ମାଟିତଳେ ବିସ୍ଫୋରକ ସାମଗ୍ରୀ ପୋତିଥିଲେ ମାଓବାଦୀ, ଦମ୍ ଦେଖାଇଲେ ଯବାନ
ମାଲକାନଗିରି,୨୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ସଂରକ୍ଷିତ ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ ହୋଇଛିି। ସୂଚନାନୁଯାୟୀ, ଶନିବାର ବିଏସ୍ଏଫ୍ ୧୪୨ ବାଟାଲିୟନ ଯବାନମାନେ ବାପନପାଲ୍ଲୀ-ସିଲାକୋଟା ଜଙ୍ଗଲରେ କୋମ୍ବିଂ କରୁଥିବା ବେଳେ ସିଲାକୋଟ ସଂରକ୍ଷିତ ଜଙ୍ଗଲର ଏକ ଗଛମୂଳେ ମାଓବାଦୀ ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଅଞ୍ଚଳ ସର୍ଚ୍ଚ କରିବା ପରେ ସେହି ଅଞ୍ଚଳରୁ ତିନୋଟି ପ୍ରେସର ବୋମା, ୨୦ ମିଟର କୋଡେକ୍ସ ତାର, ୨୪ ଜିଲଟିନ ଷ୍ଟିକ୍, ୨ ବଣ୍ଡଲ ବିଦ୍ୟୁତ୍ତାର ଜବତ […] The post ମାଟିତଳେ ବିସ୍ଫୋରକ ସାମଗ୍ରୀ ପୋତିଥିଲେ ମାଓବାଦୀ, ଦମ୍ ଦେଖାଇଲେ ଯବାନ appeared first on Dharitri Odia News.
ମାଲକାନଗିରି,୨୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ସଂରକ୍ଷିତ ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ ହୋଇଛିି। ସୂଚନାନୁଯାୟୀ, ଶନିବାର ବିଏସ୍ଏଫ୍ ୧୪୨ ବାଟାଲିୟନ ଯବାନମାନେ ବାପନପାଲ୍ଲୀ-ସିଲାକୋଟା ଜଙ୍ଗଲରେ କୋମ୍ବିଂ କରୁଥିବା ବେଳେ ସିଲାକୋଟ ସଂରକ୍ଷିତ ଜଙ୍ଗଲର ଏକ ଗଛମୂଳେ ମାଓବାଦୀ ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଅଞ୍ଚଳ ସର୍ଚ୍ଚ କରିବା ପରେ ସେହି ଅଞ୍ଚଳରୁ ତିନୋଟି ପ୍ରେସର ବୋମା, ୨୦ ମିଟର କୋଡେକ୍ସ ତାର, ୨୪ ଜିଲଟିନ ଷ୍ଟିକ୍, ୨ ବଣ୍ଡଲ ବିଦ୍ୟୁତ୍ତାର ଜବତ କରିଥିଲେ। ତେବେ ଏହି ସାମଗ୍ରୀଗୁଡ଼ିକ ସିଲାକୋଟା ଜଙ୍ଗଲର ଆରମ୍ଭରୁ ୩୦୦ ମିଟର ମଧ୍ୟରେ ତିନୋଟି ସ୍ଥାନରେ ମାଟି ତଳେ ପୋତା ହୋଇ ରଖାଯାଇଥିଲା। ତେବେ ଏହା ବିସ୍ଫୋରଣ ହେବା ପୂର୍ବରୁ ଯବାନମାନେ ସେମାନଙ୍କ ଦମ୍ ଦେଖାଇ ମାଓବାଦୀଙ୍କ ଉକ୍ତ ଯୋଜନାକୁ ପଣ୍ଡ କରିଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୧ରେ ସିଲାକୋଟା ଜଙ୍ଗଲର ଏକ କ୍ୟାମ୍ପରେ ମାଓବାଦୀମାନେ ବୈଠକ କରୁଥିବା ସମୟରେ ଯବାନମାନଙ୍କ ଆକ୍ରମଣରେ ୧୪ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ା ସେଥିରେ ମାଲକାନଗିରି ଜିଲାର ଅନେକ ଯୁବତୀ ଯୁବକଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଜବତ ସାମଗ୍ରୀଗୁଡିକ ବହୁ ବର୍ଷ ପୂର୍ବରୁ ଯବାନମାନଙ୍କୁ ଟାର୍ଗେଟ କରି ମାଟି ତଳେ ପୋତା ହୋଇଥିବା ସନ୍ଦେହ କରାଯାଉଛି।
The post ମାଟିତଳେ ବିସ୍ଫୋରକ ସାମଗ୍ରୀ ପୋତିଥିଲେ ମାଓବାଦୀ, ଦମ୍ ଦେଖାଇଲେ ଯବାନ appeared first on Dharitri Odia News.