ଟିମ୍ ଇଣ୍ଡିଆର ଟପ୍ ଅର୍ଡର ଫେଲ୍; ବଳି ପଡ଼ିଗଲେ ଅଧିନାୟକ, ଚୂଡ଼ାନ୍ତ ଏକାଦଶରୁ ରୋହିତ୍ ବାଦ୍
ନୂଆଦିଲ୍ଲୀ: ଦଳଗତ ବିଫଳତାରେ ବଳି ପଡ଼ିଲେ ରୋହିତ । ଅସମୟରେ ସରିଯିବ ଅଧିନାୟକଙ୍କ ଟେଷ୍ଟ କ୍ୟାରିୟର । ବିଶ୍ବକପର ୬ମାସ ପରେ ଟିମ୍ରୁ ଆଉଟ୍ । ଜୁନ୍ ୨୯ ତାରିଖ, ବାରବାଡୋସ ଷ୍ଟାଡିୟମ, ଟି-୨୦ କ୍ରିକେଟ୍ରେ ଇତିହାସ ରଚିଥିଲା ଟିମ୍ । ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ନେତୃତ୍ବରେ ବିଶ୍ବ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୭ ରନରେ ମାତ୍ ଦେଇ ୧୧ ବର୍ଷ ପରେ ଆଇସିସି ଚାମ୍ପିଅନ୍ ହୋଇଥିଲା । ଆଉ ଏଥିରେ ହିରୋ ସାଜିଥିଲେ ପୋଷ୍ଟର ବୟ ହିଟ୍ ମ୍ୟାନ୍ ରୋହିତ୍ ଶର୍ମା । ମାତ୍ର ଏହାର ୬ ମାସ ପରେ ଆଗ୍ରେସିପ୍ ଟିମ୍ ଇଣ୍ଡିଆର ନେଚର ଚେଞ୍ଜ୍ ହୋଇଛି । ବିଶ୍ବକପରେ ଦ୍ବିତୀୟ ସର୍ବାଧିକ ରନ୍ କରିଥିବା ରୋହିତ୍ ଶର୍ମା, ଟେଷ୍ଟ କ୍ରିକେଟରେ ବାରମ୍ବାର ଫ୍ଲପ୍ । କେବଳ ରୋହିତ ନୁହଁନ୍ତି ଟିମ୍ ଇଣ୍ଡିଆର ଟପ୍ ଅର୍ଡର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ହେଲେ ଦଳରେ ବଳିବୋଦା ପାଲଟିଲେ ରୋହିତ୍ ଶର୍ମା । ରୋହିତ୍ ଶର୍ମାଙ୍କ ସ୍ଥାନରେ ଯଶପ୍ରୀତ୍ ବୁମରା । ଚୂଡ଼ାନ୍ତ ଏକାଦଶରୁ ଅଧିନାୟକ ବାଦ୍ । ରନ୍ ପାଇଁ ରେଡ୍ ବଲ୍ କ୍ରିକେଟରେ ସଂଘର୍ଷ କରୁଥିବା ରୋହିତ ଶର୍ମାଙ୍କୁ ପ୍ଲେଇଙ୍ଗ୍ ଇଲେଭନରେ ସାମିଲ୍ କରିବା ଅସମ୍ଭବ ହୋଇଛି । ହିଟ୍ ମ୍ୟାନଙ୍କ ଅନୁପସ୍ଥିତିରେ ପର୍ଥରେ ବିଜୟ ଦେଇଥିବା ଯଶପ୍ରୀତ୍ ବୁମାରଙ୍କ କାନ୍ଧ ଉପରେ ବସି ଦଳ ବର୍ଡର-ଗାଭାସ୍କର ସିରିଜ୍ ପାର୍ ହେବାକୁ ଚେଷ୍ଟା କରୁଛି । ସିଡନୀରେ ଅନ୍ତିମ ମ୍ୟାଚ୍ ଜିତି
ନୂଆଦିଲ୍ଲୀ: ଦଳଗତ ବିଫଳତାରେ ବଳି ପଡ଼ିଲେ ରୋହିତ । ଅସମୟରେ ସରିଯିବ ଅଧିନାୟକଙ୍କ ଟେଷ୍ଟ କ୍ୟାରିୟର । ବିଶ୍ବକପର ୬ମାସ ପରେ ଟିମ୍ରୁ ଆଉଟ୍ । ଜୁନ୍ ୨୯ ତାରିଖ, ବାରବାଡୋସ ଷ୍ଟାଡିୟମ, ଟି-୨୦ କ୍ରିକେଟ୍ରେ ଇତିହାସ ରଚିଥିଲା ଟିମ୍ । ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ନେତୃତ୍ବରେ ବିଶ୍ବ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୭ ରନରେ ମାତ୍ ଦେଇ ୧୧ ବର୍ଷ ପରେ ଆଇସିସି ଚାମ୍ପିଅନ୍ ହୋଇଥିଲା । ଆଉ ଏଥିରେ ହିରୋ ସାଜିଥିଲେ ପୋଷ୍ଟର ବୟ ହିଟ୍ ମ୍ୟାନ୍ ରୋହିତ୍ ଶର୍ମା । ମାତ୍ର ଏହାର ୬ ମାସ ପରେ ଆଗ୍ରେସିପ୍ ଟିମ୍ ଇଣ୍ଡିଆର ନେଚର ଚେଞ୍ଜ୍ ହୋଇଛି । ବିଶ୍ବକପରେ ଦ୍ବିତୀୟ ସର୍ବାଧିକ ରନ୍ କରିଥିବା ରୋହିତ୍ ଶର୍ମା, ଟେଷ୍ଟ କ୍ରିକେଟରେ ବାରମ୍ବାର ଫ୍ଲପ୍ । କେବଳ ରୋହିତ ନୁହଁନ୍ତି ଟିମ୍ ଇଣ୍ଡିଆର ଟପ୍ ଅର୍ଡର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ହେଲେ ଦଳରେ ବଳିବୋଦା ପାଲଟିଲେ ରୋହିତ୍ ଶର୍ମା ।
