କୃଷକ ନେତାଙ୍କ ବଡ଼ ନିଷ୍ପତ୍ତି: ୬ରେ ଦିଲ୍ଲୀ ଅଭିଯାନ
ଚଣ୍ଡିଗଡ଼,୧୮ା୧୧: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ର ଆଇନଗତ ଗ୍ୟାରେଣ୍ଟି ଏବଂ ଅନ୍ୟାନ୍ୟ ଦାବିକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ନିମନ୍ତେ ଶମ୍ଭୁ ସୀମାରେ ଦୀର୍ଘଦିନ ହେଲା ଆନ୍ଦୋଳନରେ ବସିଥିବା କୃଷକମାନେ ଡିସେମ୍ବର ୬ରେ ଦିଲ୍ଲୀ ଅଭିଯାନରେ ବାହାରିବେ। ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚା (କେଏମ୍ଏମ୍) ପକ୍ଷରୁ ସୋମବାର ଘୋଷଣା କରାଯାଇଛି। କୃଷକ ନେତାମାନଙ୍କର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ଫେବୃଆରୀ […] The post କୃଷକ ନେତାଙ୍କ ବଡ଼ ନିଷ୍ପତ୍ତି: ୬ରେ ଦିଲ୍ଲୀ ଅଭିଯାନ appeared first on Dharitri Odia News.
ଚଣ୍ଡିଗଡ଼,୧୮ା୧୧: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ର ଆଇନଗତ ଗ୍ୟାରେଣ୍ଟି ଏବଂ ଅନ୍ୟାନ୍ୟ ଦାବିକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ନିମନ୍ତେ ଶମ୍ଭୁ ସୀମାରେ ଦୀର୍ଘଦିନ ହେଲା ଆନ୍ଦୋଳନରେ ବସିଥିବା କୃଷକମାନେ ଡିସେମ୍ବର ୬ରେ ଦିଲ୍ଲୀ ଅଭିଯାନରେ ବାହାରିବେ। ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚା (କେଏମ୍ଏମ୍) ପକ୍ଷରୁ ସୋମବାର ଘୋଷଣା କରାଯାଇଛି। କୃଷକ ନେତାମାନଙ୍କର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଚଳିତବର୍ଷ ଫେବୃଆରୀ ୧୩ରେ ଉକ୍ତ କୃଷକମାନେ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ବାହାରିଥିବାବେଳେ ସୁରକ୍ଷା ବଳ ବାଧାଦେବାରୁ ସେମାନେ ପଞ୍ଜାବ ଓ ହରିୟାଣା ମଧ୍ୟବର୍ତ୍ତୀ ଶମ୍ଭୁ ଏବଂ ଖନୌରି ସୀମାରେ ଅଟକି ରହିଛନ୍ତି। ଦୀର୍ଘଦିନର ପ୍ରତୀକ୍ଷା ପରେ ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯିବା ପାଇଁ ନିଷ୍ପତ୍ତି ନେଇଥିବା କେଏମ୍ଏମ୍ ନେତା ସରଓ୍ବନ୍ ସିଂ ପାନ୍ଧେର କହିଛନ୍ତି। ସେମାନଙ୍କ ଦାବି ସମ୍ପର୍କରେ ସରକାର କୌଣସି ଆଲୋଚନା କରୁ ନ ଥିବାରୁ ପାନ୍ଧେର କେନ୍ଦ୍ରକୁ ସମାଲୋଚନା କରିଛନ୍ତି।
The post କୃଷକ ନେତାଙ୍କ ବଡ଼ ନିଷ୍ପତ୍ତି: ୬ରେ ଦିଲ୍ଲୀ ଅଭିଯାନ appeared first on Dharitri Odia News.