ମାତା ବୈଷ୍ଣୋଦେବୀ ପାଦଚଲା ରାସ୍ତାରେ ଭୂ-ସ୍ଖଳନ, ୨ ଶ୍ରଦ୍ଧାଳୁ ମୃତ, ଜଣେ ଆହତ

କଟରା : ବୈଷ୍ଣୋଦେବୀ ଯାତ୍ରା ମାର୍ଗରେ ସୋମବାର ଭୂ-ସ୍ଖଳନ ହୋଇଛି। ଫଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ତୀର୍ଥ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତୀର୍ଥ ଯାତ୍ରୀ ମୃତାହତ ହେବା ନେଇ ରିୟାସୀ ଜିଲ୍ଲା କମିଶନର ପୁଷ୍ଟି କରିଛନ୍ତି। ଏହି ଘଟଣାରେ ପାଦଚଲା ମାର୍ଗରେ ଲାଗିଥିବା ଟିଣ ସେଡ୍ ମଧ୍ୟ ଭୂଷୁଡି ପଡିଛି।  ପାଦଚଲା ମାର୍ଗର ହିମକୋଟି ନିକଟରେ ଏହି ଭୂସ୍ଖଳନ ହୋଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ତେବେ ଭୂ-ସ୍ଖଳନ ଲାଗି ବୈଷ୍ଣୋଦେବୀ ଯାତ୍ରାରେ ବାଧା ଉପୁଜି ନାହିଁ। ତୀର୍ଥ ଯାତ୍ରୀଙ୍କୁ ପୁରୁଣା ପାଦଚଲା ରାସ୍ତାରେ ବୈଷ୍ଣୋଦେବୀ ପହଞ୍ଚିବାରେ ଲାଗିଛନ୍ତି। ତେବେ ଭୂ-ସ୍ଖଳନ ନେଇ ଅଧିକାରୀମାନେ କହିଛନ୍ତି ଯେ ଅପରାହ୍ନ ପ୍ରାୟ ୨ଟା ୩୫ ମିନିଟରେ ମନ୍ଦିରରୁ ୩ କିଲୋମିଟର ଦୂର ପଞ୍ଛି ନିକଟରେ ଏହି ପ୍ରାକୃତିକ ବିପର୍ଯ୍ୟୟ ହୋଇଛି। ଫଳରେ ଉପରେ ଲାଗିଥିବା ଲୁହାର ଏକ ଷ୍ଟ୍ରକଚର ମଧ୍ୟ ଧସିଯାଇଛି। ଭୂ-ସ୍ଖଳନ ପରେ ପରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। Landslide hits Mata Vaishno Devi track in Katra, Jammu and Kashmir.One dead, another injured. #JammuAndKashmir pic.twitter.com/P1rutIF0Ya— Vani Mehrotra (@vani_mehrotra) September 2, 2024ବୈଷ୍ଣୋଦେବୀ ଦର୍ଶନ ନିମନ୍ତେ ବର୍ଷତମାମ ସାରା ଦେଶରୁ ତୀର୍ଥଯାତ୍ରୀଙ୍କ ସମ

ମାତା ବୈଷ୍ଣୋଦେବୀ ପାଦଚଲା ରାସ୍ତାରେ ଭୂ-ସ୍ଖଳନ, ୨ ଶ୍ରଦ୍ଧାଳୁ ମୃତ, ଜଣେ ଆହତ

କଟରା : ବୈଷ୍ଣୋଦେବୀ ଯାତ୍ରା ମାର୍ଗରେ ସୋମବାର ଭୂ-ସ୍ଖଳନ ହୋଇଛି। ଫଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ତୀର୍ଥ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତୀର୍ଥ ଯାତ୍ରୀ ମୃତାହତ ହେବା ନେଇ ରିୟାସୀ ଜିଲ୍ଲା କମିଶନର ପୁଷ୍ଟି କରିଛନ୍ତି। ଏହି ଘଟଣାରେ ପାଦଚଲା ମାର୍ଗରେ ଲାଗିଥିବା ଟିଣ ସେଡ୍ ମଧ୍ୟ ଭୂଷୁଡି ପଡିଛି।  ପାଦଚଲା ମାର୍ଗର ହିମକୋଟି ନିକଟରେ ଏହି ଭୂସ୍ଖଳନ ହୋଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। 

