ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲା ଟପ୍ପର ହେଲେ ସାଇପ୍ରଜ୍ଞା
ଦେବଗଡ଼,୨୬ା୫(ଶଶାଙ୍କ ଶେଖର ଝାଙ୍କର): ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଦେବଗଡ଼ ଜିଲାର ସହର ଶିଶୁମନ୍ଦିର ଛାତ୍ରୀ ଓ୍ବାର୍ଡନମ୍ବର ୩ ମଠ ସାହିର ମା’ ରଞ୍ଜୟିନୀ ନାୟକ,ବାପା ଦେବଗଡ଼ ତିଲେଇବନି କୁରଡ଼ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ତପନ କୁମାର ନାୟକଙ୍କ ଝିଅ ସାଇପ୍ରଜ୍ଞା ନାୟକ ୫୫୨,ମାର୍କ ଶତକ ୯୨ ପ୍ରତିଶତ ନମ୍ବର ରଖି ଜିଲାରେ ଟପ୍ପର ହୋଇଛନ୍ତି। ଜିଲା ଶିକ୍ଷା ବିଭାଗ ସୂଚନା ମୁତାବକ ଜିଲାରେ ମୋଟ୍ ପାସ୍ହାର ୯୬.୭୧ ଶତକଡା ହେଇଛି। […] The post ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲା ଟପ୍ପର ହେଲେ ସାଇପ୍ରଜ୍ଞା appeared first on Dharitri Odia News.
ଦେବଗଡ଼,୨୬ା୫(ଶଶାଙ୍କ ଶେଖର ଝାଙ୍କର): ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଦେବଗଡ଼ ଜିଲାର ସହର ଶିଶୁମନ୍ଦିର ଛାତ୍ରୀ ଓ୍ବାର୍ଡନମ୍ବର ୩ ମଠ ସାହିର ମା’ ରଞ୍ଜୟିନୀ ନାୟକ,ବାପା ଦେବଗଡ଼ ତିଲେଇବନି କୁରଡ଼ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ତପନ କୁମାର ନାୟକଙ୍କ ଝିଅ ସାଇପ୍ରଜ୍ଞା ନାୟକ ୫୫୨,ମାର୍କ ଶତକ ୯୨ ପ୍ରତିଶତ ନମ୍ବର ରଖି ଜିଲାରେ ଟପ୍ପର ହୋଇଛନ୍ତି। ଜିଲା ଶିକ୍ଷା ବିଭାଗ ସୂଚନା ମୁତାବକ ଜିଲାରେ ମୋଟ୍ ପାସ୍ହାର ୯୬.୭୧ ଶତକଡା ହେଇଛି। ସାଇପ୍ରଜ୍ଞାଙ୍କୁ ପଚାରିବାରୁୁ ସେ କୁହନ୍ତି, ମୁଁ ଆଗକୁ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଛି। ଦିନକୁ ସ୍କୁଲ ଟ୍ୟୁସନ ଛାଡ଼ିକି ପ୍ରତେକ ଦିନ ୮ଘଣ୍ଟା ଅଧିକ ପାଠ ପଢୁଥିଲି । ଏହି ସଫଳରେ ସେ ମା-ବାପା ସମସ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି ଏବଂ ସମସ୍ତ ଶୁଭେଚ୍ଛୁ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି। ଶତ ପ୍ରତିଶତ କୃତକାର୍ଯ୍ୟ ହେବା ସହ ସ୍କୁଲ ପାଇଁ ସଫଳତା ଆଣିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।
The post ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲା ଟପ୍ପର ହେଲେ ସାଇପ୍ରଜ୍ଞା appeared first on Dharitri Odia News.