ସ୍ଥାୟୀ ନିଯୁକ୍ତି ଦାବିରେ ତେଜିଲା ଆନ୍ଦୋଳନ: ଓମ୍ଫେଡ ମୁଖ୍ୟ ଫାଟକ ଆଗରେ କର୍ମଚାରୀଙ୍କ ଧାରଣା
ବାରଙ୍ଗ,୧୫।୭(ଲିଙ୍ଗରାଜ ରାଉତ): ଅରିଲୋସ୍ଥିତ ଓମ୍ଫେଡ ପ୍ଲାଣ୍ଟରେ ଅସ୍ଥାୟୀ କର୍ମଚାରୀମାନେ ମଙ୍ଗଳବାର ଧାରଣାରେ ବସିଛନ୍ତି। ଉତ୍କଳ ଓମ୍ଫେଡ ୱାର୍କର ୟୁନିଅନ ପକ୍ଷରୁ ଏହି ଧାରଣା ଦିଆଯାଇଛି। ଓମ୍ଫେଡ ପ୍ଲାଣ୍ଟରେ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ପଦବୀରେ ପଦୋନ୍ନତି, ଦରମାବୃଦ୍ଧି ସହ ବିଭିନ୍ନ ଦାବି ନେଇ ଶତାଧିକ କର୍ମଚାରୀ କାମ ବନ୍ଦ କରି ପ୍ଲାଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବି ପ୍ରତି ଗୁରୁତ୍ୱ ଦେବାକୁ ୟୁନିଅନ ପକ୍ଷରୁ […] The post ସ୍ଥାୟୀ ନିଯୁକ୍ତି ଦାବିରେ ତେଜିଲା ଆନ୍ଦୋଳନ: ଓମ୍ଫେଡ ମୁଖ୍ୟ ଫାଟକ ଆଗରେ କର୍ମଚାରୀଙ୍କ ଧାରଣା appeared first on Dharitri Odia News.
ବାରଙ୍ଗ,୧୫।୭(ଲିଙ୍ଗରାଜ ରାଉତ): ଅରିଲୋସ୍ଥିତ ଓମ୍ଫେଡ ପ୍ଲାଣ୍ଟରେ ଅସ୍ଥାୟୀ କର୍ମଚାରୀମାନେ ମଙ୍ଗଳବାର ଧାରଣାରେ ବସିଛନ୍ତି। ଉତ୍କଳ ଓମ୍ଫେଡ ୱାର୍କର ୟୁନିଅନ ପକ୍ଷରୁ ଏହି ଧାରଣା ଦିଆଯାଇଛି। ଓମ୍ଫେଡ ପ୍ଲାଣ୍ଟରେ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ପଦବୀରେ ପଦୋନ୍ନତି, ଦରମାବୃଦ୍ଧି ସହ ବିଭିନ୍ନ ଦାବି ନେଇ ଶତାଧିକ କର୍ମଚାରୀ କାମ ବନ୍ଦ କରି ପ୍ଲାଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଦାବି ପ୍ରତି ଗୁରୁତ୍ୱ ଦେବାକୁ ୟୁନିଅନ ପକ୍ଷରୁ କର୍ତ୍ତୃପକ୍ଷଙ୍କ ପାଖରେ ଦୀର୍ଘଦିନରୁ ଦାବି କରି ଆସୁଥିଲା। ହେଲେ ଓମ୍ଫେଡ କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତି ଦେଇ ଭୁଲି ଯାଉଛନ୍ତି ବୋଲି ୟୁନିଅନ ପକ୍ଷରୁ ଅଭିଯୋଗ କରାଯାଇଛି।
ଏହାର ପ୍ରତିବାଦରେ କାର୍ଯ୍ୟବନ୍ଦ କରି ଓମଫେଡର ମୁଖ୍ୟ ଫାଟକ ସମ୍ମୁଖରେ କର୍ମଚାରୀମାନେ ଧାରଣା ଦେଇଛନ୍ତି। ଦାବି ପୂରଣ ନ ହେବାଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି।
The post ସ୍ଥାୟୀ ନିଯୁକ୍ତି ଦାବିରେ ତେଜିଲା ଆନ୍ଦୋଳନ: ଓମ୍ଫେଡ ମୁଖ୍ୟ ଫାଟକ ଆଗରେ କର୍ମଚାରୀଙ୍କ ଧାରଣା appeared first on Dharitri Odia News.