ମା’-ବାପାଙ୍କୁ ହତ୍ୟା କରି ପୋତିଦେଲା ପୁଅ

ସିମୁଳିଆ,୨୨।୬: ବାଲେଶ୍ୱର ଜିଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜନ୍ମ କଲା ପୁଅ ମା’-ବାପାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମାଟିରେ ପୋତି ଦେଇଥିବା ଘଟଣା ସାମ୍‌ନାକୁ ଆସିଛି। ବାରି ପଛପଟୁ ଦୁର୍ଗନ୍ଧ ହେବା ସହ ଭାଇଙ୍କ ଉପରେ ଦୁଇ ଭଉଣୀଙ୍କ ସନ୍ଦେହ ବଢ଼ିଥିଲା। ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏପରିକି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳା ଯାଇଥିଲା। ବର୍ତ୍ତମାନ ସୁଦ୍ଧା […] The post ମା’-ବାପାଙ୍କୁ ହତ୍ୟା କରି ପୋତିଦେଲା ପୁଅ appeared first on Dharitri Odia News.

ମା’-ବାପାଙ୍କୁ ହତ୍ୟା କରି ପୋତିଦେଲା ପୁଅ

ସିମୁଳିଆ,୨୨।୬: ବାଲେଶ୍ୱର ଜିଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜନ୍ମ କଲା ପୁଅ ମା’-ବାପାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମାଟିରେ ପୋତି ଦେଇଥିବା ଘଟଣା ସାମ୍‌ନାକୁ ଆସିଛି। ବାରି ପଛପଟୁ ଦୁର୍ଗନ୍ଧ ହେବା ସହ ଭାଇଙ୍କ ଉପରେ ଦୁଇ ଭଉଣୀଙ୍କ ସନ୍ଦେହ ବଢ଼ିଥିଲା। ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଏପରିକି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳା ଯାଇଥିଲା। ବର୍ତ୍ତମାନ ସୁଦ୍ଧା ମାଟି ତଳୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କର ମୃତଦେହ ପାଇବା ପାଇଁ ମାଟି ଖୋଳା ଜାରି ରହିଛି। ଅଭିଯୁକ୍ତ ପୁଅ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଳିସର ତନାଘନା ଚାଲିଛି। କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

The post ମା’-ବାପାଙ୍କୁ ହତ୍ୟା କରି ପୋତିଦେଲା ପୁଅ appeared first on Dharitri Odia News.