ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ : ପ୍ରଣବ ପ୍ରକାଶ
ନନ୍ଦିଘୋଷ ବ୍ୟୁରୋ: ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ସେ... The post ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ : ପ୍ରଣବ ପ୍ରକାଶ appeared first on .
ନନ୍ଦିଘୋଷ ବ୍ୟୁରୋ: ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ। ମାଙ୍କ ପ୍ରକଳ୍ପ ସଂକ୍ରାନ୍ତ ସତ ପଦାକୁ ଆସୁ। ହାଟକୁ ସେ ବିରୋଧ କରୁନାହାନ୍ତି। ମାଙ୍କ ପ୍ରକଳ୍ପ ଲାଗି ସମସ୍ତେ ଏକାଠି ହୋଇଥିଲେ। ପୂର୍ବ ସରକାର ସମସ୍ତ ପଦକ୍ଷେପ ନେଇଥିଲେ। ସେବାୟତମାନଙ୍କ ଅଧିକାଂଶ ଜମି ଯାଇଥିଲା। ଉତ୍ସାହର ସହ ଜମି ଛାଡିଥିଲେ ସେବାୟତ। ଲୋକେ ଯାହା ଚାହୁଁଛନ୍ତି ତାହା ହେଉ। ଭବ ପ୍ରସାଦ ଦାସ ବାରମ୍ବାର ପ୍ରଶାସନ ନିକଟକୁ ଯାଇଛନ୍ତି। ପ୍ରକଳ୍ପ ନେଇ ସମସ୍ତ ଅଂଶୀଦାରଙ୍କୁ ଡକାଯାଉ। ଯଦି ବେପାରୀ ଚାହୁଁଛନ୍ତି ସେଠାରେ ହାଟ କରାଯାଉ। ମା ବିରଜାଙ୍କ ପ୍ରକଳ୍ପରେ ସାମାନ୍ଯ ଆଞ୍ଚ ନଆସୁ। ନିରୀହ ଲୋକେ ଅସୁବିଧାରେ ନପଡନ୍ତୁ। ମା ବିରଜା ପ୍ରକଳ୍ପ ଲାଗି ଭବ ପ୍ରସାଦ ଜେଲ ଯାଇଛନ୍ତି ବୋଲି କହିଛନ୍ତି ପ୍ରଣବ। ପ୍ରଶାସନିକ ବିଫଳତା ଯୋଗୁ ଏହି ସମସ୍ଯା ଉପୁଜିଛି ବୋଲି ସେ କହିଛନ୍ତି।
The post ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ : ପ୍ରଣବ ପ୍ରକାଶ appeared first on .