କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଭୁବନେଶ୍ୱର,୧୫ା୫: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ଭାରତର ଏହି ତାରକା ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲା ବେଳେ ନିରାଶ କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ତେବେ ପ୍ରଥମରେ ନୀରଜ ଭଲ ପ୍ରଦର୍ଶନ କରିବାକୁ ସଂଘର୍ଷ କରୁଥିବା ବେଳେ ତୃତୀୟ ରାଉଣ୍ଡ ସୁଦ୍ଧା ଦ୍ୱିତୀୟରେ ରହିଥିଲେ। ଚତୁର୍ଥ ରାଉଣ୍ଡରେ ୮୨.୨୭ ମିଟର ଫିଙ୍ଗି ପ୍ରଥମ ସ୍ଥାନକୁ ଆସିଥିଲେ ଏବଂ ଫାଇନାଲ ରାଉଣ୍ଡରେ ମଧ୍ୟ […] The post କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା appeared first on Dharitri Odia News.

କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଭୁବନେଶ୍ୱର,୧୫ା୫: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ଭାରତର ଏହି ତାରକା ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲା ବେଳେ ନିରାଶ କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା।

ତେବେ ପ୍ରଥମରେ ନୀରଜ ଭଲ ପ୍ରଦର୍ଶନ କରିବାକୁ ସଂଘର୍ଷ କରୁଥିବା ବେଳେ ତୃତୀୟ ରାଉଣ୍ଡ ସୁଦ୍ଧା ଦ୍ୱିତୀୟରେ ରହିଥିଲେ। ଚତୁର୍ଥ ରାଉଣ୍ଡରେ ୮୨.୨୭ ମିଟର ଫିଙ୍ଗି ପ୍ରଥମ ସ୍ଥାନକୁ ଆସିଥିଲେ ଏବଂ ଫାଇନାଲ ରାଉଣ୍ଡରେ ମଧ୍ୟ ସେ ଅଂଶଗ୍ରହଣ କରି ନ ଥିଲେ। ଡିପି ମନୁ ୮୨.୦୬ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ଉତ୍ତମ ୭୮.୩୯ ମିଟର ସହିତ ତୃତୀୟ ସ୍ଥାନରେ ରହିଥିଲେ।

ନୀରଜ ଶେଷଥର ପାଇଁ ୧୭ ମାର୍ଚ୍ଚ ୨୦୨୧ ରେ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୮୭.୮୦ ମିଟର ଫିଙ୍ଗିଥିଲେ। ଏହାପରେ ସେ ଟୋକିଓରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପରେ ୨୦୨୨ ଡାଇମଣ୍ଡ ଲିଗରେ ଚାମ୍ପିଅନ, ୨୦୨୩ରେ ବିଶ୍ୱ ଚାମ୍ପିଅନ ଏବଂ ଚାଇନାରେ ଅନୁଷ୍ଠିତ ହୋଇଥିବା ଏସିଆନ ଗେମ୍ସରେ ନିଜର ସ୍ବର୍ଣ୍ଣକୁ ବଜାୟ ରଖିଥିଲେ।

The post କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା appeared first on Dharitri Odia News.