ମାଟିରେ ମିଶିଲା ହଜାର ହଜାର ଲିଟର ଅଶୋଧିତ ତୈଳ
ବିଭାଗୀୟ ଅଧିକାରୀ କିନ୍ତୁ ଘଟଣାକୁ ଅସ୍ବୀକାର କରିଥିବା ଜଣାପଡ଼ିଛି ।
ପାରାଦୀପ IOCL ପାଇପଲାଇନରୁ ତେଲ ଲିକ୍। ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡ ଅଣ୍ଡରଗ୍ରାଉଣ୍ଡ ପାଇପ ଲାଇନରୁ ତେଲ ଲିକ୍ ହେଉଥିବା ଜଣାପଡ଼ିଛି । ହଜାର ହଜାର ଲିଟର ଅଶୋଧିତ ତୈଳ ମାଟିରେ ମିଶିଥିବାର ଦେଖିବାକୁ ମିଳିଛି। ନିକଟରେ ଥିବା ହେନ୍ତାଳବଣ ଏବଂ କାଉଡିଆ ନଦୀ ଜଳ ପ୍ରଭାବିତ ହୋଇଛି।
ତେବେ ପାଇପ କଣା କରି ତେଲ ଚୋରି କରାଯାଉଥିବା ସନ୍ଦେହ ଘନିଭୂତ ହୋଇଛି। ନିକଟରେ ପଡିଛି ତେଲ ଜାରକିନ। ତରବରିଆ ଭାବେ ହୋଇଛି ମରାମତି। ବିଭାଗୀୟ ଅଧିକାରୀ କିନ୍ତୁ ଘଟଣାକୁ ଅସ୍ବୀକାର କରିଥିବା ଜଣାପଡ଼ିଛି ।