ମା’ ସମ୍ବଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଲୋକ ମହୋତ୍ସବ ପ୍ରଦର୍ଶନୀ ସମିତିର ଜୀବନ୍ତ ଚିତ୍ରାଙ୍କନ କାର୍ଯ୍ୟଶାଳା
ସମ୍ବଲପୁର: ଆଜି, ନୂତନ ବର୍ଷର ପ୍ରଥମ ଦିନରେ ଲୋକ ମହୋତ୍ସବ ପ୍ରଦର୍ଶନୀ ସମିତିର ଆୟୋଜନରେ ମା’ ସମ୍ବଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଜୀବନ୍ତ ଚିତ୍ରାଙ୍କନ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣାଶୁଣା ଶିଳ୍ପୀମାନେ ଅଂଶ ଗ୍ରହଣ କରି ନିଜ ଶିଳ୍ପକୌଶଳ ଦର୍ଶାଇଥିଲେ। ଶିଳ୍ପୀମାନଙ୍କ ଜୀବନ୍ତ ଚିତ୍ରାଙ୍କନ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ଏହି ଅବସରରେ କୁଲଦୀପ ବର୍ମା, ଜୁଗଳ କିଶୋର ବାରିକ, ଅଶୀଷ କୁମାର ମେହେର, ଅମିତ ନାଥ, ମହମ୍ମଦ କାଶିମ, ଜିତେନ୍ଦ୍ରୀୟ ବେହେରା, ସୁବ୍ରତ ବେହେରା, […] The post ମା’ ସମ୍ବଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଲୋକ ମହୋତ୍ସବ ପ୍ରଦର୍ଶନୀ ସମିତିର ଜୀବନ୍ତ ଚିତ୍ରାଙ୍କନ କାର୍ଯ୍ୟଶାଳା appeared first on Odisha.News.

ସମ୍ବଲପୁର: ଆଜି, ନୂତନ ବର୍ଷର ପ୍ରଥମ ଦିନରେ ଲୋକ ମହୋତ୍ସବ ପ୍ରଦର୍ଶନୀ ସମିତିର ଆୟୋଜନରେ ମା’ ସମ୍ବଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଜୀବନ୍ତ ଚିତ୍ରାଙ୍କନ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣାଶୁଣା ଶିଳ୍ପୀମାନେ ଅଂଶ ଗ୍ରହଣ କରି ନିଜ ଶିଳ୍ପକୌଶଳ ଦର୍ଶାଇଥିଲେ। ଶିଳ୍ପୀମାନଙ୍କ ଜୀବନ୍ତ ଚିତ୍ରାଙ୍କନ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।
ଏହି ଅବସରରେ କୁଲଦୀପ ବର୍ମା, ଜୁଗଳ କିଶୋର ବାରିକ, ଅଶୀଷ କୁମାର ମେହେର, ଅମିତ ନାଥ, ମହମ୍ମଦ କାଶିମ, ଜିତେନ୍ଦ୍ରୀୟ ବେହେରା, ସୁବ୍ରତ ବେହେରା, ଦେବେନ୍ଦ୍ର ସାହୁ, ସଂଜୟ ସାହୁ, ସୁରେଶ ସାହୁ, ସୁରେଶ କୁମାର ସାହୁ, ଅନୁରେଖା ଜେନା, ପ୍ରେମଚନ୍ଦ୍ର ରାଉତ, ସୁରଜୀତ ରାଉତ, ବନ୍ଦନା ପଣ୍ଡା, ମନୋଜ ଚୌଧୁରୀ, ନମିତା ବଡପଣ୍ଡା, ପ୍ରାର୍ଥନା ବାରୁ, ତନୁଶ୍ରୀ ଧର, ପୂଜା ଜାଗଦଲା, ଅଂଜନ ପଟ୍ଟନାୟକ, ଶ୍ରୀମନ୍ତ ସାହୁ, ବୃନ୍ଦାବନ ମହାରଣା, ଜଗନ୍ନାଥ ବେହେରା, ଚିତ୍ରସେନ ଭୁଏ, ତୋଷ୍ଣୀ ବଂଚୋର, ଓ ପବିତ୍ର ବେରିହା।ଉପସ୍ଥିତ ଶିଳ୍ପୀମାନେ ଥିଲେ ।
କାର୍ଯ୍ୟକ୍ରମଟି ଲୋକ ମହୋତ୍ସବ ସମନ୍ୱୟକାରୀ ପ୍ରଫୁଲ୍ଲ ହୋତଙ୍କ ଉଦ୍ବୋଧନରେ ଆରମ୍ଭ ହୋଇଥିଲା। ପ୍ରଦର୍ଶନୀ ସମିତିର ସମ୍ପାଦକ ଶ୍ରୀମନ୍ତ ସାହୁ ଏବଂ ଉପସମ୍ପାଦକ କୁଲଦୀପ ବର୍ମା ଓ ରୋଚିସ୍ ଦେ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା। ସହସମିତି ସଦସ୍ୟ ଦିବ୍ୟ ସଂକର ସାହୁ ଏବଂ ଭୋଳା ସଂକର ମହୋତ୍ତମ ଓ ମହେଶ ପଟେଲଙ୍କ ଉପସ୍ଥିତିରେ ଏହା ଉଜ୍ୱଳ ଆକର୍ଷଣର ସୂଚନା ଦେଇଥିଲା।
କାର୍ଯ୍ୟଶାଳାରେ ବିଶେଷ ଅତିଥି ଭାବରେ ଜଣାଶୁଣା ଜ୍ୟେଷ୍ଠ ଶିଳ୍ପୀ ଭୋଳାନାଥ ନାୟକ ଓ ମା’ ସମ୍ବଲେଶ୍ୱରୀ ଟ୍ରଷ୍ଟର ଅଧ୍ୟକ୍ଷ ସଂଜୟ ବାବୁ ଉପସ୍ଥିତ ଥିଲେ। ସମ୍ବଲପୁରର ସଂସ୍କୃତିକ ଦର୍ଶନକୁ ନୂଆ ଆକାର ଦେବାକୁ ଏହି କାର୍ଯ୍ୟଶାଳା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିବାହ କରିଛି।
The post ମା’ ସମ୍ବଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଲୋକ ମହୋତ୍ସବ ପ୍ରଦର୍ଶନୀ ସମିତିର ଜୀବନ୍ତ ଚିତ୍ରାଙ୍କନ କାର୍ଯ୍ୟଶାଳା appeared first on Odisha.News.