ମାଓବାଦୀ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣର ସାମଗ୍ରୀ ଜବତ
ଭବାନୀପାଟଣା,୧୬ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସର ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରେ ଚଢ଼ାଉ କରି ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ କରିଛି ପୋଲିସ। କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ମନସ୍କା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପରେ କଳାହାଣ୍ଡି ଏସ୍ପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲରେ ସିଆର୍ପିଏଫ୍ ଓ ଏସ୍ଓଜି ପକ୍ଷରୁ ମିଳିତ ଅପରେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କୁ […] The post ମାଓବାଦୀ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣର ସାମଗ୍ରୀ ଜବତ appeared first on Dharitri Odia News.
ଭବାନୀପାଟଣା,୧୬ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସର ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରେ ଚଢ଼ାଉ କରି ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ କରିଛି ପୋଲିସ। କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ମନସ୍କା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା।
ପରେ କଳାହାଣ୍ଡି ଏସ୍ପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲରେ ସିଆର୍ପିଏଫ୍ ଓ ଏସ୍ଓଜି ପକ୍ଷରୁ ମିଳିତ ଅପରେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ହେଲେ ସୁରକ୍ଷାକର୍ମୀ ସେଠାରେ ଏକ ମାଓବାଦୀ କ୍ୟାମ୍ପ ଠାବ କରି ସେଠାରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରିଥିଲେ। ଏହାସହ ଗୋଟିଏ ଲ୍ୟାଣ୍ଡମାଇନ୍କୁ ଘଟଣାସ୍ଥଳରେ ନଷ୍ଟ କରଯାଇଥିଲା। ବର୍ତ୍ତମାନ ମଧ୍ୟ ମନସ୍କା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। କ୍ୟାମ୍ପ ଠାବ ସମୟରେ ୫୮ଟି ଜୀବନ୍ତ ଗୁଳି, ନକ୍ସଲ ପୋଷାକ,୭୪ ଟି ଜିଲୋଟିନ,୧୦ ଟି ଡେଟୋନେଟର, ହେଣ୍ଡ ଗ୍ରେନେଟ, ବନ୍ଧୁକ ପାଉଡର, ସମେତ ବ୍ୟାନର ଜବତ କରାଯାଇଛି। ସେହିପରି ଜବତ ବ୍ୟାନରରେ ଟାପରେଙ୍ଗ ମାଓବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆହ୍ବାନ ରହିଥିବା ବେଳେ ଖଣି ଖନନକୁ ବିରୋଧ ପାଇଁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି କ୍ୟାମ୍ପରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ କମିଟି ସଦସ୍ୟ ଓ କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ଼ ଡିଭିଜନାଲ ଟିମ୍ର ମାଓବାଦୀ ସଦସ୍ୟ ରହିଥିଲେ ବୋଲି ଜଣାପଡିଛି। ସେଠାରେ ସେମାନଙ୍କ ଏକ ବଡ଼ ଯୋଜନା ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କୁ ଦେଖି ଅନ୍ଧାର ରାତିରେ ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିଲେ ବୋଲି କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି। ଏନେଇ ଶନିବାର ଜିଲା ପୋଲିସ ପକ୍ଷରୁ ଭବାନୀପାଟଣା ରିଜର୍ଭଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଖବରଦାତା ସମ୍ମିଳନୀରେ ଏସ୍ପି ଅଭିଳାଷ ଜୀ, ସିଆରପିଏସ୍ କମାଡାଣ୍ଟ ପଙ୍କଜ ଚୌଧୁରୀ ଉପସ୍ଥିତ ଥିଲେ।
The post ମାଓବାଦୀ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣର ସାମଗ୍ରୀ ଜବତ appeared first on Dharitri Odia News.