ମାଆ ହେବାକୁ ଚାହୁଁଛନ୍ତି ସାମନ୍ଥା, ଛାଡପତ୍ରର ୩ ବର୍ଷ ପରେ ଅଭିନେତ୍ରୀ କଲେ ଖୁଲାସା
ମୁମ୍ଵାଇ ୧୨।୧୧; ବରୁଣ ଧାୱନଙ୍କ ଏବଂ ସାମନ୍ଥା ରୁଥ ପ୍ରଭୃଙ୍କ ସ୍ପାଇ-ଥ୍ରୀଲର 'ସିଟାଡେଲ: ହନି ବନି' ସିରିଜ୍ OTT ରେ ମୁକ୍ତିଲାଭ କରିଛି। ଏହି ସିରିଜରେ ଅଭିନେତ୍ରୀଙ୍କ ଦମ୍ଦାର ପ୍ରଦର୍ଶନକୁ ବହୁତ ପ୍ରଶଂସା କରାଯାଉଛି । ଏସବୁ ମଧ୍ୟରେ ସାମନ୍ଥା ନାଗା ଚୈତନ୍ୟଙ୍କ ସହିତ ଛାଡପତ୍ରର ୩ ବର୍ଷ ପରେ ମାତୃତ୍ୱ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।ସାମନ୍ଥା ରୁଥ ପ୍ରଭୃ ମାଆ ହେବାକୁ ଚାହୁଁଛନ୍ତିଏକ ସାକ୍ଷାତକାରରେ ସାମନ୍ଥା କହିଛନ୍ତି ଯେ ସେ ଏବେ ମାଆ ହେବାକୁ ଚାହୁଁଛନ୍ତି । ତାଙ୍କୁ ବୟସକୁ ନେଇ ଚିନ୍ତା ନାହିଁ। ସାମନ୍ଥା କହିଛନ୍ତି, "ମୁଁ ଭାବୁନାହିଁ ଯେ ବିଳମ୍ବ ହୋଇ ଯାଇଛି.. କାହିଁକି ନା ଏବେ ବି ସମୟ ଅଛି। ମୋର ମାଆ ହେବାର ସ୍ୱପ୍ନ ଅଛି ଏବଂ ମୁଁ ମାଆ ହେବାକୁ ଭଲ ପାଏ…ମାଅ ହେବାକୁ ଚାହେଁ। ଏହା ଏକ ସୁନ୍ଦର ଅନୁଭୂତି ଅଟେ। "ମୁଁ ଏସବୁକୁ ଅପେକ୍ଷା କରିଛି। ଲୋକମାନେ ପ୍ରାୟତଃ ବୟସକୁ ନେଇ ରହନ୍ତି, କିନ୍ତୁ ମୁଁ ଭାବୁଛି ଜୀବନରେ ଏପରି କିଛି ସମୟ ନାହିଁ ଯେତେବେଳେ ତୁମେ ମା ହୋଇପାରିବ ନାହିଁ ।View this post on InstagramA post shared by Samantha (@samantharuthprabhuoffl)ସାମନ୍ଥାଙ୍କ ଏହି ବିବୃତ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏବେ ଅନୁମାନ କରୁଛନ୍ତି ଯେ ଅଭିନେତ୍ରୀ ବୋଧହୁଏ ଜୀବନରେ ଆଗକୁ ବଢିବାକୁ ଚିନ୍ତା କରୁଛନ୍ତି । କହିବାକୁ ଗଲେ ସାମନ୍ଥାଙ୍କ ପ
ମୁମ୍ଵାଇ ୧୨।୧୧; ବରୁଣ ଧାୱନଙ୍କ ଏବଂ ସାମନ୍ଥା ରୁଥ ପ୍ରଭୃଙ୍କ ସ୍ପାଇ-ଥ୍ରୀଲର 'ସିଟାଡେଲ: ହନି ବନି' ସିରିଜ୍ OTT ରେ ମୁକ୍ତିଲାଭ କରିଛି। ଏହି ସିରିଜରେ ଅଭିନେତ୍ରୀଙ୍କ ଦମ୍ଦାର ପ୍ରଦର୍ଶନକୁ ବହୁତ ପ୍ରଶଂସା କରାଯାଉଛି । ଏସବୁ ମଧ୍ୟରେ ସାମନ୍ଥା ନାଗା ଚୈତନ୍ୟଙ୍କ ସହିତ ଛାଡପତ୍ରର ୩ ବର୍ଷ ପରେ ମାତୃତ୍ୱ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।
ସାମନ୍ଥା ରୁଥ ପ୍ରଭୃ ମାଆ ହେବାକୁ ଚାହୁଁଛନ୍ତି
ଏକ ସାକ୍ଷାତକାରରେ ସାମନ୍ଥା କହିଛନ୍ତି ଯେ ସେ ଏବେ ମାଆ ହେବାକୁ ଚାହୁଁଛନ୍ତି । ତାଙ୍କୁ ବୟସକୁ ନେଇ ଚିନ୍ତା ନାହିଁ। ସାମନ୍ଥା କହିଛନ୍ତି, "ମୁଁ ଭାବୁନାହିଁ ଯେ ବିଳମ୍ବ ହୋଇ ଯାଇଛି.. କାହିଁକି ନା ଏବେ ବି ସମୟ ଅଛି। ମୋର ମାଆ ହେବାର ସ୍ୱପ୍ନ ଅଛି ଏବଂ ମୁଁ ମାଆ ହେବାକୁ ଭଲ ପାଏ…ମାଅ ହେବାକୁ ଚାହେଁ। ଏହା ଏକ ସୁନ୍ଦର ଅନୁଭୂତି ଅଟେ। "ମୁଁ ଏସବୁକୁ ଅପେକ୍ଷା କରିଛି। ଲୋକମାନେ ପ୍ରାୟତଃ ବୟସକୁ ନେଇ ରହନ୍ତି, କିନ୍ତୁ ମୁଁ ଭାବୁଛି ଜୀବନରେ ଏପରି କିଛି ସମୟ ନାହିଁ ଯେତେବେଳେ ତୁମେ ମା ହୋଇପାରିବ ନାହିଁ ।
ସାମନ୍ଥାଙ୍କ ଏହି ବିବୃତ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏବେ ଅନୁମାନ କରୁଛନ୍ତି ଯେ ଅଭିନେତ୍ରୀ ବୋଧହୁଏ ଜୀବନରେ ଆଗକୁ ବଢିବାକୁ ଚିନ୍ତା କରୁଛନ୍ତି । କହିବାକୁ ଗଲେ ସାମନ୍ଥାଙ୍କ ପ୍ରଥମ ବିବାହ ନାଗା ଚୈତନ୍ୟଙ୍କ ସହିତ ହୋଇଥିଲା। ଦୁହେଁ ୨୦୨୧ରେ ମସିହାରେ ଛାଡପତ୍ର ନେଇଥିଲେ। ନାଗା ଏବେ ଅଭିନେତ୍ରୀ ଶୋଭିତାଙ୍କ ସହ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି।