ମାଙ୍କଡ କାମୁଡିବାରୁ ବି ଭାଇରସ୍‌ର ଶିକାର ହେଲେ ବ୍ୟକ୍ତି, ୧୬ ଦିନରୁ ଅଛନ୍ତି ଆଇସିୟୁରେ...

ନୂଆଦିଲ୍ଲୀ ୦୬।୦୪; ବି ଭାଇରସ୍‌ର ଶିକାର ହେଲେ ବ୍ୟକ୍ତି । ମାଙ୍କଡ଼ କାମୁଡ଼ିବାରୁ ହେଲା ଘାତକ ସଂକ୍ରମଣ । ୧୬ ଦିନରୁ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ହଂକଂର ଜଣେ ୩୭ ବର୍ଷୀୟ ବ୍ୟକ୍ତି ।  ପାର୍କରେ ବ୍ୟକ୍ତି ବୁଲୁଥିବା ବେଳେ କାମୁଥିଲେ ମାଙ୍କଡ । ଏହାପରେ ବ୍ୟକ୍ତି ଜଣକ ଘାତକ ସଂକ୍ରମଣର ଶିକାର ହୋଇଛନ୍ତି । ଗତ ମାର୍ଚ୍ଚ ୨୧ ତାରିଖରୁ ସେ ହସ୍‌ପିଟାଲ ଆଇସିୟୁରେ ଅଛନ୍ତି । ତାଙ୍କୁ ଲଗାତାର ଜ୍ୱର ହେଉଛି । ମଝିରେ ମଝିରେ ସେ ଚେତାଶୂନ୍ୟ ହୋଇପଡୁଛନ୍ତି । ହଂକଂରେ କୌଣସି ମଣିଷକୁ ବି ଭାଇରସ୍‌ ସଂକ୍ରମଣର ଏହା ପ୍ରଥମ ମାମଲା । ଏହି ବି ଭାଇରସ୍‌ ମାଙ୍କଡ଼ଙ୍କ ଲାଳ, ମୂତ୍ର ଓ ମଳରେ ମିଳେ । ସେଣ୍ଟର୍‌ ଫର୍‌ ହେଲ୍‌ଥ ପ୍ରୋଟେକ୍ସନ୍‌ ଅନୁସାରେ, ମାଙ୍କଡ଼ଙ୍କଠାରେ ଏହି ଭାଇରସ୍‌ର ପ୍ରଭାବ କମ୍‌ ଦେଖିବାକୁ ମିଳେ । ତେବେ ଏହି ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ଫ୍ଲୁ ଭଳି । ପରେ ଶ୍ୱାସକ୍ରିୟାରେ ସମସ୍ୟା, ବାନ୍ତି, ପେଟ ଯନ୍ତ୍ରଣା, ହିକା ଆଦି ହୋଇପାରେ । ଏହି ଭାଇରସ୍‌ ମସ୍ତିଷ୍କରେ ପ୍ରବେଶ କରିବା ପରେ ହିକା ହୁଏ । ମାଙ୍କଡ଼ କାମୁଡ଼ିଥିବା ସ୍ଥାନରେ ଦାଗ ପଡ଼ି ଲଗାତାର କୁଣ୍ଡାଇ ହୁଏ । ପରବର୍ତ୍ତୀ ପର୍ଯ୍ୟାୟରେ ସଂକ୍ରମଣ ଯୋଗୁ ମସ୍ତିଷ୍କ ଓ ମେରୁଦଣ୍ଡ ହାଡ଼ ଫୁଲିଯାଏ । ଏହା ଦ୍ୱାରା ଭୀଷଣ ଯନ୍ତ୍ରଣା ହୁଏ । ମସ୍ତିଷ୍କ ସହ ମାଂସପେଶୀଗୁଡ଼ିକର ସାମଞ୍ଜସ୍ୟ ନଷ୍ଟ ହୋଇଯାଏ । ସ୍ନାୟୁ ପ୍ରଣାଳୀ ଅଚଳ ବା ଦୁର୍ବଳ ହୋଇଯାଏ । ବି ଭାଇରସ୍‌କୁ ମ

ମାଙ୍କଡ କାମୁଡିବାରୁ ବି ଭାଇରସ୍‌ର ଶିକାର ହେଲେ ବ୍ୟକ୍ତି, ୧୬ ଦିନରୁ ଅଛନ୍ତି ଆଇସିୟୁରେ...

ନୂଆଦିଲ୍ଲୀ ୦୬।୦୪; ବି ଭାଇରସ୍‌ର ଶିକାର ହେଲେ ବ୍ୟକ୍ତି । ମାଙ୍କଡ଼ କାମୁଡ଼ିବାରୁ ହେଲା ଘାତକ ସଂକ୍ରମଣ । ୧୬ ଦିନରୁ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ହଂକଂର ଜଣେ ୩୭ ବର୍ଷୀୟ ବ୍ୟକ୍ତି ।  ପାର୍କରେ ବ୍ୟକ୍ତି ବୁଲୁଥିବା ବେଳେ କାମୁଥିଲେ ମାଙ୍କଡ । ଏହାପରେ ବ୍ୟକ୍ତି ଜଣକ ଘାତକ ସଂକ୍ରମଣର ଶିକାର ହୋଇଛନ୍ତି । ଗତ ମାର୍ଚ୍ଚ ୨୧ ତାରିଖରୁ ସେ ହସ୍‌ପିଟାଲ ଆଇସିୟୁରେ ଅଛନ୍ତି । ତାଙ୍କୁ ଲଗାତାର ଜ୍ୱର ହେଉଛି । ମଝିରେ ମଝିରେ ସେ ଚେତାଶୂନ୍ୟ ହୋଇପଡୁଛନ୍ତି । 

