ମାଗଣାରେ କାମ କରିବାକୁ ଚାହାଁନ୍ତି ଅଙ୍କିତା
ମୁମ୍ବାଇ: ବିଗ ବସ ୧୭ ଫେମ ଅଙ୍କିତା ଲୋଖଣ୍ଡେ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ଏହି ଅଭିନେତ୍ରୀ ତାଙ୍କ କ୍ୟାରିୟର ଟେଲିଭିଜନ ଶୋ’ ‘ପବିତ୍ର ରିସ୍ତା’ରୁ ଆରମ୍ଭ କରିଥିଲେ। ଏହାପରଠାରୁ ହିଁ ତାଙ୍କର ଫ୍ୟାନ ଫଲୋଇଙ୍ଗ ସଂଖ୍ୟା ବଢିବାରେ ଲାଗିଥିଲା। ଆଜି ଏହି ଅଭିନେତ୍ରୀଙ୍କ ପାଇଁ କୌଣସି ବିଶେଷ ପରିଚୟର ଆବଶ୍ୟକତା ନାହିଁ। ଅଙ୍କିତା ଟେଲିଭିଜନ ସହ କିଛି ବଲିଉଡ ମୁଭିରେ ବି ନଜର ଆସିଛନ୍ତି। ଏବେ ପର୍ଯ୍ୟନ୍ତ ଦର୍ଶକେ […] The post ମାଗଣାରେ କାମ କରିବାକୁ ଚାହାଁନ୍ତି ଅଙ୍କିତା appeared first on Dharitri Odia News.
ମୁମ୍ବାଇ: ବିଗ ବସ ୧୭ ଫେମ ଅଙ୍କିତା ଲୋଖଣ୍ଡେ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ଏହି ଅଭିନେତ୍ରୀ ତାଙ୍କ କ୍ୟାରିୟର ଟେଲିଭିଜନ ଶୋ’ ‘ପବିତ୍ର ରିସ୍ତା’ରୁ ଆରମ୍ଭ କରିଥିଲେ। ଏହାପରଠାରୁ ହିଁ ତାଙ୍କର ଫ୍ୟାନ ଫଲୋଇଙ୍ଗ ସଂଖ୍ୟା ବଢିବାରେ ଲାଗିଥିଲା। ଆଜି ଏହି ଅଭିନେତ୍ରୀଙ୍କ ପାଇଁ କୌଣସି ବିଶେଷ ପରିଚୟର ଆବଶ୍ୟକତା ନାହିଁ। ଅଙ୍କିତା ଟେଲିଭିଜନ ସହ କିଛି ବଲିଉଡ ମୁଭିରେ ବି ନଜର ଆସିଛନ୍ତି। ଏବେ ପର୍ଯ୍ୟନ୍ତ ଦର୍ଶକେ ତାଙ୍କ କାମକୁ ଖୁବ ପସନ୍ଦ କରନ୍ତି।
ନିକଟରେ ଅଙ୍କିତା ତାଙ୍କ ସ୍ବାମୀ ଭିକ୍କି ଜୈନଙ୍କ ସହ ରିୟଲିଟି ଶୋ’ ବିଗ ବସ ୧୭ ସିଜନରେ ଏକାଠି ନଜର ଆସିଥିଲେ। ଏଥିରେ ଉଭୟଙ୍କ ଝଗଡ଼ା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ ଶୋ’ରୁ ବାହାରକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଖୁବ ଭଲଭାବେ ବାରି ହୋଇ ପଡିଥିଲା।
ଅଙ୍କିତାଙ୍କ ଅଭିନୀତ ମୁଭି ‘ବୀର ସାଓ୍ବରକର’ ମାର୍ଚ୍ଚ ୨୨ରେ ରିଲିଜ ହେବାକୁ ଯାଉଛି। ଏଥିରେ ସେ ଅଭିନେତା ରଣଦୀପ ହୁଡ୍ଡାଙ୍କ ସହ ଲିଡ ରୋଲରେ ନଜର ଆସିବେ। ନିକଟରେ ଫିଲ୍ମ ରିଲିଜ ହେବା ପୂର୍ବରୁ ଅଭିନେତ୍ରୀ ତାଙ୍କ କ୍ୟାରିୟରକୁ ନେଇ ଚମକାଇବା ଭଳି କଥା କହିଛନ୍ତି। ସେ କହିଛନ୍ତି ମୋ କ୍ୟାରିୟରରେ ଟଙ୍କା ନୁହେଁ ବରଂ ରୋଲ୍ ଜରୁରୀ।
ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋ ପାଇଁ ଟଙ୍କା ସବୁବେଳେ ଦ୍ୱିତୀୟ ନମ୍ବରରେ ଆସିଥାଏ। ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଚରିତ୍ର, ଯାହାକୁ ମୁଁ ପ୍ଲେ କରିବାକୁ ଚାହେଁ। ମୁଁ କେବେ ବି ଟଙ୍କା ପଛରେ ଗୋଡାଇ ନାହିଁ। ମୁଁ ସବୁବେଳେ ପ୍ରଥମେ ପ୍ରୋଜେକ୍ଟ ଉପରେ ଫୋକସ କରିଥାଏ। ଆଜିର ଦିନରେ ମୁଁ ଶୋ’ ଓ ଫିଲ୍ମ ଫ୍ରିରେ କରିବାକୁ ପ୍ରସ୍ତୁତ ଅଛି।
ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ଆଜି ଖୁସି ଲାଗୁଛି ଯେ ଟେଲିଭିଜନ ମେକର୍ସ ଫିମେଲ ଆକ୍ଟରଙ୍କ ପାଇଁ ବଜେଟ ବଢାଇ ସାରିଲେଣି। ପୂର୍ବାପେକ୍ଷା ଏବେ ଟେଲିଭିଜନ ଇଣ୍ଡଷ୍ଟ୍ରି ମହିଳାମାନଙ୍କ ପାଇଁ ଆହୁରି ଭଲ ହୋଇଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରି କଥାତ ମୁଁ କହିପାରିବି ନାହିଁ। ଯଦି ମୋତେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କିଛି ଭଲ କାମ ମିଳେ ତେବେ ମୁଁ ନିଶ୍ଚିତ କରିବି।
The post ମାଗଣାରେ କାମ କରିବାକୁ ଚାହାଁନ୍ତି ଅଙ୍କିତା appeared first on Dharitri Odia News.