ମା ସମଲେଶ୍ୱରୀଙ୍କ ପୀଠରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର:ରାମନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଦର୍ଶନ କରି ଦୀପଦାନ କରିବା ସହ ସ୍ୱଚ୍ଛତା ଶ୍ରମଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆସନ୍ତାକାଲି ଅଯୋଧ୍ୟାନଗରୀରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା […] The post ମା ସମଲେଶ୍ୱରୀଙ୍କ ପୀଠରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କଲେ କେନ୍ଦ୍ରମନ୍ତ୍ରୀ appeared first on Odisha.News.
ସମ୍ବଲପୁର:ରାମନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଦର୍ଶନ କରି ଦୀପଦାନ କରିବା ସହ ସ୍ୱଚ୍ଛତା ଶ୍ରମଦାନ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆସନ୍ତାକାଲି ଅଯୋଧ୍ୟାନଗରୀରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସମଗ୍ର ହିନ୍ଦୁ ସମାଜ ଓ ସନାତନୀ ଆସନ୍ତାକାଲି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବେ । ସମ୍ବଲପୁର ସମେତ ସମଗ୍ର ଓଡ଼ିଶା ଓ ଭାରତବର୍ଷ ଆଜି ରାମମୟ ହୋଇଛି । ଭକ୍ତିଭାବରେ ଦେଶ ଏକାକାର ହୋଇଛି । ସେପରି ପବିତ୍ର ମୁହୂର୍ତ୍ତରେ ମା’ ସମଲେଶ୍ୱରୀ ମନ୍ଦିରରେ ଦୀପ ଦାନ କରିବା ମୋ ପାଇଁ ସୌଭାଗ୍ୟର ବିଷୟ ।
ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ହାଟପଡ଼ା ଅଯୋଧ୍ୟା ସରୋବର ଘାଟ କୂଳରେ ଥିବା ଶ୍ରୀ ପର୍ଶୁରାମ ଭବନରେ ପ୍ରଭୁ ଶ୍ରୀରାମ, ଭଗବାନ ପର୍ଶୁରାମ, ହନୁମାନଙ୍କ ଦର୍ଶନ କରିବା ସହ ଭକ୍ତମାନଙ୍କ ଗହଣରେ ଦୀପ ପ୍ରସ୍ତୁତି କରିଥିଲେ । ଆସନ୍ତାକାଲି ସବୁ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା ସହ ସବୁଠି ଦୀପ ଜାଳି ଦିନକୁ ଦୀପାବଳି ଭାବରେ ପାଳନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଖେତରାଜପୁର ସ୍ଥିତ ଶ୍ରୀ ଧାମ ଜାନକୀବଲ୍ଲଭ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସାମିଲ ହେଇଥିଲେ ।
ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ, ସିମାଞ୍ଚ୍ଚଲ ଖଟେଇ, ଟଙ୍କଧର ତ୍ରିପାଠୀ, ଦେବେନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ମେହେର, ମାନସ ରଞ୍ଜନ ବକ୍ସି, ଫଣି ଭୂଷଣ ମିଶ୍ର, ସୁଶାନ୍ତ ପୁରୋହିତ, ମନୋଜ ପଲସନିଆ, କର୍ଣ୍ଣେଲ ପ୍ରଭାତ ପଣ୍ଡା, ଅର୍ଜୁନ ପଟ୍ଟନାୟକ, କିଶୋର ମେହେର, ଅନିଲ ସୁନା, ଉତ୍ତମ ବିଶ୍ଵାଲ ।
The post ମା ସମଲେଶ୍ୱରୀଙ୍କ ପୀଠରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କଲେ କେନ୍ଦ୍ରମନ୍ତ୍ରୀ appeared first on Odisha.News.