ରୋହିତ୍ ଶର୍ମାଙ୍କ ସ୍ଥାନରେ ଯଶପ୍ରୀତ୍ ବୁମରା । ଚୂଡ଼ାନ୍ତ ଏକାଦଶରୁ ଅଧିନାୟକ ବାଦ୍ । ରନ୍ ପାଇଁ ରେଡ୍ ବଲ୍ କ୍ରିକେଟରେ ସଂଘର୍ଷ କରୁଥିବା ରୋହିତ ଶର୍ମାଙ୍କୁ ପ୍ଲେଇଙ୍ଗ୍ ଇଲେଭନରେ ସାମିଲ୍ କରିବା ଅସମ୍ଭବ ହୋଇଛି । ହିଟ୍ ମ୍ୟାନଙ୍କ ଅନୁପସ୍ଥିତିରେ ପର୍ଥରେ ବିଜୟ ଦେଇଥିବା ଯଶପ୍ରୀତ୍ ବୁମାରଙ୍କ କାନ୍ଧ ଉପରେ ବସି ଦଳ ବର୍ଡର-ଗାଭାସ୍କର ସିରିଜ୍ ପାର୍ ହେବାକୁ ଚେଷ୍ଟା କରୁଛି । ସିଡନୀରେ ଅନ୍ତିମ ମ୍ୟାଚ୍ ଜିତି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବାକୁ ଲକ୍ଷ୍ୟ ରଖିଛି । କେବଳ ରୋହିତ ଫେଲ୍ ନୁହେଁ, ବରଂ ଟିମ୍ ଇଣ୍ଡିଆର ଦଳଗତ ପ୍ରଦର୍ଶନ ଖରାପ ରିହିଛି । କୋହଲି, ପନ୍ତ, ରାହୁଲ ଓ ବୋଲିଂ ବିଭାଗ ମଧ୍ୟ ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ନ୍ୟୁଜିଲାଣ୍ଡ ହୋମ୍ ସିରିଜରୁ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ପର୍ଯ୍ୟନ୍ତ କେବଳ ଯଶସ୍ବୀ ଜୈସ୍ବାଲ ଏବଂ ଯଶପ୍ରୀତ୍ ବୁମାର ଲଢ଼େଇ କରୁଛନ୍ତି ।
ଅନ୍ୟପଟେ ସିଡନୀ ଗ୍ରାଉଣ୍ଡ ଆଉ ବ୍ୟାଟିଂ ଭୂ-ସ୍ବର୍ଗ ହୋଇନାହିଁ । ୨୦୦୩ରେ ଏଠାରେ ୭୦୫ ରନ କରି ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ । ମାତ୍ର ଏହାର ୩ ବର୍ଷ ପରେ ଅଷ୍ଟ୍ରେଲିଆର ଅନ୍ୟ ସମସ୍ତ ପିଚ୍ ତୁଳନାରେ ସିଡନୀରେ ୩୪.୮ ହାରରେ ରନ ସଂଗୃହିତ ହୋଇଛି । ତେଣୁ ଏଠାରେ ମ୍ୟାଚ୍ ଜିତିବା ଟିମ୍ ଇଣ୍ଡିଆ ପାଇଁ ସେତେଟା ସହଜ ହେବ ନାହିଁ । ବର୍ଡର ଗାଭାସ୍କର ଟ୍ରଫିରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚରେ ରେଜଲ୍ଟ ଆସିଛି । ଏଥିରେ ପର୍ଥ ମ୍ୟାଚକୁ ଟିମ୍ ଇଣ୍ଡିଆ ଜିତି ନେଇଥିବା ବେଳେ ଆଡିଲେଡ୍ ଏବଂ ମେଲବର୍ଣ୍ଣରେ ଭାରତକୁ ମାତ୍ ଦେଇଛି ଅଷ୍ଟ୍ରେଲିଆ । ଗାବା ଟେଷ୍ଟ ବର୍ଷା ଯୋଗୁ ଡ୍ର’ ରହିଥିଲା । ତେଣୁ ଟିମ୍ ଇଣ୍ଡିଆ ପାଇଁ ସିଡନୀ ଟେଷ୍ଟ କର ବା ମର ସ୍ଥିତି ସୃଷ୍ଟି କରିଛି । ନିୟମତ ଅଧିନାୟକଙ୍କ ବଦଳରେ ଯଶପ୍ରୀତ୍ ବୁମରାଙ୍କ ନେତୃତ୍ବରେ ଟିମକୁ କେତେ ସଫଳତା ମିଳିବ ତାହା ଆଗମୀ ଦିନରେ ଜଣାପଡ଼ିବ ।...