ତେବେ ଭୂ-ସ୍ଖଳନ ଲାଗି ବୈଷ୍ଣୋଦେବୀ ଯାତ୍ରାରେ ବାଧା ଉପୁଜି ନାହିଁ। ତୀର୍ଥ ଯାତ୍ରୀଙ୍କୁ ପୁରୁଣା ପାଦଚଲା ରାସ୍ତାରେ ବୈଷ୍ଣୋଦେବୀ ପହଞ୍ଚିବାରେ ଲାଗିଛନ୍ତି। ତେବେ ଭୂ-ସ୍ଖଳନ ନେଇ ଅଧିକାରୀମାନେ କହିଛନ୍ତି ଯେ ଅପରାହ୍ନ ପ୍ରାୟ ୨ଟା ୩୫ ମିନିଟରେ ମନ୍ଦିରରୁ ୩ କିଲୋମିଟର ଦୂର ପଞ୍ଛି ନିକଟରେ ଏହି ପ୍ରାକୃତିକ ବିପର୍ଯ୍ୟୟ ହୋଇଛି। ଫଳରେ ଉପରେ ଲାଗିଥିବା ଲୁହାର ଏକ ଷ୍ଟ୍ରକଚର ମଧ୍ୟ ଧସିଯାଇଛି। ଭୂ-ସ୍ଖଳନ ପରେ ପରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। 


ବୈଷ୍ଣୋଦେବୀ ଦର୍ଶନ ନିମନ୍ତେ ବର୍ଷତମାମ ସାରା ଦେଶରୁ ତୀର୍ଥଯାତ୍ରୀଙ୍କ ସମାଗମ ହୋଇଥାଏ। ନବରାତ୍ରୀ ଅବସରରେ ଏଠାରେ ଯାତ୍ରୀଙ୍କ ଭିଡ ଅନେକାଂଶରେ ବଢିଯାଏ। ଦେଶରେ ଦୁର୍ଗାଙ୍କୁ ସମର୍ପିତ ୧୦୮ ଶକ୍ତି କ୍ଷେତ୍ର ମଧ୍ୟରେ ବୈଷ୍ଣୋଦେବୀ ମନ୍ଦିର ଅନ୍ୟତମ ଓ ପ୍ରମୁଖ। ନବରାତ୍ରୀ ସମୟରେ ମନ୍ଦିରକୁ ପାଖାପାଖି କୋଟିଏ ଲୋକଙ୍କ ଆଗମନ ହୋଇଥାଏ। ଦେଶର ଧନୀ ମନ୍ଦିର ତାଲିକାରେ ବୈଷ୍ଣୋଦେବୀ ମନ୍ଦିର ମଧ୍ୟ ରହିଛି। 


ବୈଷ୍ଣୋଦେବୀ ମନ୍ଦିରର ପରିଚାଳନା ଓ ପ୍ରଶାସନ ଶ୍ରୀମାତା ବୈଷ୍ଣୋଦେବୀ ସ୍ରାଇନ ବୋର୍ଡ କରନ୍ତି। ୨୦୨୩ ମସିହାରେ ରେକର୍ଡ ସଂଖ୍ୟକ ଲୋକେ ବୈଷ୍ଣୋଦେବୀ ଦର୍ଶନ କରିଛନ୍ତି। ଏହି ଅବଧିରେ ୯୩.୫୦ଲକ୍ଷ ଭକ୍ତ ମାଙ୍କୁ ଦର୍ଶନ କରିଥିବାର ସ୍ରାଇନବୋର୍ଡ ରେକର୍ଡରୁ ଜଣାପଡେ।