ମାଟ୍ରିକ ପରୀକ୍ଷା ଟିପ୍ସ: ଗଣିତ ପରୀକ୍ଷାରେ କେମିତି କରିବେ ଭଲ, ସୂତ୍ର କହିଲେ ଅଭିଜ୍ଞ ଶିକ୍ଷକ
କନକ ବ୍ୟୁରୋ: ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ସବୁଠୁ ଗୁରୁତ୍ୱ ହେଉଛି ଗଣିତ ପେପର । କାରଣ ଏହି ବିଷୟରେ ଅଧିକ ମାର୍କ ରଖିବା ପାଇଁ ସୁଯୋଗ ରହିଥାଏ । ଆଉ କିଛି ଛାତ୍ର/ଛାତ୍ରୀଙ୍କ ପାଇଁ ବୋଝ ସଦୃଶ୍ୟ ହୋଇଥାଏ ଗଣିତ ପରୀକ୍ଷା । କେମିତି ପରୀକ୍ଷା ହଲରେ ପ୍ରଶ୍ନର ଉତର ଲେଖିବେ, ଯେତିକି ପ୍ରସ୍ତୁତି କରିଛନ୍ତି, ତା’ର ଠିକ୍ ଉପଯୋଗ କରିବେ ଏ ନେଇ ପରାମର୍ଶ ଦେଇଛନ୍ତି ଅଭିଜ୍ଞ ଶିକ୍ଷକ । ମାଟ୍ରିକ୍ ପରୀକ୍ଷା: ଗଣିତ ଟିପ୍ସ […] The post ମାଟ୍ରିକ ପରୀକ୍ଷା ଟିପ୍ସ: ଗଣିତ ପରୀକ୍ଷାରେ କେମିତି କରିବେ ଭଲ, ସୂତ୍ର କହିଲେ ଅଭିଜ୍ଞ ଶିକ୍ଷକ first appeared on Kanak News.

କନକ ବ୍ୟୁରୋ: ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ସବୁଠୁ ଗୁରୁତ୍ୱ ହେଉଛି ଗଣିତ ପେପର । କାରଣ ଏହି ବିଷୟରେ ଅଧିକ ମାର୍କ ରଖିବା ପାଇଁ ସୁଯୋଗ ରହିଥାଏ । ଆଉ କିଛି ଛାତ୍ର/ଛାତ୍ରୀଙ୍କ ପାଇଁ ବୋଝ ସଦୃଶ୍ୟ ହୋଇଥାଏ ଗଣିତ ପରୀକ୍ଷା । କେମିତି ପରୀକ୍ଷା ହଲରେ ପ୍ରଶ୍ନର ଉତର ଲେଖିବେ, ଯେତିକି ପ୍ରସ୍ତୁତି କରିଛନ୍ତି, ତା’ର ଠିକ୍ ଉପଯୋଗ କରିବେ ଏ ନେଇ ପରାମର୍ଶ ଦେଇଛନ୍ତି ଅଭିଜ୍ଞ ଶିକ୍ଷକ ।
ମାଟ୍ରିକ୍ ପରୀକ୍ଷା: ଗଣିତ ଟିପ୍ସ
ଚାପମୁକ୍ତ ହୋଇ ପରୀକ୍ଷା କେନ୍ଦ୍ରକୁ ଯିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ
ବିଳମ୍ବିତ ରାତି ପର୍ଯ୍ୟନ୍ତ ରିଭିଜନ୍ କରିବା ଅନୁଚିତ୍
ପ୍ରଶ୍ନପତ୍ର ପାଇବା ପରେ ସେଗୁଡ଼ିକୁ ଭଲ ଭାବେ ପଢ଼ନ୍ତୁ
ଅବ୍ଜେକ୍ଟିଭ୍ ବା ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ପ୍ରଥମେ ଲେଖନ୍ତୁ
ପ୍ରଶ୍ନର କ୍ରମିକ ନମ୍ବର ନଦେଖି, ଯେଉଁ ପ୍ରଶ୍ନ ସହଜ, ତା’ର ଉତ୍ତର ଆଗ ଦିଅନ୍ତୁ
ଟାଇମ୍ ମ୍ୟାନେଜମେଂଟ ଉପରେ ଗୁରୁତ୍ୱ ଦିଅନ୍ତୁ
କୌଣସି ପ୍ରଶ୍ନ ନଛାଡ଼ି ସବୁ ପ୍ରଶ୍ନର ଉତ୍ତର ଲେଖନ୍ତୁ
କାରଣ ଗଣିତରେ ଷ୍ଟେପ୍ ମାର୍କିଂ ରହିଛି
ଯଦି ସଠିକ୍ ଉତ୍ତର ବାହାରୁନାହିଁ, ତେବେ ବି ଷ୍ଟେପ୍ ଅନୁଯାୟୀ ମାର୍କ ମିଳିବ
ଉତ୍ତର ଲେଖିସାରି ଭଲ ଭାବେ ପଢ଼ନ୍ତୁ
ସଂଖ୍ୟା ଗୁଡିକ ନିର୍ଭୁଲ ଲେଖନ୍ତୁ
The post ମାଟ୍ରିକ ପରୀକ୍ଷା ଟିପ୍ସ: ଗଣିତ ପରୀକ୍ଷାରେ କେମିତି କରିବେ ଭଲ, ସୂତ୍ର କହିଲେ ଅଭିଜ୍ଞ ଶିକ୍ଷକ first appeared on Kanak News.