ମା’ ହେବେ କ୍ୟାଟ୍ରିନା, ଲଣ୍ଡନରେ ହେବ ସନ୍ତାନ ଜନ୍ମ!

ବମ୍ବେ: ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ କ୍ୟାଟ୍ରିନା ଏବଂ ସ୍ବାମୀ ତଥା ଅଭିନେତା ବିକ୍କି କୌଶଲଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଦୁହେଁ ଲଣ୍ଡନ ରାସ୍ତାରେ ଏକାଠି ଚାଲୁଥିବା ଦେଖାଯାଇଥିଲା। ବିକ୍କି କ୍ୟାଟ୍ରିନାଙ୍କ ହାତ ଧରିଥିଲେ। ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ବାଦି କରାଯାଇଥିଲା ଯେ ଅଭିନେତ୍ରୀ ନିଜର ବେବି ବମ୍ପ ଲୁଚାଇଥିଲେ। ଏହାପରେ ଜୁମ୍‌ ନିଜ […] The post ମା’ ହେବେ କ୍ୟାଟ୍ରିନା, ଲଣ୍ଡନରେ ହେବ ସନ୍ତାନ ଜନ୍ମ! appeared first on Dharitri Odia News.

ମା’ ହେବେ କ୍ୟାଟ୍ରିନା, ଲଣ୍ଡନରେ ହେବ ସନ୍ତାନ ଜନ୍ମ!

ବମ୍ବେ: ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ କ୍ୟାଟ୍ରିନା ଏବଂ ସ୍ବାମୀ ତଥା ଅଭିନେତା ବିକ୍କି କୌଶଲଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଦୁହେଁ ଲଣ୍ଡନ ରାସ୍ତାରେ ଏକାଠି ଚାଲୁଥିବା ଦେଖାଯାଇଥିଲା। ବିକ୍କି କ୍ୟାଟ୍ରିନାଙ୍କ ହାତ ଧରିଥିଲେ। ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ବାଦି କରାଯାଇଥିଲା ଯେ ଅଭିନେତ୍ରୀ ନିଜର ବେବି ବମ୍ପ ଲୁଚାଇଥିଲେ। ଏହାପରେ ଜୁମ୍‌ ନିଜ ରିପୋର୍ଟରେ ଅଭିନେତ୍ରୀ ବାସ୍ତବରେ ଗର୍ଭବତୀ ଥିବା କହିଛି।

ରିପୋର୍ଟ ମୁତାବକ, ଯଦି ସବୁକିଛି ଠିକ୍‌ ରୁହେ ତେବେ କଟ୍ରିନା ଲଣ୍ଡନରେ ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ଏବେ କ୍ୟାଟ୍ରିନା ୟୁକେରେ ବଡ଼ ହୋଇଥିବା ଯୋଗୁ ସେଠାରେ ହିଁ ସେ ସନ୍ତାନକୁ ଜନ୍ମ ଦେବେ। ତାଙ୍କ ପୂର୍ବରୁ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ଲଣ୍ଡନରେ ଜନ୍ମ ଦେଇଥିଲେ।

The post ମା’ ହେବେ କ୍ୟାଟ୍ରିନା, ଲଣ୍ଡନରେ ହେବ ସନ୍ତାନ ଜନ୍ମ! appeared first on Dharitri Odia News.