ମାଆ ମାଟି ପାଇଁ କିଛି କରିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ମହେଶ ସାହୁ
ନନ୍ଦିଘୋଷ ବ୍ୟୁରୋ: ମାଆ ମାଟି ପାଇଁ କିଛି କରିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନାମାଙ୍କନ ଭରିବା ପରେ ଏପରି ଭାବେ... The post ମାଆ ମାଟି ପାଇଁ କିଛି କରିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ମହେଶ ସାହୁ appeared first on .
ନନ୍ଦିଘୋଷ ବ୍ୟୁରୋ: ମାଆ ମାଟି ପାଇଁ କିଛି କରିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନାମାଙ୍କନ ଭରିବା ପରେ ଏପରି ଭାବେ ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ହିନ୍ଦୋଳ ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିବା ବିଜେଡିର ମହେଶ ସାହୁ। କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଉପରେ ପବନରେ ଉଡ଼ିବା ଲୋକ। ରାଜପଥ କଥା ସେ କଣ କହିବେ? ଜାତୀୟ ରାଜପଥ-୫୫ ମରଣଯନ୍ତା ପାଲଟିଛି। ଅଯୋଗ୍ୟ ଲୋକଙ୍କୁ ଜାତୀୟ ରାଜପଥ କାର୍ଯ୍ୟ ଦିଆ ହୋଇଛି । ସେମାନଙ୍କ ଉପରେ କାହାର ଲଗାମ ନାହିଁ ବୋଲି କହିଛନ୍ତି ମହେଶ। ଏ ସଂପର୍କରେ ଅନୁଗୁଳ ଓ ଢେଙ୍କାନାଳରେ ମଧ୍ୟ ମାମଲା ରୁଜୁ ହୋଇଛି। ଢେଙ୍କାନାଳ ସଦାଶିବପୁରରେ ୩ ବର୍ଷ ଧରି ନିର୍ମିତ ତେଲ ଡିପୋ କେବଳ ପାଚେରୀରେ ସୀମିତ। ନିର୍ବାଚନ ପରେ ସଂସଦରେ ଏନଏଚ-୫୫ ପ୍ରସଙ୍ଗରେ ପୁଣି ଉଠାଯିବ ବୋଲି ଚେତେଇ ଦେଇଛନ୍ତି ମହେଶ।
The post ମାଆ ମାଟି ପାଇଁ କିଛି କରିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ମହେଶ ସାହୁ appeared first on .