ପାଟଣା ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘର

ପାଟଣା ୦୨।୧୨ : ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଥରି ଉଠିଲା ଘରଦ୍ଵାର ଏବଂ ଝରକା-କବାଟ। କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏଭଳି ଶବ୍ଦ ଶୁଣିବାକୁ ମିଳିଛି । ଯାହାଫଳରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ଖବର ଅନୁଯାୟୀ, ସୋମବାର ଦିନ ପାଟଣା, ସାହାରପଡା, ଉଖୁଣ୍ଡା, ତୁରୁମୁଙ୍ଗା ଆଦି ଅଞ୍ଚଳରେ ଶୂନ୍ୟରୁ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଶବ୍ଦରେ ଘରଦ୍ଵାର ସହ ଝରକା କବାଟ ଥରି ଉଠିଥିଲା। ଲୋକମାନେ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ। ତେବେ ଏହି ଶବ୍ଦ କେଉଁଠାରୁ ଆସିଲା ତାହା ଜଣାପଡ଼ି ନାହିଁ। ବାରମ୍ଵାର ଏଭଳି ଶବ୍ଦ ଶୁଣିବାକୁ ମିଳୁଛି। ନଭେମ୍ଵର ୨୩ ତାରିଖରେ ମଧ୍ୟ ଏଭଳି ଶବ୍ଦ ଶୁଣିବାକୁ ମିଳିଥିଲା। 

ପାଟଣା ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘର

ପାଟଣା ୦୨।୧୨ : ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଥରି ଉଠିଲା ଘରଦ୍ଵାର ଏବଂ ଝରକା-କବାଟ। କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏଭଳି ଶବ୍ଦ ଶୁଣିବାକୁ ମିଳିଛି । ଯାହାଫଳରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। 

ଖବର ଅନୁଯାୟୀ, ସୋମବାର ଦିନ ପାଟଣା, ସାହାରପଡା, ଉଖୁଣ୍ଡା, ତୁରୁମୁଙ୍ଗା ଆଦି ଅଞ୍ଚଳରେ ଶୂନ୍ୟରୁ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଶବ୍ଦରେ ଘରଦ୍ଵାର ସହ ଝରକା କବାଟ ଥରି ଉଠିଥିଲା। ଲୋକମାନେ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ। ତେବେ ଏହି ଶବ୍ଦ କେଉଁଠାରୁ ଆସିଲା ତାହା ଜଣାପଡ଼ି ନାହିଁ। ବାରମ୍ଵାର ଏଭଳି ଶବ୍ଦ ଶୁଣିବାକୁ ମିଳୁଛି। ନଭେମ୍ଵର ୨୩ ତାରିଖରେ ମଧ୍ୟ ଏଭଳି ଶବ୍ଦ ଶୁଣିବାକୁ ମିଳିଥିଲା।