ମା’ ମୋବାଇଲ ଫୋନ ନ ଦେବାରୁ ନାବାଳକଙ୍କ…
ମୋରଡ଼ା,୭।୭(ସ୍ମାରକ ମାଜୀ): ମୋବାଇଲ ଫୋନ ବ୍ୟବହାର କରିବାକୁ ମା’ ନ ଦେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଝିଙ୍କିରିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ନାବାଳକ ତାଙ୍କ ମା’ଙ୍କୁ ମୋବାଇଲ ଫୋନ୍ ମାଗିଥିଲେ। ମା’ ତାଙ୍କୁ ଫୋନ୍ ଦେଇ ନ ଥିଲେ। ଏହାର କିଛି ସମୟ ପରେ ସେ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ମା’ ଦେଖିବାକୁ […] The post ମା’ ମୋବାଇଲ ଫୋନ ନ ଦେବାରୁ ନାବାଳକଙ୍କ… appeared first on Dharitri Odia News.
ମୋରଡ଼ା,୭।୭(ସ୍ମାରକ ମାଜୀ): ମୋବାଇଲ ଫୋନ ବ୍ୟବହାର କରିବାକୁ ମା’ ନ ଦେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଝିଙ୍କିରିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ପରିବାର ଲୋକଙ୍କ କହିବା ଅନୁଯାୟୀ, ନାବାଳକ ତାଙ୍କ ମା’ଙ୍କୁ ମୋବାଇଲ ଫୋନ୍ ମାଗିଥିଲେ। ମା’ ତାଙ୍କୁ ଫୋନ୍ ଦେଇ ନ ଥିଲେ। ଏହାର କିଛି ସମୟ ପରେ ସେ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ମା’ ଦେଖିବାକୁ ପାଇଥିଲେ।
ଖବରପାଇ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆର୍ଏମ୍ ମେଡିକାଲକୁ ପଠାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩୫/୨୪) ରୁଜୁ ହୋଇଛି।
The post ମା’ ମୋବାଇଲ ଫୋନ ନ ଦେବାରୁ ନାବାଳକଙ୍କ… appeared first on Dharitri Odia News.