ମାଆ, ବାପା ପୃଥକ୍‌ ଦର୍ଶାଇବେ ଧର୍ମ

ନୂଆଦିଲ୍ଲୀ,୬ା୪: ଭାରତରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ରେକର୍ଡ ରଖିବା ପାଇଁ ଜାତୀୟ ସ୍ତରରେ ଏକ ଡେଟାବେସ୍‌ ପ୍ରସ୍ତୁତ କରାଯିବ। ଏଥିରେ ନବଜାତ ଶିଶୁଙ୍କ ମା’ ଓ ବାପାଙ୍କୁ ‘ବାର୍ଥ ରିପୋର୍ଟ’ରେ ନିଜ ଧର୍ମ ସମ୍ପର୍କରେ ପୃଥକ୍‌ ଭାବେ ଉଲ୍ଲେଖ କରିବାକୁ ପଡ଼ିବ। କେନ୍ଦ୍ର ସରକାର ଏହି ନିୟମ ଖୁବ୍‌ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି। ଗତ ଅଗଷ୍ଟରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ (ସଂଶୋଧନ) ବିଲ୍‌, ୨୦୨୩ ପାରିତ ହୋଇଥିଲା। ବିଧେୟକ […] The post ମାଆ, ବାପା ପୃଥକ୍‌ ଦର୍ଶାଇବେ ଧର୍ମ appeared first on Dharitri Odia News.

ମାଆ, ବାପା ପୃଥକ୍‌ ଦର୍ଶାଇବେ ଧର୍ମ

ନୂଆଦିଲ୍ଲୀ,୬ା୪: ଭାରତରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ରେକର୍ଡ ରଖିବା ପାଇଁ ଜାତୀୟ ସ୍ତରରେ ଏକ ଡେଟାବେସ୍‌ ପ୍ରସ୍ତୁତ କରାଯିବ। ଏଥିରେ ନବଜାତ ଶିଶୁଙ୍କ ମା’ ଓ ବାପାଙ୍କୁ ‘ବାର୍ଥ ରିପୋର୍ଟ’ରେ ନିଜ ଧର୍ମ ସମ୍ପର୍କରେ ପୃଥକ୍‌ ଭାବେ ଉଲ୍ଲେଖ କରିବାକୁ ପଡ଼ିବ। କେନ୍ଦ୍ର ସରକାର ଏହି ନିୟମ ଖୁବ୍‌ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି।
ଗତ ଅଗଷ୍ଟରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ (ସଂଶୋଧନ) ବିଲ୍‌, ୨୦୨୩ ପାରିତ ହୋଇଥିଲା। ବିଧେୟକ ଅଗଷ୍ଟ ୧ରେ ଲୋକ ସଭାରେ ଗୃହୀତ ହେବା ପରେ ୭ ତାରିଖରେ ରାଜ୍ୟ ସଭାର ଅନୁମୋଦନ ଲାଭ କରିଥିଲା। ତଦନୁଯାୟୀ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମଡେଲ ରୁଲ୍ସ ଅନୁସାରେ ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରମାନେ ବିଜ୍ଞପ୍ତି ଜରିଆରେ ଲୋକଙ୍କୁ ଅବଗତ କରାଇବେ। ପୂର୍ବରୁ କେବଳ ପରିବାରର ଧର୍ମ ରେକର୍ଡ କରାଯାଉଥିବାବେଳେ ନୂଆ ନିୟମ ଅନୁଯାୟୀ ପ୍ରସ୍ତାବିତ ‘ଫର୍ମ ନଂ.-ବାର୍ଥ ରିପୋର୍ଟ’ରେ ଶିଶୁର ଧର୍ମ ସହ ଉଭୟ ମା’ ଓ ବାପା ନିଜ ଧର୍ମ ସମ୍ପର୍କରେ ପୃଥକ୍‌ ଭାବେ ଉଲ୍ଲେଖ କରିବେ। ନୂଆ ଜନ୍ମ ଓ ମୃତ୍ୟୁକୁ ଟ୍ରାକ୍‌ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆଧାରକୁ ବାଧ୍ୟତାମୂଳକ କରିବାକୁ ଯୋଜନା ଚଳାଇଛି। କେବଳ ଆଧାର ନୁହେଁ, ନୂଆ ଡେଟାବେସ୍‌ରେ ରାଶନ କାର୍ଡ, ପାସ୍‌ପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସର ବିବରଣୀ ମଧ୍ୟ ଦେବାକୁ ପଡ଼ିବ। ଏପରି କି ମା’ବାପାଙ୍କ ମୋବାଇଲ ନମ୍ବର, ଇ-ମେଲ୍‌ ଆଇଡି, ଜାତୀୟ ନାଗରିକ ପଞ୍ଜିକା (ଏନ୍‌ପିଆର୍‌) ବିବରଣୀ ଆଦି ମଧ୍ୟ ଏଥିରେ ଉଲ୍ଲେଖ ରହିବ ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ୨୦୨୩ ଅକ୍ଟୋବରରୁ ଜନ୍ମ ପ୍ରମାଣପତ୍ରକୁ ଶିକ୍ଷାନୁଷ୍ଠାନରେ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ ହାସଲ, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର ପାଇବା, ବିବାହ ପଞ୍ଜୀରଣ, ସରକାରୀ ନିଯୁକ୍ତି ଆଦି କ୍ଷେତ୍ରରେ ଏକକ ଦସ୍ତାବିଜ ରୂପେ ସ୍ବୀକୃତି ଦିଆଯାଇଛି।

The post ମାଆ, ବାପା ପୃଥକ୍‌ ଦର୍ଶାଇବେ ଧର୍ମ appeared first on Dharitri Odia News.