ମାଆର ମୃତ୍ୟୁ ପରେ ଅଢେଇ ବର୍ଷର ଶିଶୁ ପୁତ୍ରକୁ ୫ ହଜାର ଟଙ୍କାରେ ବିକି ଦେଲା ବାପା
ନିଆଳି: ମଦ୍ୟପ ବାପା ନିଜର ଅଢେଇ ବର୍ଷର ଶିଶୁପୁତ୍ରକୁ ପାଞ୍ଚ ହଜାର ଟଙ୍କାରେ ବିକି ଦେବା ଘଟଣା କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବର ଜଣା ପଡିବା ପରେ ଶିଶୁପୁତ୍ରକୁ ବିକ୍ରି କରିଥିବା ନେଇ ନିଜେ ସ୍ଵୀକାର କରିଛି ଅବିବେକ ବାପ । ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ ସୁକାନ୍ତ ସିଂ ନାମକ ୩୫ ଯୁବକ ଗତ ତିନି ବର୍ଷ ଧରି ରହି ଆସୁଛନ୍ତି । ତାଙ୍କର ୬ ଜଣ ପିଲା ଅଛନ୍ତି । ଗତ ଦୁଇ ବର୍ଷ ତଳୁ ସୁକାନ୍ତ ସିଂଙ୍କ ସ୍ତ୍ରୀ ମୃତ୍ୟୁ ଘଟିଥିଲା। ସୁକାନ୍ତ ସିଂଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଦୁର୍ଗା ଦେବୀ ଅଞ୍ଚଳର। ୬ ଜଣ ପିଲାଙ୍କ ମଧ୍ୟରୁ ନିଜ ଅଢେଇ ବର୍ଷର ସାନ ଶିଶୁପୁତ୍ରକୁ ପାଞ୍ଚ ହଜାର ଟଙ୍କାରେ ସେ ବିକ୍ରି କରିଛନ୍ତି ।ଗତ ତିନି ଦିନ ତଳେ ତିନି ଜଣ ମହିଳା ଓ ଅନ୍ୟ ପୁରୁଷ ଲୋକଙ୍କ ମଧସ୍ଥି ମାଧ୍ୟମରେ ଅଢେଇ ବର୍ଷର ଶିଶୁପୁତ୍ରକୁ ବିକିଥିବା ନେଇ ସୁକାନ୍ତ ସିଂ ସ୍ଵୀକାର କରିଛନ୍ତି । ପାଞ୍ଚ ହଜାର ଟଙ୍କାକୁ ନିଜ ମା' ଶ୍ରାଦ୍ଧବାର୍ଷିକୀରେ ଟଙ୍କା ଖର୍ଚ୍ଚ କରିଥିବା ନେଇ କହିଛନ୍ତି । ସୁକାନ୍ତ ସିଂ ଜଣେ ଦିନ ମଜୁରୀଆ ଏବଂ ମଦ୍ଯପ ବ୍ଯକ୍ତି ବୋଲି ସୂଚନା ମିଳିଛି । ସୁକାନ୍ତ ସିଂଙ୍କ ଅନ୍ୟ ପିଲା ମାନେ ବଜାର ଘାଟରେ ମାଗି ଯାଚି ନିଜ ପେଟ ପୋଷୁଥିବା ନେଇ ସୁକାନ୍ତ ସିଂଙ୍କ ପୁଅ ମଧ୍ୟ କହିଛନ୍ତି । ସାନ ଭାଇକୁ ତା'ର ବାପା ବିକ୍ରି କର
ନିଆଳି: ମଦ୍ୟପ ବାପା ନିଜର ଅଢେଇ ବର୍ଷର ଶିଶୁପୁତ୍ରକୁ ପାଞ୍ଚ ହଜାର ଟଙ୍କାରେ ବିକି ଦେବା ଘଟଣା କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବର ଜଣା ପଡିବା ପରେ ଶିଶୁପୁତ୍ରକୁ ବିକ୍ରି କରିଥିବା ନେଇ ନିଜେ ସ୍ଵୀକାର କରିଛି ଅବିବେକ ବାପ ।
ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ ସୁକାନ୍ତ ସିଂ ନାମକ ୩୫ ଯୁବକ ଗତ ତିନି ବର୍ଷ ଧରି ରହି ଆସୁଛନ୍ତି । ତାଙ୍କର ୬ ଜଣ ପିଲା ଅଛନ୍ତି । ଗତ ଦୁଇ ବର୍ଷ ତଳୁ ସୁକାନ୍ତ ସିଂଙ୍କ ସ୍ତ୍ରୀ ମୃତ୍ୟୁ ଘଟିଥିଲା। ସୁକାନ୍ତ ସିଂଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଦୁର୍ଗା ଦେବୀ ଅଞ୍ଚଳର। ୬ ଜଣ ପିଲାଙ୍କ ମଧ୍ୟରୁ ନିଜ ଅଢେଇ ବର୍ଷର ସାନ ଶିଶୁପୁତ୍ରକୁ ପାଞ୍ଚ ହଜାର ଟଙ୍କାରେ ସେ ବିକ୍ରି କରିଛନ୍ତି ।
ଗତ ତିନି ଦିନ ତଳେ ତିନି ଜଣ ମହିଳା ଓ ଅନ୍ୟ ପୁରୁଷ ଲୋକଙ୍କ ମଧସ୍ଥି ମାଧ୍ୟମରେ ଅଢେଇ ବର୍ଷର ଶିଶୁପୁତ୍ରକୁ ବିକିଥିବା ନେଇ ସୁକାନ୍ତ ସିଂ ସ୍ଵୀକାର କରିଛନ୍ତି । ପାଞ୍ଚ ହଜାର ଟଙ୍କାକୁ ନିଜ ମା' ଶ୍ରାଦ୍ଧବାର୍ଷିକୀରେ ଟଙ୍କା ଖର୍ଚ୍ଚ କରିଥିବା ନେଇ କହିଛନ୍ତି । ସୁକାନ୍ତ ସିଂ ଜଣେ ଦିନ ମଜୁରୀଆ ଏବଂ ମଦ୍ଯପ ବ୍ଯକ୍ତି ବୋଲି ସୂଚନା ମିଳିଛି । ସୁକାନ୍ତ ସିଂଙ୍କ ଅନ୍ୟ ପିଲା ମାନେ ବଜାର ଘାଟରେ ମାଗି ଯାଚି ନିଜ ପେଟ ପୋଷୁଥିବା ନେଇ ସୁକାନ୍ତ ସିଂଙ୍କ ପୁଅ ମଧ୍ୟ କହିଛନ୍ତି । ସାନ ଭାଇକୁ ତା'ର ବାପା ବିକ୍ରି କରିଥିବା ନେଇ କହିଛି ସୁକାନ୍ତ ପୁଅ ।
ତେବେ ନିଆଳି ଥାନା ବଗିଚା ବସ୍ତି ମୁଣ୍ଡାସାହି ଅଞ୍ଚଳରେ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନିନ୍ଦା କରିବା ସହିତ ଶିଶୁପୁତ୍ରକୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି । ଅଭିଯୁକ୍ତ ସୁକାନ୍ତ ସିଂଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଏହି ପିଲା ବିକ୍ରିରେ ବଡ ରାକେଟ କାମ କରୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।