ହଂକଂରେ କୌଣସି ମଣିଷକୁ ବି ଭାଇରସ୍‌ ସଂକ୍ରମଣର ଏହା ପ୍ରଥମ ମାମଲା । ଏହି ବି ଭାଇରସ୍‌ ମାଙ୍କଡ଼ଙ୍କ ଲାଳ, ମୂତ୍ର ଓ ମଳରେ ମିଳେ । ସେଣ୍ଟର୍‌ ଫର୍‌ ହେଲ୍‌ଥ ପ୍ରୋଟେକ୍ସନ୍‌ ଅନୁସାରେ, ମାଙ୍କଡ଼ଙ୍କଠାରେ ଏହି ଭାଇରସ୍‌ର ପ୍ରଭାବ କମ୍‌ ଦେଖିବାକୁ ମିଳେ । ତେବେ ଏହି ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ଫ୍ଲୁ ଭଳି । ପରେ ଶ୍ୱାସକ୍ରିୟାରେ ସମସ୍ୟା, ବାନ୍ତି, ପେଟ ଯନ୍ତ୍ରଣା, ହିକା ଆଦି ହୋଇପାରେ । ଏହି ଭାଇରସ୍‌ ମସ୍ତିଷ୍କରେ ପ୍ରବେଶ କରିବା ପରେ ହିକା ହୁଏ ।

 ମାଙ୍କଡ଼ କାମୁଡ଼ିଥିବା ସ୍ଥାନରେ ଦାଗ ପଡ଼ି ଲଗାତାର କୁଣ୍ଡାଇ ହୁଏ । ପରବର୍ତ୍ତୀ ପର୍ଯ୍ୟାୟରେ ସଂକ୍ରମଣ ଯୋଗୁ ମସ୍ତିଷ୍କ ଓ ମେରୁଦଣ୍ଡ ହାଡ଼ ଫୁଲିଯାଏ । ଏହା ଦ୍ୱାରା ଭୀଷଣ ଯନ୍ତ୍ରଣା ହୁଏ । ମସ୍ତିଷ୍କ ସହ ମାଂସପେଶୀଗୁଡ଼ିକର ସାମଞ୍ଜସ୍ୟ ନଷ୍ଟ ହୋଇଯାଏ । ସ୍ନାୟୁ ପ୍ରଣାଳୀ ଅଚଳ ବା ଦୁର୍ବଳ ହୋଇଯାଏ । ବି ଭାଇରସ୍‌କୁ ମଙ୍କି ବି ଭାଇରସ୍‌ ବା ହର୍ପିସଭାଇରସ୍‌ ସିମିଏ ମଧ୍ୟ କୁହାଯାଏ । ମଣିଷ ଏହି ସଂକ୍ରମଣର ଶିକାର ହେବା ଅତ୍ୟନ୍ତ ଦୁର୍ଲଭ ମାମଲା । 

୧୯୩୨ ମସିହାରେ ଏହି ଭାଇରସ୍‌ ଆବିଷ୍କୃତ ହୋଇଥିଲା । ୨୦୧୯ ମସିହା ପର୍ଯ୍ୟନ୍ତ ଏହା ଯୋଗୁ ମାତ୍ର ୫୦ ଲୋକ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ମାଙ୍କଡ଼ କାମୁଡ଼ିବା ବା ରାମ୍ପୁଡ଼ିବା ଦ୍ୱାରା ସେମାନଙ୍କ ଶରୀରର ତରଳ ପଦାର୍ଥ ବ୍ୟକ୍ତିକୁ ସଂକ୍ରମିତ କରେ । ତେବେ ଜଣେ ବ୍ୟକ୍ତିଙ୍କଠୁ ଆଉ ଜଣେ ବ୍ୟକ୍ତିଙ୍କୁ ବି ଭାଇରସ୍‌ ବ୍ୟାପିବାର ମାତ୍ର ଗୋଟିଏ ମାମଲା ଅଦ୍ୟାବଧି ସାମ୍ନାକୁ ଆସିଛି । 

ଚୀନ୍‌ରେ ବି ଭାଇରସ୍‌ ଦ୍ୱାରା ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କ ମାମଲା ୨୦୨୧ ମସିହାରେ ସାମ୍ନାକୁ ଆସିଥିଲା । ବ୍ୟକ୍ତି ଜଣକ ପଶୁ ଚିକିତ୍ସକ ଥିଲେ । ଦୁଇ ମୃତ ମାଙ୍କଡ଼ଙ୍କ ଶବର ଯାଞ୍ଚ୍‌ ସେ କରିଥିଲେ । ସଂକ୍ରମଣର ମାସକ ପରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା ।