ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି ଅଭାବନୀୟ ଘଟଣା ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଶନିବାର ରାତିରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ମୃତ୍ୟୁ ପରେ କାଲିମେଳା ପୋଲିସ ଉକ୍ତ ମା’ଙ୍କୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି। ମୃତ ନାବାଳକ ହେଲେ ରୋହିତ ପଡ଼ିଆମି। […] The post ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ appeared first on Dharitri Odia News.

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି ଅଭାବନୀୟ ଘଟଣା ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଶନିବାର ରାତିରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ମୃତ୍ୟୁ ପରେ କାଲିମେଳା ପୋଲିସ ଉକ୍ତ ମା’ଙ୍କୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି। ମୃତ ନାବାଳକ ହେଲେ ରୋହିତ ପଡ଼ିଆମି।

ତୁମ୍ବାଗୁ ଗ୍ରାମର ମୁକା ପଡ଼ିଆମିଙ୍କ ସ୍ତ୍ରୀ ଓ୍ବାଗି ଅତ୍ୟଧିକ ରାଗି ଯାଇ ୮ ବର୍ଷର ପୁଅ ରୋହିତଙ୍କ ଛାତିକୁ ଏକ ଗୋଇଠା ମାରିବାରୁ ରୋହିତ ତଳେ ପଡ଼ି ଯାଇଥିଲେ। ରାତିରେ ରୋହିତ ଶୋଇ ଯାଇଥିବା ଭାବି ପରିବାର ଲୋକେ ଆଉ ଡାକି ନ ଥିଲେ। ତେବେ ରବିବାର ସକାଳେ ରୋହିତଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଥିଲା।

ସୂଚନାନୁଯାୟୀ, ରୋହିତ ସବୁବେଳେ ଘରେ ନ ରହି ବାହାରେ ବୁଲାବୁଲି କରନ୍ତି ଏବଂ ଘରୁ କିଛି ପଇସା ଚୋରି କରି ଖର୍ଚ୍ଚ କରିଦିଅନ୍ତି। ଏହାକୁ ନେଇ ମା’ ଓ୍ବାଗିଙ୍କ ସହିତ ରୋହିତଙ୍କ ଝଗଡ଼ା ହୋଇଥାଏ। ତେବେ ଶନିବାର ମା’ ନିଶାଗ୍ରସ୍ତ ଅବସ୍ଥାରେ ରାଗି ଯାଇ ପୁଅକୁ ଗୋଇଠା ମାରିଥିବା ପୋଲିସ ନିକଟରେ ସ୍ବୀକାର କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଶିଶୁଟିର ମୃତଦେହ ଘର ଭିତରେ ପଡ଼ିଥିବା ଜଣାପଡ଼ିଛି। ସାଇଣ୍ଟିଫିକ୍‌ ଟିମ୍‌ ଆସିଲା ପରେ ମୃତଦେହ ବ୍ୟବଚ୍ଛେଦ ସହ ଅଧିକ ତଦନ୍ତ କରାଯିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି।

The post ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ appeared first on Dharitri Odia News.