ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ୬ଫୁଟ ଉଚ୍ଚର ପାଣି, ବିଦ୍ୟୁତ ଯନ୍ତ୍ରାଂଶ ନଷ୍ଟ ହେବା ଆଶଙ୍କା

ଲମତାପୁଟ ୧୦।୯: ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ପ୍ରକଳ୍ପର ଜଳଭଣ୍ଡାର ଗୁଡିକରେ ଜଳସ୍ତର ବଢି ବିପଦ ସଂକୁଳ ଛୁଇଁବା ପରେ ଲଗାତାର ପାଣି ନିଷ୍କାସନ ଜାରି ରହିଥିଲା l ଫଳରେ ସୋମବାର ପ୍ରକଳ୍ପକୁ ବନ୍ୟାଜଳ ପ୍ରବେଶ କରିବା ପରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି l ବର୍ତ୍ତମାନ ଜଳସ୍ତର ବଢି ପ୍ରକଳ୍ପ ଭିତରେ ପ୍ରାୟ ୬ ଫୁଟ ଉଚ୍ଚତାରେ ଜଳମଗ୍ନ ରହିଛି  l ଫଳରେ ପ୍ରକଳ୍ପର ଟରବାଇନ, ମଟର ଯନ୍ତ୍ରାଂଶ, ଲୁବ୍ରିକାଣ୍ଟ ତେଲ ଏବଂ ବିଦ୍ୟୁତ ଯନ୍ତ୍ରାଂଶ ନଷ୍ଟ ହୋଇଯିବା ଆଶଙ୍କା ବଢିଯାଇଛି l ପ୍ରକଳ୍ପର ଘଣ୍ଟା ପିଛା ୮୦ ମେଗାୱାଟ କ୍ଷତି ସହୁଥିବା ବେଳେ ପ୍ରକଳ୍ପ ପୁଣି କେବେ ଆରମ୍ଭ ହେବ କହିବା ମୁସ୍କିଲ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି lYou Can Read:କମିବାରେ ଲାଗିଛି ଜଲାପୁଟ ଜଳଭଣ୍ଡାରର ଜଳସ୍ତର, ୫ ଗେଟ୍ ଦେଇ ଛଡାଯାଉଛି ପାଣି 

ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ୬ଫୁଟ ଉଚ୍ଚର ପାଣି, ବିଦ୍ୟୁତ ଯନ୍ତ୍ରାଂଶ ନଷ୍ଟ ହେବା ଆଶଙ୍କା

ଲମତାପୁଟ ୧୦।୯: ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ପ୍ରକଳ୍ପର ଜଳଭଣ୍ଡାର ଗୁଡିକରେ ଜଳସ୍ତର ବଢି ବିପଦ ସଂକୁଳ ଛୁଇଁବା ପରେ ଲଗାତାର ପାଣି ନିଷ୍କାସନ ଜାରି ରହିଥିଲା l ଫଳରେ ସୋମବାର ପ୍ରକଳ୍ପକୁ ବନ୍ୟାଜଳ ପ୍ରବେଶ କରିବା ପରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି l ବର୍ତ୍ତମାନ ଜଳସ୍ତର ବଢି ପ୍ରକଳ୍ପ ଭିତରେ ପ୍ରାୟ ୬ ଫୁଟ ଉଚ୍ଚତାରେ ଜଳମଗ୍ନ ରହିଛି  l ଫଳରେ ପ୍ରକଳ୍ପର ଟରବାଇନ, ମଟର ଯନ୍ତ୍ରାଂଶ, ଲୁବ୍ରିକାଣ୍ଟ ତେଲ ଏବଂ ବିଦ୍ୟୁତ ଯନ୍ତ୍ରାଂଶ ନଷ୍ଟ ହୋଇଯିବା ଆଶଙ୍କା ବଢିଯାଇଛି l ପ୍ରକଳ୍ପର ଘଣ୍ଟା ପିଛା ୮୦ ମେଗାୱାଟ କ୍ଷତି ସହୁଥିବା ବେଳେ ପ୍ରକଳ୍ପ ପୁଣି କେବେ ଆରମ୍ଭ ହେବ କହିବା ମୁସ୍କିଲ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି l

You Can Read:

କମିବାରେ ଲାଗିଛି ଜଲାପୁଟ ଜଳଭଣ୍ଡାରର ଜଳସ୍ତର, ୫ ଗେଟ୍ ଦେଇ ଛଡାଯାଉଛି ପାଣି