ମରାଠୀରେ କଥା ହେବାକୁ ମନା କଲେ ମହିଳା କର୍ମଚାରୀ, ବିବାଦରେ airtel, ଦେଖନ୍ତୁ Video
ମୁମ୍ବାଇ ୧୩।୩: ଏବେ ପୁଣି ଥରେ ମରାଠୀରେ ନ କହିବା ଯୋଗୁ ବିବାଦ ଉପୁଜିଛି। ଏହି ମାମଲା କାଣ୍ଡିଭେଲିର ଚାରକୋପସ୍ଥିତ ଏୟାରଟେଲ ସର୍ଭିସ୍ ସେଣ୍ଟର ସମ୍ପର୍କିତ। ଏୟାରଟେଲର ଜନୈକା ମହିଳା କର୍ମଚାରୀଙ୍କ ଭିଡିଓ ଏବେ ଭାଇରାଲ ହେଉଛି। ଏଥିରେ ମହିଳା କର୍ମଚାରୀ ମରାଠୀରେ କହିବାକୁ ଆପତ୍ତି କରୁଛନ୍ତି। ଏଥିରେ ଯୁବକ ଜଣକ ମହିଳା କର୍ମଚାରୀଙ୍କୁ ମରାଠୀରେ କଥା ହେବାକୁ ବାଧ୍ୟ କରୁଛନ୍ତି। ଏଥିରେ ମହିଳା କର୍ମଚାରୀ ତାଙ୍କ ମରାଠୀ କହି ଆସୁନଥିବା କହୁଛନ୍ତି, ଏଣୁ ଆପଣ ଯାହା କରିବାର କଥା କରନ୍ତୁ ବୋଲି କହୁଛନ୍ତି। ମରାଠୀରେ କଥା ନ ହେବାର ଏହି ମାମଲା ମହାରାଷ୍ଟ୍ର ବିଧାନଭବନରେ ଉଠିଛି। ଏନସିପି(ଶରଦ) ନେତା ରୋହିତା ପାୱାର ଏଥି ପାଇଁ ଏୟାରଟେଲର ସମାଲୋଚନା କରିଛନ୍ତି ଓ କହିଛନ୍ତି କମ୍ପାନୀକୁ ମରାଠୀ ଭାଷାର ସମ୍ମାନ କରିବା ଆବଶ୍ୟକ। ଖାସ କରି ସେତେବେଳେ ଯେତେବେଳେ କମ୍ପାନୀ ମହାରାଷ୍ଟ୍ରରେ ସେବା ପ୍ରଦାନ କରୁଛି। ସେ କହିଛନ୍ତି ମରାଠୀ ମହାରାଷ୍ଟ୍ରର ପରିଚୟ ଓ ସଂସ୍କୃତିର ଅଂଶବିଶେଷ। ଏଣୁ କମ୍ପାନୀ ଓ ସଂସ୍ଥାମାନେ ସ୍ଥାନୀୟ ଭାଷାକୁ ଗୁରୁତ୍ୱ ଦେବା ଜରୁରି ବୋଲି କହିଛନ୍ତି। ଏହି ଘଟଣାରେ ଏୟାରଟେଲର ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମହିଳା କର୍ମଚାରୀ ମରାଠୀ ଭାଷାରେ କହିବାକୁ ଆପତ୍ତି କରୁଛନ୍ତି। ଏଥିରେ ବିଜେପି ମହିଳା ନେତ୍ରୀ ଚିତ୍ରା ୱାଘ କହିଛନ୍ତି ଯେ ମରାଠୀ ଭାଷାର ସମ୍ମାନ ସହିତ କୌଣସି ପ୍ରକାରର ବୁଝ
ମୁମ୍ବାଇ ୧୩।୩: ଏବେ ପୁଣି ଥରେ ମରାଠୀରେ ନ କହିବା ଯୋଗୁ ବିବାଦ ଉପୁଜିଛି। ଏହି ମାମଲା କାଣ୍ଡିଭେଲିର ଚାରକୋପସ୍ଥିତ ଏୟାରଟେଲ ସର୍ଭିସ୍ ସେଣ୍ଟର ସମ୍ପର୍କିତ। ଏୟାରଟେଲର ଜନୈକା ମହିଳା କର୍ମଚାରୀଙ୍କ ଭିଡିଓ ଏବେ ଭାଇରାଲ ହେଉଛି। ଏଥିରେ ମହିଳା କର୍ମଚାରୀ ମରାଠୀରେ କହିବାକୁ ଆପତ୍ତି କରୁଛନ୍ତି। ଏଥିରେ ଯୁବକ ଜଣକ ମହିଳା କର୍ମଚାରୀଙ୍କୁ ମରାଠୀରେ କଥା ହେବାକୁ ବାଧ୍ୟ କରୁଛନ୍ତି। ଏଥିରେ ମହିଳା କର୍ମଚାରୀ ତାଙ୍କ ମରାଠୀ କହି ଆସୁନଥିବା କହୁଛନ୍ତି, ଏଣୁ ଆପଣ ଯାହା କରିବାର କଥା କରନ୍ତୁ ବୋଲି କହୁଛନ୍ତି।
ମରାଠୀରେ କଥା ନ ହେବାର ଏହି ମାମଲା ମହାରାଷ୍ଟ୍ର ବିଧାନଭବନରେ ଉଠିଛି। ଏନସିପି(ଶରଦ) ନେତା ରୋହିତା ପାୱାର ଏଥି ପାଇଁ ଏୟାରଟେଲର ସମାଲୋଚନା କରିଛନ୍ତି ଓ କହିଛନ୍ତି କମ୍ପାନୀକୁ ମରାଠୀ ଭାଷାର ସମ୍ମାନ କରିବା ଆବଶ୍ୟକ। ଖାସ କରି ସେତେବେଳେ ଯେତେବେଳେ କମ୍ପାନୀ ମହାରାଷ୍ଟ୍ରରେ ସେବା ପ୍ରଦାନ କରୁଛି। ସେ କହିଛନ୍ତି ମରାଠୀ ମହାରାଷ୍ଟ୍ରର ପରିଚୟ ଓ ସଂସ୍କୃତିର ଅଂଶବିଶେଷ। ଏଣୁ କମ୍ପାନୀ ଓ ସଂସ୍ଥାମାନେ ସ୍ଥାନୀୟ ଭାଷାକୁ ଗୁରୁତ୍ୱ ଦେବା ଜରୁରି ବୋଲି କହିଛନ୍ତି।
ଏହି ଘଟଣାରେ ଏୟାରଟେଲର ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମହିଳା କର୍ମଚାରୀ ମରାଠୀ ଭାଷାରେ କହିବାକୁ ଆପତ୍ତି କରୁଛନ୍ତି। ଏଥିରେ ବିଜେପି ମହିଳା ନେତ୍ରୀ ଚିତ୍ରା ୱାଘ କହିଛନ୍ତି ଯେ ମରାଠୀ ଭାଷାର ସମ୍ମାନ ସହିତ କୌଣସି ପ୍ରକାରର ବୁଝାମଣା କରାଯିବନି। ସେ କହିଛନ୍ତି ଯେଦି ମହାରାଷ୍ଟ୍ରରେ ରହିବାର ଅଛି ତେବେ ମରାଠୀ ଭଲରେ କହି ପାରୁଥିବା ଆବଶ୍ୟକ।
Airtel Staff refuses to speak Marathi in Maharashtra!#Hindi_Menace pic.twitter.com/2N92m9RWj5— Sivajisiva (@Sivajis97714496) March 13, 2025