ମାଓ ବର୍ବରତା,ପ୍ରଜା କୋର୍ଟରେ ୨ ଜଣଙ୍କୁ ଫାଶୀ

ମାଲକାନଗିରି: ମାଓବାଦୀଙ୍କ ବର୍ବର କାଣ୍ଡ। ଲଗାତାର ମାଓ ଦମନ ସତ୍ତ୍ୱେ ଥମୁନାହିଁ ମାଓ ଆତଙ୍କ। ପ୍ରଜାକୋର୍ଟରେ ୨ ଆଦିବାସୀଙ୍କୁ ମିଳିଛି ଫାଶୀଦଣ୍ଡ। ପୋଲିସ ଇନ୍ଫୋର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କରି ଗାଁ ନିକଟରେ ଗଛରେ ଟଙ୍ଗାଇ ପଳାଇଛନ୍ତି ମାଓବାଦୀ। ଏହି ଘଟଣାରେ ଜଣେ ଛାତ୍ରଙ୍କୁ ତାଗିଦ କରି ଛାଡି ଦେଇଛନ୍ତି। ଛାତ୍ର ଜଣକ ମାଓବାଦୀଙ୍କ କବଳରୁ ମୁକୁଳି ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ମାଓବାଦୀଙ୍କ ଏଭଳି ବର୍ବରତା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା […]

ମାଓ ବର୍ବରତା,ପ୍ରଜା କୋର୍ଟରେ ୨ ଜଣଙ୍କୁ ଫାଶୀ
ମାଓ ବର୍ବରତା,ପ୍ରଜା କୋର୍ଟରେ ୨ ଜଣଙ୍କୁ ଫାଶୀ

ମାଲକାନଗିରି: ମାଓବାଦୀଙ୍କ ବର୍ବର କାଣ୍ଡ। ଲଗାତାର ମାଓ ଦମନ ସତ୍ତ୍ୱେ ଥମୁନାହିଁ ମାଓ ଆତଙ୍କ। ପ୍ରଜାକୋର୍ଟରେ ୨ ଆଦିବାସୀଙ୍କୁ ମିଳିଛି ଫାଶୀଦଣ୍ଡ। ପୋଲିସ ଇନ୍ଫୋର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କରି ଗାଁ ନିକଟରେ ଗଛରେ ଟଙ୍ଗାଇ ପଳାଇଛନ୍ତି ମାଓବାଦୀ। ଏହି ଘଟଣାରେ ଜଣେ ଛାତ୍ରଙ୍କୁ ତାଗିଦ କରି ଛାଡି ଦେଇଛନ୍ତି। ଛାତ୍ର ଜଣକ ମାଓବାଦୀଙ୍କ କବଳରୁ ମୁକୁଳି ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ମାଓବାଦୀଙ୍କ ଏଭଳି ବର୍ବରତା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ। ଘଟଣା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ସୂଚନାନୁସାରେ, ବିଜାପୁର ଜିଲା ବୈରମଗଡ଼ ଥାନା ଅନ୍ତର୍ଗତ କାପମେର୍କା ଗ୍ରାମର ୩ ଜଣଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଅପହରଣ କରିନେଇଥିଲେ। ପ୍ରଜାକୋର୍ଟରେ ଦୁଇ ଗ୍ରାମବାସୀ ମାଡବୀ ସୁଜା ଓ ପଡିଆମି କୋସାକୁ ପୁଲିସ ସୂଚନାଦାତା ଭାବେ ଦୋଷୀ କରାଯାଇଥିଲା। ଏମାନଙ୍କୁ କଣ ଦଣ୍ଡ ଦିଆଯିବ ବୋଲି ପ୍ରଜାକୋର୍ଟରେ ଥିବା ଲୋକ ମାନଙ୍କ ଠାରୁ ମତାମତ ନିଆଯାଇଥିଲା । ଏହାପରେ ସର୍ବ ସମ୍ମୁଖରେ ଏହି ୨ ଗ୍ରାମବାସୀଙ୍କୁ ହତ୍ୟା କରି ଗ୍ରାମ ନିକଟ ଏକ ଗଛରେ ଫାଶୀରେ ଝୁଲାଇ ଦେଇଥିଲେ। ତେବେ ଛାତ୍ରଙ୍କ ନାମରେ ମଧ୍ୟ ସଂଗୀନ ଅଭିଯୋଗ ରହିଥିବା ବେଳେ ଛାତ୍ର ଆଗକୁ ଏଭଳି କାମ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ତାକୁ ଛାଡ଼ି ଦେଇଥିଲେ। ମାଓବାଦୀ ସଂଗଠନର ବୈରମଗଡ ଏରିଆ କମିଟି ଏହି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରି ମୃତଦେହରେ ପୋଷ୍ଟର ଲଗାଇଛି।