ଓହ୍ଲାଇପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର
ଭୁବନେଶ୍ୱର : ପୁଣି ଠାରେ ଝାରସୁଗୁଡା ଫେରି ଯାଇଛି ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର I ପାଗ ବଦଳିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଭୁବନେଶ୍ୱରରେ ଓହ୍ଲାଇ ପାରିନଥିଲା I କାଳବୈଶାଖୀ ପବନ ଯୋଗୁଁ ଭୁବନେଶ୍ୱରେ ଓହ୍ଲାଇ ନପାରି ଝାରସୁଗୁଡ଼ାରେ ସୁରକ୍ଷିତ ଭାବରେ ଲ୍ୟIଣ୍ଡିଂ କରିଛି ମୁଖ୍ୟମନ୍ତ୍ରୀଙ୍କର ହେଲିକେପ୍ଟର I ପାଗ ବଦଳିବା ପରେ ହେଲିକପ୍ଟର ଝାରସୁଗୁଡ଼ାରୁ ବାହାରିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଖଡ଼ିଆଳରୁ ମୁଖ୍ୟମନ୍ତ୍ରୀ ସଭାସାରି ଫେରିଲା ବେଳେ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା ହେଲିକପ୍ଟର। ସୂଚନାନୁସାରେ ଆଜି ମଧ୍ୟାହ୍ନରୁ […]

ଭୁବନେଶ୍ୱର : ପୁଣି ଠାରେ ଝାରସୁଗୁଡା ଫେରି ଯାଇଛି ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର I ପାଗ ବଦଳିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଭୁବନେଶ୍ୱରରେ ଓହ୍ଲାଇ ପାରିନଥିଲା I କାଳବୈଶାଖୀ ପବନ ଯୋଗୁଁ ଭୁବନେଶ୍ୱରେ ଓହ୍ଲାଇ ନପାରି ଝାରସୁଗୁଡ଼ାରେ ସୁରକ୍ଷିତ ଭାବରେ ଲ୍ୟIଣ୍ଡିଂ କରିଛି ମୁଖ୍ୟମନ୍ତ୍ରୀଙ୍କର ହେଲିକେପ୍ଟର I ପାଗ ବଦଳିବା ପରେ ହେଲିକପ୍ଟର ଝାରସୁଗୁଡ଼ାରୁ ବାହାରିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଖଡ଼ିଆଳରୁ ମୁଖ୍ୟମନ୍ତ୍ରୀ ସଭାସାରି ଫେରିଲା ବେଳେ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା ହେଲିକପ୍ଟର।
ସୂଚନାନୁସାରେ ଆଜି ମଧ୍ୟାହ୍ନରୁ ଅଚାନକ ଭାବରେ ଭୁବନେଶ୍ୱରର ପାଣିପାଗର ପରିବର୍ତନ ହୋଇଥିଲା I ଆଜି ଠାରୁ ୯ ତାରିଖ ପର୍ଯ୍ୟନ୍ତ ପାଣିପାଗର ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଥିଲା I କାଳବୈଶାଖୀ ପାଇଁ ଆଜି ୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା I ଆଗାମୀ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ଝଡ ତୋଫାନ ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖ ପାଖରୁ ବର୍ଷାର ପରିମାଣ ବଢିବା ସହିତ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଏହାର ପ୍ରଭାବ ରେ ଆଗାମୀ ଦିନରେ ୩ ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା କମିବ I