ମା’ଙ୍କ ମଥାରୁ ଖସିଲା ପୁଷ୍ପ: ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଶୁଭାରମ୍ଭ

ଛତ୍ରପୁର,୨୮।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲାରେ ପ୍ରତି ୨ବର୍ଷକୁ ଥରେ ହେଉଥିବା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ଏହା ଜୁନ ୩୦ରେ ପର୍ଯ୍ୟନ୍ତ ଚାଲିବ। ଏନେଇ ଛତ୍ରପୁର ଅଞ୍ଚଳ ଉତ୍ସବ ମୁଖରିତ ହୋଇଛି। ମା’ଙ୍କ ଯାତ୍ରା ଲାଗି ଆଜ୍ଞାମାଳ ଆଣିବା ପାଇଁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ମନ୍ଦିରକୁ ବିରାଟ ପଟୁଆରରେ କମିଟି ଯାଇଥିଲେ। ବିଳମ୍ବିତ ରାତିରେ ମା’ଙ୍କ ମସ୍ତକରୁ ଫୁଲ ଚାଙ୍ଗୁଡ଼ିରେ ପଡିବା ପରେ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ମା’ […] The post ମା’ଙ୍କ ମଥାରୁ ଖସିଲା ପୁଷ୍ପ: ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଶୁଭାରମ୍ଭ appeared first on Dharitri Odia News.

ମା’ଙ୍କ ମଥାରୁ ଖସିଲା ପୁଷ୍ପ: ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଶୁଭାରମ୍ଭ

ଛତ୍ରପୁର,୨୮।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲାରେ ପ୍ରତି ୨ବର୍ଷକୁ ଥରେ ହେଉଥିବା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ଏହା ଜୁନ ୩୦ରେ ପର୍ଯ୍ୟନ୍ତ ଚାଲିବ। ଏନେଇ ଛତ୍ରପୁର ଅଞ୍ଚଳ ଉତ୍ସବ ମୁଖରିତ ହୋଇଛି। ମା’ଙ୍କ ଯାତ୍ରା ଲାଗି ଆଜ୍ଞାମାଳ ଆଣିବା ପାଇଁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ମନ୍ଦିରକୁ ବିରାଟ ପଟୁଆରରେ କମିଟି ଯାଇଥିଲେ। ବିଳମ୍ବିତ ରାତିରେ ମା’ଙ୍କ ମସ୍ତକରୁ ଫୁଲ ଚାଙ୍ଗୁଡ଼ିରେ ପଡିବା ପରେ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି।
ମା’ ଶାଶୁଘରୁ ତାଙ୍କ ବାପାଙ୍କ ଘରକୁ ଯାଇଥାନ୍ତି। ମାସେ ବ୍ୟାପୀ ଅସ୍ଥାୟୀ ମଣ୍ଡପରେ ମା’ ଦଶ ଭୁଜା ରୂପେ ପୂଜା ପାଆନ୍ତି। ମଙ୍ଗଳବାର ଦେବୀଙ୍କଠାରୁ ଆସିଥିବା ପୁଷ୍ପଟି ନିରାକାର ବ୍ରହ୍ମ ରୂପରେ ପୂଜା ପାଉଛନ୍ତି। ଆସନ୍ତାକାଲି ତଥା ବୁଧବାର ସନ୍ଧ୍ୟାରେ ଅସ୍ଥାୟୀ ମଣ୍ଡପରେ ଦଶ ମହାବିଦ୍ୟା ପୂଜା ଅର୍ଚ୍ଚନା, ହୋମ ବିଧିବଦ୍ଧ ସମାହିତ କରାଯାଇ ଦେବୀଙ୍କ ଦଶ ଭୁଜା ରୂପରେ ମା’ଙ୍କର ପ୍ରତିମା ଅଙ୍କନ କରାଯିବ। ସେହି ଦଶ ଭୁଜା ରୂପିଣୀ ଦେବୀଙ୍କୁ କଳସରେ ଘଟ ସଜାଇ ଘଟ ପରିକ୍ରମା ପ୍ରତ୍ୟେକ ଦିନ ସାରେ ହେବ। ଘଟରୂପେ ସଜାଯାଇଥିବା ହାଣ୍ଡିକୁ ୯ ଜଣ ମହିଳା ମସ୍ତକରେ ଧରିଥାନ୍ତି।

The post ମା’ଙ୍କ ମଥାରୁ ଖସିଲା ପୁଷ୍ପ: ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଶୁଭାରମ୍ଭ appeared first on Dharitri Odia News.