ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ ଚାଷ ପାଇଁ ସରକାର ପ୍ରୋତ୍ସାହନ ଯୋଗାଉଥିଲେ ମଧ୍ୟ କୃଷି ବିଭାଗର ଅବହେଳା ଯୋଗୁ ବାଲୁଗଁା ଅଞ୍ଚଳର ଚାଷୀ ହନ୍ତସନ୍ତ ହେଉଛନ୍ତି। ବରଂ ଅଣଚାଷୀ ଉପକୃତ ହେବାରେ ଲାଗିଛନ୍ତି। ଏଭଳିସ୍ଥଳେ କେତେଜଣ ଚାଷୀ ଚାଷ ଛାଡ଼ିଦେଇଥିବାବେଳେ ଅନ୍ୟମାନେ କ୍ଷତି ହେଉଥିବା ସତ୍ତ୍ୱେ ଚାଷ ଛାଡ଼ିପାରୁନାହାନ୍ତି। ଚାଷ ଓ ଚାଷୀଙ୍କୁ ବଞ୍ଚାଇବା ପାଇଁ […] The post ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ appeared first on Dharitri Odia News.

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ ଚାଷ ପାଇଁ ସରକାର ପ୍ରୋତ୍ସାହନ ଯୋଗାଉଥିଲେ ମଧ୍ୟ କୃଷି ବିଭାଗର ଅବହେଳା ଯୋଗୁ ବାଲୁଗଁା ଅଞ୍ଚଳର ଚାଷୀ ହନ୍ତସନ୍ତ ହେଉଛନ୍ତି। ବରଂ ଅଣଚାଷୀ ଉପକୃତ ହେବାରେ ଲାଗିଛନ୍ତି। ଏଭଳିସ୍ଥଳେ କେତେଜଣ ଚାଷୀ ଚାଷ ଛାଡ଼ିଦେଇଥିବାବେଳେ ଅନ୍ୟମାନେ କ୍ଷତି ହେଉଥିବା ସତ୍ତ୍ୱେ ଚାଷ ଛାଡ଼ିପାରୁନାହାନ୍ତି। ଚାଷ ଓ ଚାଷୀଙ୍କୁ ବଞ୍ଚାଇବା ପାଇଁ ବାଲୁଗଁା ଅଞ୍ଚଳର ଚାଷୀ ଏକତ୍ରିିତ ହୋଇ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

୫ କିମି ଦୂରତାରେ ଥାଇ ସେବା ମିଳୁନି
ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ବାଲୁଗଁାର ଦୂରତା ମାତ୍ର ୫ କିମି। ତେବେ ଏଠାର ଚାଷୀ ସର୍ବଦା ଉପେକ୍ଷିତ ଓ ଅବହେଳିତ। ବାଲୁଗଁା ଓ ଆଖପାଖ ଅଞ୍ଚଳର ଚାଷୀ ସରକାରୀ ବିହନ ପାଉନାହାନ୍ତି। ସାରକୁ ସବୁବେଳେ କଳାବଜାରରୁ ଅଧିକ ଦାମ୍‌ରେ କିଣୁଛନ୍ତି। ଫସଲରେ ରୋଗପୋକ ଦେଖାଦେଲେ କୃଷି ବିଭାଗର ସହଯୋଗ ମିଳୁନି।
– ନିରଞ୍ଜନ ପ୍ରଧାନ, ଚାଷୀ

ବଦଳୁନି ଚାଷୀ, ଚାଷ
ଚାଷୀ ଓ ଚାଷ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଚାଷୀ ଓ ଚାଷର ରୂପ ବଦଳୁନି। କେଉଁ କାରଣରୁ ଚାଷୀ ଓ ଚାଷର ରୂପରେଖ ବଦଳୁନି ତାହାର ସମୀକ୍ଷା ହେବା ଦରକାର। ଆମ ଅଞ୍ଚଳର ଅଣଚାଷୀ ଉପକୃତ ହେଉଥିବାବେଳେ ଚାଷୀ କାହିଁକି ତା’ର ପ୍ରାପ୍ୟ ପାଇପାରୁନି। କୃଷି ବିଭାଗ ଚାଷୀଙ୍କୁ ଅଣଦେଖା କରି ଚାଲିଥିବାରୁ ଅସନ୍ତୋଷ ଓ ଉଦ୍‌ବେଗ ବଢ଼ିଚାଲିଛି। ଧୀରେ ଧୀରେ ଚାଷୀ ଆନ୍ଦୋଳନ ମୁହଁା ହେଉଛନ୍ତି।
– ଭଗବାନ୍‌ ନାୟକ, ଚାଷୀ

