ମା’ ସରସ୍ଵତୀଙ୍କ ସବୁଠାରୁ କ୍ଷୁଦ୍ର ମୂର୍ତ୍ତି, ଓସାର ମାତ୍ର ୧ ସେଣ୍ଟିମିଟର

କଟକ: ଆଉ କିଛି ଦିନ ପରେ ସରସ୍ଵତୀ ପୂଜା। ଏହିପରିପ୍ରେକ୍ଷୀରେ ବିଶ୍ବର ସବୁଠୁ କ୍ଷୁଦ୍ର ସରସ୍ବତୀ ମୂର୍ତ୍ତି ନିର୍ମାଣ କରି ବେଶ୍‌ ପ୍ରଶଂସିତ ହୋଇଛନ୍ତି କଟକ କହ୍ନେଇପୁର ଅଞ୍ଚଳର ସୁଭ୍ରଜିତ୍ ପଣ୍ଡା। ମୂର୍ତ୍ତିର ଉଚ୍ଚତା ୨.୩ ସେଣ୍ଟିମିଟର ରହିଥିବାବେଳେ ଓସାର ରହିଛି ୧ ସେଣ୍ଟିମିଟର। ଏମ୍ ସିଲ୍ ପେଷ୍ଟ୍‌ ଓ ରଙ୍ଗକୁ ବ୍ୟବହାର କରି ୨୦ ମିନିଟ୍‌ ସମୟ ମଧ୍ୟରେ ଏହି କ୍ଷୁଦ୍ର ମୂର୍ତ୍ତି ନିର୍ମାଣ କରିପାରିଛନ୍ତି ସୁଭ୍ରଜିତ୍।ଏହା ଏକ କ୍ଷୁଦ୍ର ମୂର୍ତ୍ତି ହୋଇଥିବାରୁ ସମ୍ପୂର୍ଣ୍ଣ ଆକାର ଦେବା ପାଇଁ ଖୁବ୍ ଧ୍ୟାନର ସହ ତିଆରି କରିବାକୁ ପଡ଼ିଥିଲା। ସେହିଭଳି ସୁଭ୍ରଜିତ୍ ସବୁବେଳେ କିଛି ନିଆରା ଜିନିଷ ତିଆରି କରିବାରେ ଇଚ୍ଛା ପ୍ରକାଶ କରୁଥିବାବେଳେ ଏଥର କ୍ଷୁଦ୍ର ମୂର୍ତ୍ତି ନିର୍ମାଣ କରିଛନ୍ତି ବୋଲି କହିଛନ୍ତି ସୁଭ୍ରଜିତଙ୍କ ମାଆ। ପଡ଼ୋଶୀ ମଧ୍ୟ ସୁଭ୍ରଜିତଙ୍କ ଏହି କଳାକୃତିକୁ ବେଶ୍ ପ୍ରଶଂସା କରିଛନ୍ତି।

ମା’ ସରସ୍ଵତୀଙ୍କ ସବୁଠାରୁ କ୍ଷୁଦ୍ର ମୂର୍ତ୍ତି, ଓସାର ମାତ୍ର ୧ ସେଣ୍ଟିମିଟର

କଟକ: ଆଉ କିଛି ଦିନ ପରେ ସରସ୍ଵତୀ ପୂଜା। ଏହିପରିପ୍ରେକ୍ଷୀରେ ବିଶ୍ବର ସବୁଠୁ କ୍ଷୁଦ୍ର ସରସ୍ବତୀ ମୂର୍ତ୍ତି ନିର୍ମାଣ କରି ବେଶ୍‌ ପ୍ରଶଂସିତ ହୋଇଛନ୍ତି କଟକ କହ୍ନେଇପୁର ଅଞ୍ଚଳର ସୁଭ୍ରଜିତ୍ ପଣ୍ଡା। ମୂର୍ତ୍ତିର ଉଚ୍ଚତା ୨.୩ ସେଣ୍ଟିମିଟର ରହିଥିବାବେଳେ ଓସାର ରହିଛି ୧ ସେଣ୍ଟିମିଟର। ଏମ୍ ସିଲ୍ ପେଷ୍ଟ୍‌ ଓ ରଙ୍ଗକୁ ବ୍ୟବହାର କରି ୨୦ ମିନିଟ୍‌ ସମୟ ମଧ୍ୟରେ ଏହି କ୍ଷୁଦ୍ର ମୂର୍ତ୍ତି ନିର୍ମାଣ କରିପାରିଛନ୍ତି ସୁଭ୍ରଜିତ୍।

ଏହା ଏକ କ୍ଷୁଦ୍ର ମୂର୍ତ୍ତି ହୋଇଥିବାରୁ ସମ୍ପୂର୍ଣ୍ଣ ଆକାର ଦେବା ପାଇଁ ଖୁବ୍ ଧ୍ୟାନର ସହ ତିଆରି କରିବାକୁ ପଡ଼ିଥିଲା। ସେହିଭଳି ସୁଭ୍ରଜିତ୍ ସବୁବେଳେ କିଛି ନିଆରା ଜିନିଷ ତିଆରି କରିବାରେ ଇଚ୍ଛା ପ୍ରକାଶ କରୁଥିବାବେଳେ ଏଥର କ୍ଷୁଦ୍ର ମୂର୍ତ୍ତି ନିର୍ମାଣ କରିଛନ୍ତି ବୋଲି କହିଛନ୍ତି ସୁଭ୍ରଜିତଙ୍କ ମାଆ। ପଡ଼ୋଶୀ ମଧ୍ୟ ସୁଭ୍ରଜିତଙ୍କ ଏହି କଳାକୃତିକୁ ବେଶ୍ ପ୍ରଶଂସା କରିଛନ୍ତି।