ମାଟ୍ରିମୋନିରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଫସାଉଥିଲେ:
ଭୁବନେଶ୍ୱର,୧୯।୧(ସତ୍ୟଜିତ୍ ରାଉତ): ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍, ହେଲେ କାମ ଥିଲା ଅତି ଚତୁର। ମାଟ୍ରିମୋନି ଆପ୍ରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍ରେ ଦେଇଥିଲେ ସୁନ୍ଦରୀ ଯୁବତୀଙ୍କ ଫଟୋ। ବିବାହ ପାଇଁ କନ୍ୟା ଖୋଜୁଥିବା ଯୁବକଙ୍କ ସହ ଚାଟ୍ କରି ଫସାଉଥିଲେ। ନିଜକୁ ଯୁବତୀର ପରିଚୟ ଦେବା ସହ ବିବାହ କରିବାକୁ କହି ଲୁଟୁଥିଲେ। ଏଭଳି ଜଣେ ଯୁବକଙ୍କଠାରୁ ୩.୧୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା […] The post ମାଟ୍ରିମୋନିରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଫସାଉଥିଲେ: appeared first on Dharitri Odia News.
ଭୁବନେଶ୍ୱର,୧୯।୧(ସତ୍ୟଜିତ୍ ରାଉତ): ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍, ହେଲେ କାମ ଥିଲା ଅତି ଚତୁର। ମାଟ୍ରିମୋନି ଆପ୍ରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍ରେ ଦେଇଥିଲେ ସୁନ୍ଦରୀ ଯୁବତୀଙ୍କ ଫଟୋ। ବିବାହ ପାଇଁ କନ୍ୟା ଖୋଜୁଥିବା ଯୁବକଙ୍କ ସହ ଚାଟ୍ କରି ଫସାଉଥିଲେ। ନିଜକୁ ଯୁବତୀର ପରିଚୟ ଦେବା ସହ ବିବାହ କରିବାକୁ କହି ଲୁଟୁଥିଲେ। ଏଭଳି ଜଣେ ଯୁବକଙ୍କଠାରୁ ୩.୧୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ପୁରୀ ଜିଲା ସଦର ଥାନା ଅଞ୍ଚଳର ନୃସିଂହ ବିଶ୍ୱାଳ (୩୬)। ତାଙ୍କଠାରୁ ନଗଦ ୧ ଲକ୍ଷ ୬୧ ହଜାର ୧୯୦ ଟଙ୍କା, ୫ଟି ଏଟିଏମ୍ କାର୍ଡ, ୨ଟି ସିମ୍ କାର୍ଡ ଓ ୩ଟି ମୋବାଇଲ ଫୋନ୍ ଜବତ ହୋଇଛି। ଅଭିଯୁକ୍ତ ନୃସିଂହଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି।
The post ମାଟ୍ରିମୋନିରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଫସାଉଥିଲେ: appeared first on Dharitri Odia News.