ମା’ଙ୍କ ଆଗରେ ନାବାଳିକା ଝିଅଙ୍କୁ ବିଷ ପିଆଇ ହତ୍ୟା କଲେ ଜଣେ ଯୁବକ

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର): ଜଣେ ନାବାଳିକାଙ୍କ ଘରେ ପଶି ଜଣେ ଯୁବକ ତାଙ୍କ ମା’ ସମ୍ମୁଖରେ ଜୋର୍‌ ଜବରଦସ୍ତି ବିଷ ପିଆଇ ନାବାଳିକାଙ୍କୁ ହତ୍ୟା କରିଥିବା ବଲାଙ୍ଗୀର ଜିଲା ଆଗଲପୁର ଥାନାରେ ଅଭିଯୋଗ ହୋଇଛି। ପରିବାର ସୂତ୍ରରୁ କରାଯାଇଥିବା ଅଭିଯୋଗ ମୁତାବକ, ବୁଧବାର ପୂର୍ବାହ୍ନରେ ଆଗଲପୁର ଥାନା ବାଞ୍ଜିପାଲି ଗାଁର କୀର୍ତ୍ତନ ବିଶ୍ୱାଳଙ୍କ ଘରେ ତାଙ୍କ ୧୬ ବର୍ଷିୟା ନାବାଳିକା ଝିଅ ଏକୁଟିଆ ଥିବାବେଳେ ନିକଟସ୍ଥ ଇନ୍ସା ଗ୍ରାମର ପ୍ରଣୟ ପ୍ରଧାନ (୨୧) ନାମକ ଜଣେ ଯୁବକ […] The post ମା’ଙ୍କ ଆଗରେ ନାବାଳିକା ଝିଅଙ୍କୁ ବିଷ ପିଆଇ ହତ୍ୟା କଲେ ଜଣେ ଯୁବକ appeared first on Dharitri Odia News.

ମା’ଙ୍କ ଆଗରେ ନାବାଳିକା ଝିଅଙ୍କୁ ବିଷ ପିଆଇ ହତ୍ୟା କଲେ ଜଣେ ଯୁବକ

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର): ଜଣେ ନାବାଳିକାଙ୍କ ଘରେ ପଶି ଜଣେ ଯୁବକ ତାଙ୍କ ମା’ ସମ୍ମୁଖରେ ଜୋର୍‌ ଜବରଦସ୍ତି ବିଷ ପିଆଇ ନାବାଳିକାଙ୍କୁ ହତ୍ୟା କରିଥିବା ବଲାଙ୍ଗୀର ଜିଲା ଆଗଲପୁର ଥାନାରେ ଅଭିଯୋଗ ହୋଇଛି।
ପରିବାର ସୂତ୍ରରୁ କରାଯାଇଥିବା ଅଭିଯୋଗ ମୁତାବକ, ବୁଧବାର ପୂର୍ବାହ୍ନରେ ଆଗଲପୁର ଥାନା ବାଞ୍ଜିପାଲି ଗାଁର କୀର୍ତ୍ତନ ବିଶ୍ୱାଳଙ୍କ ଘରେ ତାଙ୍କ ୧୬ ବର୍ଷିୟା ନାବାଳିକା ଝିଅ ଏକୁଟିଆ ଥିବାବେଳେ ନିକଟସ୍ଥ ଇନ୍ସା ଗ୍ରାମର ପ୍ରଣୟ ପ୍ରଧାନ (୨୧) ନାମକ ଜଣେ ଯୁବକ ଘରେ ପଶି ନାବାଳିକାଙ୍କୁ ଜୋର ଜବରଦସ୍ତ ମାଡପିଟ୍‌ କରିବା ସହ ବିଷ ପିଆଇ ଦେଇଥିଲେ। ଏହି ସମୟରେ ଗୋଧେଇ ସାରି ଘରକୁ ଫେରୁଥିବା ନାବାଳିକାଙ୍କ ମା’ ସୁଷମା ଏହି ଘଟଣା ଦେଖି ଦେବାରୁ ନାବାଳିକାଙ୍କୁ ଛାଡ଼ି ଦେଇ ସେଇ ଘର ଭିତରେ ଖଟ ତଳେ ଲୁଚି ଯାଇଥିଲେ । ସୁଷମା ଚିତ୍କାର କରିବାରୁ ତାଙ୍କୁ ଧକ୍କା ଦେଇ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଥିବା ସୁଷମା ଗଣମାଧ୍ୟମକୁ କହିଛନ୍ତି। ଏହାପରେ ସୁଷମା ପ୍ରଥମେ ଆଖପାଖ ଲୋକଙ୍କୁ ଡାକିବା ସହ ତାଙ୍କ ସ୍ବାମୀ ଓ ପୁଅଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ବିଷକ୍ରିୟାରେ ଚେତାଶୂନ୍ୟ ହୋଇଯାଇଥିବା ନାବାଳିକାଙ୍କୁ ଘଟଣାସ୍ଥଳରୁ ପରିବାର ଲୋକେ ପ୍ରଥମେ ଆଗଲପୁର ଡାକ୍ତରଖାନାକୁ ନେଇଥିଲେ। ପରେ ନାବାଳିକାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ଯୁବକ ଜଣକ ଘରେ ପଶି ଜୋର ଜବରଦସ୍ତ ନାବାଳିକାଙ୍କୁ ବିଷ ପିଆଇଲେ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଆଗଲପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଆଜି ବ୍ୟବଚ୍ଛେଦ ନ ହେବାରୁ ଶବାଗାରରେ ନାବାଳିକାଙ୍କ ମୃତଦେହ ରଖାଯାଇଛି। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ବ୍ୟବଚ୍ଛେଦ କରାଯିବ।

The post ମା’ଙ୍କ ଆଗରେ ନାବାଳିକା ଝିଅଙ୍କୁ ବିଷ ପିଆଇ ହତ୍ୟା କଲେ ଜଣେ ଯୁବକ appeared first on Dharitri Odia News.