ମୁଗ ବିହନ ହେର୍‌ଫେରର ତଦନ୍ତ ହେଉନି
ସରକାର ପ୍ରତି ପଞ୍ଚାୟତକୁ ୫ରୁ ୨୦ କୁଇଣ୍ଟାଲ ମୁଗ ବିହନ ଯୋଗାଇ ଦେଉଛନ୍ତି। ତେବେ ବାଲୁଗଁା ପଞ୍ଚାୟତକୁ ଆସୁଥିବା ଏହି ବିହନ କୁଆଡ଼େ ଯାଉଛି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଆଖପାଖ ପଞ୍ଚାୟତର ଚାଷୀ ମୁଗ ବିହନ ପାଉଥିବାବେଳେ ବାଲୁଗଁା ପଞ୍ଚାୟତର ଚାଷୀ ଏହା ପାଇପାରୁନାହାନ୍ତି। ମୁଗ ବିହନରେ ପ୍ରତିବର୍ଷ ଚାଲିଥିବା ହେର୍‌ଫେରର ତଦନ୍ତ ହେଉନି।
– ମାଟିଆ ଜେନା, ଚାଷୀ

ତାଲିମ, କର୍ମଶାଳା ନାହିଁ
ବିହନ ବିଶୋଧନ ଓ ଚାଷ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ତାଲିମ ବ୍ୟବସ୍ଥା ଅଛି। ସରକାର ଏଥିପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ବାଲୁଗଁା ଅଞ୍ଚଳର ଚାଷୀଙ୍କୁ ତାଲିମ ଦିଆଯାଉନି କି କର୍ମଶାଳାକୁ ଯିବାର ସୁଯୋଗ ମିଳୁନି। ସେହିପରି ବିଭିନ୍ନ ଜିଲାର ଗବେଷଣା କେନ୍ଦ୍ରରେ ଚାଷୀଙ୍କୁ ଶିକ୍ଷାଦେବା ପାଇଁ ବ୍ୟବସ୍ଥା ଅଛି। ଉନ୍ନତ ପ୍ରଣାଳୀରେ ଚାଷ କରିଥିବା ଚାଷୀର କ୍ଷେତ ପରିଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା ଅଛି। ତେବେ କାହିଁକି ବାଲୁଗଁା ଅଞ୍ଚଳର ଚାଷୀ ଏହାର ସୁବିଧା ନେଇପାରିବ ନାହିଁ। ଆମର ପ୍ରଶ୍ନ ଆମ ପାଖରେ ରହିଯାଉଛି। ଉତ୍ତର କେହି ଦେଉନାହାନ୍ତି କି ସମାଧାନର ବ୍ୟବସ୍ଥା କରାଯାଉନି।
– ବ୍ରଜବନ୍ଧୁ ଦଳବେହେରା, ଚାଷୀ

ବାଦାମ ବିହନ କଳାବଜାରରୁ କିଣିଲୁ
ବାଦାମ ବିହନ ପାଇଁ ବାରମ୍ବାର କୃଷି ବିଭାଗକୁ ଚାଷୀମାନେ ଦୌଡ଼ିଲେ। ବିହନ କୃଷି ବିଭାଗ ଦେବ ବୋଲି ପ୍ରତିଶ୍ରୁତି ଦେଲା। ଆଜିକାଲି କହି ମାସେ ଦୌଡ଼ିଲା ପରେ ବିହନ ମିଳିଲା ନାହିଁ। ୫୦ ଟଙ୍କାର ବିହନ କଳାବଜାରରୁ ୧୫୦ ଟଙ୍କାରେ କିଣି ଚାଷ କରାଗଲା। ବିହନ ବୁଣିବା ପରେ କୃଷି ବିଭାଗର ସହଯୋଗ ମିଳିଲା ନାହିଁ କି କେହି କ୍ଷେତ୍ର ପରିଦର୍ଶନ କଲେ ନାହିଁ। ଆମ ଦୁଃଖ କୃଷି ବିଭାଗ ବୁଝୁ ନ ଥିବାରୁ ଚାଷ ପ୍ରତି ଚାଷୀ ବିତସ୍ପୃହ ହେବାରେ ଲାଗିଛନ୍ତି।
– ପ୍ରଫୁଲ୍ଲ ଡାକୁଆ, ଚାଷୀ

The post ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ appeared first on Dharitri Odia News.