ମାଓମୁକ୍ତ ହେଲା କାରେଗୁଟ୍ଟା ଜଙ୍ଗଲ, ସୁରକ୍ଷାବାହିନୀ କବ୍‌ଜାକୁ ଆସିଲା

ମାଲକାନଗିରି ୩୦।୪: ତେଲେଙ୍ଗାନା-ଛତିଶଗଡ଼ ସୀମାନ୍ତ କାରେଗୁଟ୍ଟା ଜଙ୍ଗଲରେ ଚାଲିଥିବା ଦେଶର ସବୁଠାରୁ ବଡ଼ ମାଓ ବିରୋଧୀ ଅପରେସନର ଏକ ଭିଡିଓ ସାମ୍ନାକୁ ଆସିଛି । ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ କେରେଗୁଟ୍ଟା ପାହାଡ଼ ଉପରେ ଚାଲିଥିବା ବେଳେ ଅପରେସନର ନବମ ଦିନରେ ସୁରକ୍ଷା ବାହିନୀ ପାହାଡ଼ ଉପରେ ତ୍ରିରଙ୍ଗା ପତାକା ଉଡାଉଥିବା ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁଛି । ସୂତ୍ର ଅନୁଯାୟୀ ଅପରେସନ୍ କାଗାର ଗତ କିଛି ଦିନ ଧରି ସୁରକ୍ଷାକର୍ମୀଙ୍କ ଲାଗି ବଡ ଚ୍ୟାଲେଞ୍ଜ ରହିଥିଲା । ହେଲେ ଆମର ବୀର ଯବାନ ସାହସ ଏବଂ ବୁଦ୍ଧିର ପ୍ରଦର୍ଶନ କରିଛନ୍ତି । ବାୟୁସେନାର ଏକ ହେଲିକପ୍ଟର ସାହାଯ୍ୟରେ ୧୦୦ରୁ ଅଧିକ ଯବାନଙ୍କୁ ପାହାଡ଼ ଉପରେ ଖସାଇ ଦିଆଯାଇଥିଲା ।ଅପରେସନ୍ ସମୟରେ ସୁରକ୍ଷା ବାହିନୀ ମାଓବାଦୀଙ୍କ ଶିବିର ପାଖରେ ପହଞ୍ଚି ନକ୍ସଲପନ୍ଥୀଙ୍କ ଉପରେ ଚାପ ପକାଇ ସେଠାରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ପାହାଡ଼ ଉପରେ ଏକ ଅସ୍ଥାୟୀ ଶିବିର ସ୍ଥାପନ ପାଇଁ ଏବେ ପ୍ରସ୍ତୁତି ଚାଲିଛି । ସୂତ୍ର କହୁଛି ଯେ, ଏହି ଅପରେସନ୍ ମାଓବାଦୀଙ୍କ ବିରୁଦ୍ଧରେ ଏକ ବଡ ମୋଡ଼ ସାବ୍ୟସ୍ତ ହୋଇପାରେ । ଏ ଅଞ୍ଚଳରେ ନିରନ୍ତର ସର୍ଚ୍ଚ ଅପରେସନ ଜାରି ରହିଛି । ଦୀର୍ଘ ବର୍ଷ ଧରି ମାଓ କାର୍ଯ୍ୟକଳାପ ଯୋଗୁଁ ଏହି ଅଞ୍ଚଳ ଆତଙ୍କିତ ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେ ଆଶ୍ୱସ୍ତି ଅନୁଭବ ହୋଇଛି ।Y

ମାଓମୁକ୍ତ ହେଲା କାରେଗୁଟ୍ଟା ଜଙ୍ଗଲ, ସୁରକ୍ଷାବାହିନୀ କବ୍‌ଜାକୁ ଆସିଲା

ମାଲକାନଗିରି ୩୦ତେଲେଙ୍ଗାନା-ଛତିଶଗଡ଼ ସୀମାନ୍ତ କାରେଗୁଟ୍ଟା ଜଙ୍ଗଲରେ ଚାଲିଥିବା ଦେଶର ସବୁଠାରୁ ବଡ଼ ମାଓ ବିରୋଧୀ ଅପରେସନର ଏକ ଭିଡିଓ ସାମ୍ନାକୁ ଆସିଛି । ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ କେରେଗୁଟ୍ଟା ପାହାଡ଼ ଉପରେ ଚାଲିଥିବା ବେଳେ ଅପରେସନର ନବମ ଦିନରେ ସୁରକ୍ଷା ବାହିନୀ ପାହାଡ଼ ଉପରେ ତ୍ରିରଙ୍ଗା ପତାକା ଉଡାଉଥିବା ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁଛି । ସୂତ୍ର ଅନୁଯାୟୀ ଅପରେସନ୍ କାଗାର ଗତ କିଛି ଦିନ ଧରି ସୁରକ୍ଷାକର୍ମୀଙ୍କ ଲାଗି ବଡ ଚ୍ୟାଲେଞ୍ଜ ରହିଥିଲା । ହେଲେ ଆମର ବୀର ଯବାନ ସାହସ ଏବଂ ବୁଦ୍ଧିର ପ୍ରଦର୍ଶନ କରିଛନ୍ତି । ବାୟୁସେନାର ଏକ ହେଲିକପ୍ଟର ସାହାଯ୍ୟରେ ୧୦୦ରୁ ଅଧିକ ଯବାନଙ୍କୁ ପାହାଡ଼ ଉପରେ ଖସାଇ ଦିଆଯାଇଥିଲା ।

ଅପରେସନ୍ ସମୟରେ ସୁରକ୍ଷା ବାହିନୀ ମାଓବାଦୀଙ୍କ ଶିବିର ପାଖରେ ପହଞ୍ଚି ନକ୍ସଲପନ୍ଥୀଙ୍କ ଉପରେ ଚାପ ପକାଇ ସେଠାରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ପାହାଡ଼ ଉପରେ ଏକ ଅସ୍ଥାୟୀ ଶିବିର ସ୍ଥାପନ ପାଇଁ ଏବେ ପ୍ରସ୍ତୁତି ଚାଲିଛି । ସୂତ୍ର କହୁଛି ଯେ, ଏହି ଅପରେସନ୍ ମାଓବାଦୀଙ୍କ ବିରୁଦ୍ଧରେ ଏକ ବଡ ମୋଡ଼ ସାବ୍ୟସ୍ତ ହୋଇପାରେ । ଏ ଅଞ୍ଚଳରେ ନିରନ୍ତର ସର୍ଚ୍ଚ ଅପରେସନ ଜାରି ରହିଛି । ଦୀର୍ଘ ବର୍ଷ ଧରି ମାଓ କାର୍ଯ୍ୟକଳାପ ଯୋଗୁଁ ଏହି ଅଞ୍ଚଳ ଆତଙ୍କିତ ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେ ଆଶ୍ୱସ୍ତି ଅନୁଭବ ହୋଇଛି ।

You Can Read: 

ଓଡ଼ିଶାର ଚାଷୀ ସବୁଠୁ ଦୁଃଖରେ ଅଛନ୍ତି, ଏ ସରକାର ସମୟରେ କଟନୀ ଛଟନୀ ଅଧିକ ହୋଇଛି : ରାମଚନ୍ଦ୍ର କାଡାମ