ମାଝୀଗୁଡା ରେ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ।
କଳାହାଣ୍ଡି:୧୬/୦୯(ସନତକୁମାରପ୍ରଧାନୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ବର୍ଷେଲ ମାଝୀ ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ପଞ୍ଚାୟତ ବାସୀ ସମୂହ ନୂଆଁଖାଇ ଜୁହାର ଭେଟ ହୋଇଥିଲେ। ଏହି ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅବସର ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ […] The post ମାଝୀଗୁଡା ରେ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ। appeared first on Odisha.News.

କଳାହାଣ୍ଡି:୧୬/୦୯(ସନତକୁମାରପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ବର୍ଷେଲ ମାଝୀ ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ପଞ୍ଚାୟତ ବାସୀ ସମୂହ ନୂଆଁଖାଇ ଜୁହାର ଭେଟ ହୋଇଥିଲେ। ଏହି ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅବସର ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ମୋୖଷଧି ବାଗ,ଧର୍ମଗଡ ଉପଖଣ୍ଡ ଯାଦବ ସମାଜ ର ସଭାପତି ଦ୍ଵାରିକାନାଥ ବାଗ,ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଘନଶ୍ୟାମ ନାଏକ,ବିଜେପି ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ,ସମ୍ପାଦକ ତ୍ରିନାଥ ଶବର, ବ୍ଲକ ଯାଦବ ସମାଜ ସମ୍ପାଦକ ଧନସିଂ ବାଗ,ଆଇନଜୀବୀ ରସିକ ରାଜ ଦୁର୍ଗା ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଚୈତନ୍ୟ ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିଲେ। ନୂଆଁଖାଇ ହେଉଛି ଭାବ ଓ ସମ୍ପର୍କ ର ପର୍ଵ ଏଣୁ ଆମେ ସବୁ ରାଗରୁଷା ଭୁଲି ସମ୍ପର୍କ କୁ ନିବିଡ଼ କରିବା ବୋଳି ବିଧାୟକ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ କୁ ମାଝୀଗୁଡା ଗ୍ରାମର ରଞ୍ଜିତ ପୋଢ଼,ତ୍ରିଲୋଚନ ବାଗ, ପରମେଶ୍ବର ପାଣିଗ୍ରାହୀ,ମୁକ୍ତେଶ୍ଵର ପୁଞ୍ଜି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
The post ମାଝୀଗୁଡା ରେ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ। appeared first on Odisha.News.