ହିଁ ଗୁରୁତ୍ୱପୂର୍ଣ୍ଣ ରହିଥିବା ବିଦ୍ୟା କହିଛନ୍ତି ।

The post ଏଥର ଲୋକସଭା ନିର୍ବାଚନ ଲଢିବେ ବୀରାପ୍ପାନଙ୍କ ଝିଅ, ଜାଣନ୍ତୁ କେଉଁ ଆସନରୁ ଏବଂ କେଉଁ ପାର୍ଟିରୁ appeared first on Odisha.News.