ମା’ଙ୍କ ପରାଜୟର ପ୍ରତିଶୋଧ ନେବେ ପୁଅ;ନୂଆଦିଲ୍ଲୀ ଆସନରୁ ଲଢ଼ିବେ ବିଧାନସଭା ନିର୍ବାଚନ

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ପୁଅ ସନ୍ଦିପ ଦିକ୍ଷିତ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲ ଲଗାତାର ୩ଥର ଜିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଥିଲେ । ସନ୍ଦିପ ଦିକ୍ଷିତ ଓ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ହେବ ହାଇପ୍ରୋଫାଇଲ ଟକ୍କର । ସନ୍ଦିପ ଦିକ୍ଷିତ ମା ତଥା ଦିବଂଗତ କଂଗ୍ରେସ ନେତ୍ରୀ ସିଲା ଦିକ୍ଷିତଙ୍କ ମଧ୍ୟ ୩ଥର ନୂଆଦିଲ୍ଲୀ ବିଧାନସଭା ଆସନରୁ ଜିତି ୧୫ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦକୁ ଅକ୍ତିଆର କରିଥିଲେ । ପ୍ରଥମଥର ପାଇଁ ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଏହି ଆସନରୁ ଲଢ଼ି ୨୫ହଜାର ଅଧିକ ଭୋଟରେ ସିଲା ଦିକ୍ଷିତଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରଠୁ କେଜ୍ରିୱାଲ ଲଗାତାର ଜିତିଆସୁଛନ୍ତି । ଏବେ ଏହି ହାଇପ୍ରୋଫାଇଲ ଆସନର ଲଢ଼ିବାକୁ କଂଗ୍ରେସ ସନ୍ଦିପ ଦିକ୍ଷିତଙ୍କ ପୁଅ ତଥା ପୂର୍ବତନ ସାଂସଦ ସନ୍ଦିପ ଦିକ୍ଷିତଙ୍କୁ ବାଛି ଏହାକୁ ରୋଚକ କରିଛି । ଖାଲି ଏତିକି ନୁହେଁ ଏହି ନୂଆଦିଲ୍ଲୀ ଆସନରୁ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ  ସାହେବ ସିଂ ବର୍ମାଙ୍କ ପୁଅ ପଶ୍ଚିମ ଦିଲ୍ଲୀର ପୂର୍ବତନ ସାଂସଦ ପରଭେଶ ସାହେବ ସିଂ ବର୍ମାଙ୍କୁ ପ୍ରାର୍ଥୀ କରିବା ଯୋଜନାରେ ଅଛି । ଏହା ହେଲେ ଏହି ଗୁରୁତ୍ବପୂର୍ଣ୍ଣ ଆସନରୁ ତିନି ପ୍ରମୁଖ ଦଳ ମଧ୍ୟରେ

ମା’ଙ୍କ ପରାଜୟର ପ୍ରତିଶୋଧ ନେବେ ପୁଅ;ନୂଆଦିଲ୍ଲୀ ଆସନରୁ ଲଢ଼ିବେ ବିଧାନସଭା ନିର୍ବାଚନ

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ପୁଅ ସନ୍ଦିପ ଦିକ୍ଷିତ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲ ଲଗାତାର ୩ଥର ଜିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଥିଲେ ।

ସନ୍ଦିପ ଦିକ୍ଷିତ ଓ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ହେବ ହାଇପ୍ରୋଫାଇଲ ଟକ୍କର । ସନ୍ଦିପ ଦିକ୍ଷିତ ମା ତଥା ଦିବଂଗତ କଂଗ୍ରେସ ନେତ୍ରୀ ସିଲା ଦିକ୍ଷିତଙ୍କ ମଧ୍ୟ ୩ଥର ନୂଆଦିଲ୍ଲୀ ବିଧାନସଭା ଆସନରୁ ଜିତି ୧୫ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦକୁ ଅକ୍ତିଆର କରିଥିଲେ । ପ୍ରଥମଥର ପାଇଁ ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଏହି ଆସନରୁ ଲଢ଼ି ୨୫ହଜାର ଅଧିକ ଭୋଟରେ ସିଲା ଦିକ୍ଷିତଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରଠୁ କେଜ୍ରିୱାଲ ଲଗାତାର ଜିତିଆସୁଛନ୍ତି । ଏବେ ଏହି ହାଇପ୍ରୋଫାଇଲ ଆସନର ଲଢ଼ିବାକୁ କଂଗ୍ରେସ ସନ୍ଦିପ ଦିକ୍ଷିତଙ୍କ ପୁଅ ତଥା ପୂର୍ବତନ ସାଂସଦ ସନ୍ଦିପ ଦିକ୍ଷିତଙ୍କୁ ବାଛି ଏହାକୁ ରୋଚକ କରିଛି ।

ଖାଲି ଏତିକି ନୁହେଁ ଏହି ନୂଆଦିଲ୍ଲୀ ଆସନରୁ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ  ସାହେବ ସିଂ ବର୍ମାଙ୍କ ପୁଅ ପଶ୍ଚିମ ଦିଲ୍ଲୀର ପୂର୍ବତନ ସାଂସଦ ପରଭେଶ ସାହେବ ସିଂ ବର୍ମାଙ୍କୁ ପ୍ରାର୍ଥୀ କରିବା ଯୋଜନାରେ ଅଛି । ଏହା ହେଲେ ଏହି ଗୁରୁତ୍ବପୂର୍ଣ୍ଣ ଆସନରୁ ତିନି ପ୍ରମୁଖ ଦଳ ମଧ୍ୟରେ ରୋଚକ ଲଢ଼େଇ ହେବା ନିଶ୍ଚିତ ।

ଆଗାମୀ ଫେବ୍ରୁଆରୀରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗତକାଲି ରାତିରେ କଂଗ୍ରେସ ୨୧ଜଣ ଜଣିଆ ପ୍ରାର୍ଥୀ  ତାଲିକା ଘୋଷଣା କରିଛି । ନିର୍ବାଚନରେ ପ୍ରାୟ ୩ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ପାଇଁ ପ୍ରଥମ ରାଜନୈତିକ ଗୋଟିଚାଳନାରେ ଆଗଆ ରହିଛି ।