ମାତିଛି କଲରାପତରିଆ ବାଘ, ମାରି ଖାଇଲା ବୁଲା କୁକୁର

ନୂଆପଡ଼ା,୩୧/୦୮: ନୂଆପଡ଼ା ରେଞ୍ଜ୍‌ ଆମାନାରା ସେକ୍ସନ ଭାଇଁଷାଦର୍ହା ଗାଁରେ କଲରାପତରିଆ ଆତଙ୍କ ଦେଖାଦେଇଛି । ଏକ ବୁଲା କୁକୁରକୁ  ବାଘ ମାରି ଖାଇଛି । ଏହି ଘଟଣା ପରେ  ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି ।  ବନ କର୍ମଚାରୀ ଆଖପାଖ ଗାଁରେ  ଡାକବାଜି ଯନ୍ତ୍ରରେ ପ୍ରଚାର କରି ଲୋକଙ୍କୁ  ସତର୍କ ରହିବାକୁ ପରାମର୍ଶ ଦେଇଛି । ଶୁକ୍ରବାର ଭୋର୍‌ରେ ଭଇଁଷାଦର୍ହା ଗାଁ ମୁଣ୍ଡରେ ଏକ ବୁଲା କୁକୁରର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ପାରିପାଶ୍ୱିର୍କ ସ୍ଥିତିରୁ କୁକୁରକୁ ବାଘ ଶିକାର କରିଥିବା ସନ୍ଦେହ  କରିଥିଲେ । ସୂଚନା ପାଇ ମଧ୍ୟାହ୍ନରେ ନୂଆପଡ଼ା ରେଞ୍ଜର  ସୁନୀଲ ମିଶ୍ରଙ୍କ ନିର୍ଦ୍ଦେଶରେ ବନ ବିଭାଗ ଟିମ୍‌ ପହଞ୍ଚି ତଦନ୍ତ  କରିଥିଲା । ଘଟଣାସ୍ଥଳରୁ କଲରାପତରିଆର ପାଦଚିହ୍ନ ଠାବ ହୋଇଥିଲା । ଏହା ପରେ କୁକୁରକୁ ବାଘ ଶିକାର କରିଥିବା ସ୍ପଷ୍ଟ ହୋଇଥିଲା । କୁକୁରର ମୃତଦେହକୁ ବ୍ୟବଚ୍ଛେଦ କରି  ପୋତି ଦିଆଯାଇଛି । ଅପରପକ୍ଷେ ଅପରାହ୍ନରେ ଭଇଁଷାଦର୍ହା  ଓ ଆଖାପାଖ ଗାଁରେ ବନ ବିଭାଗ ଟିମ ପହଞ୍ଚି ବାଘ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସଚେତନତା ଆରମ୍ଭ କରିଛି । ଦିନବେଳା ଗୋଷ୍ଠୀବଦ୍ଧ ହୋଇ ଜଙ୍ଗଲ ଓ ଚାଷ ଜମିକୁ ଯିବା, ରାତିରେ  ତାଟି କବାଟ ବନ୍ଦ କରି ଶୋଇବା,କୌଣସି ଜରୁରୀ କାମରେ ବାହାରିଲେ ଠେଙ୍ଗାବାଡି ଧରି ଯିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଗତ ବର୍ଷ ଅଞ୍ଚଳରେ ୩୦ରୁ  ଅଧିକ ଗାଈ ବାଛୁରୀ

ମାତିଛି କଲରାପତରିଆ ବାଘ, ମାରି ଖାଇଲା ବୁଲା କୁକୁର

ନୂଆପଡ଼ା,୩୧/୦୮: ନୂଆପଡ଼ା ରେଞ୍ଜ୍‌ ଆମାନାରା ସେକ୍ସନ ଭାଇଁଷାଦର୍ହା ଗାଁରେ କଲରାପତରିଆ ଆତଙ୍କ ଦେଖାଦେଇଛି । ଏକ ବୁଲା କୁକୁରକୁ  ବାଘ ମାରି ଖାଇଛି । ଏହି ଘଟଣା ପରେ  ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି ।  ବନ କର୍ମଚାରୀ ଆଖପାଖ ଗାଁରେ  ଡାକବାଜି ଯନ୍ତ୍ରରେ ପ୍ରଚାର କରି ଲୋକଙ୍କୁ  ସତର୍କ ରହିବାକୁ ପରାମର୍ଶ ଦେଇଛି । 

ଶୁକ୍ରବାର ଭୋର୍‌ରେ ଭଇଁଷାଦର୍ହା ଗାଁ ମୁଣ୍ଡରେ ଏକ ବୁଲା କୁକୁରର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ପାରିପାଶ୍ୱିର୍କ ସ୍ଥିତିରୁ କୁକୁରକୁ ବାଘ ଶିକାର କରିଥିବା ସନ୍ଦେହ  କରିଥିଲେ । ସୂଚନା ପାଇ ମଧ୍ୟାହ୍ନରେ ନୂଆପଡ଼ା ରେଞ୍ଜର  ସୁନୀଲ ମିଶ୍ରଙ୍କ ନିର୍ଦ୍ଦେଶରେ ବନ ବିଭାଗ ଟିମ୍‌ ପହଞ୍ଚି ତଦନ୍ତ  କରିଥିଲା । ଘଟଣାସ୍ଥଳରୁ କଲରାପତରିଆର ପାଦଚିହ୍ନ ଠାବ ହୋଇଥିଲା । ଏହା ପରେ କୁକୁରକୁ ବାଘ ଶିକାର କରିଥିବା ସ୍ପଷ୍ଟ ହୋଇଥିଲା । 

କୁକୁରର ମୃତଦେହକୁ ବ୍ୟବଚ୍ଛେଦ କରି  ପୋତି ଦିଆଯାଇଛି । ଅପରପକ୍ଷେ ଅପରାହ୍ନରେ ଭଇଁଷାଦର୍ହା  ଓ ଆଖାପାଖ ଗାଁରେ ବନ ବିଭାଗ ଟିମ ପହଞ୍ଚି ବାଘ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସଚେତନତା ଆରମ୍ଭ କରିଛି । ଦିନବେଳା ଗୋଷ୍ଠୀବଦ୍ଧ ହୋଇ ଜଙ୍ଗଲ ଓ ଚାଷ ଜମିକୁ ଯିବା, ରାତିରେ  ତାଟି କବାଟ ବନ୍ଦ କରି ଶୋଇବା,କୌଣସି ଜରୁରୀ କାମରେ ବାହାରିଲେ ଠେଙ୍ଗାବାଡି ଧରି ଯିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଗତ ବର୍ଷ ଅଞ୍ଚଳରେ ୩୦ରୁ  ଅଧିକ ଗାଈ ବାଛୁରୀକୁ କଲରାପତରିଆ ବାଘ ଶିକାର  କରିଥିଲା । ଜଣେ ଶିଶୁ ଏବଂ ଅନ୍ୟ ଜଣେ ମହିଳାଙ୍କୁ ମାରି  ଖାଇଯାଇଥିଲା । ଶେଷରେ ବନ ବିଭାଗ ଦୁଇଟି ବାଘକୁ  କାବୁ କରିଥିଲା । ସେଥିରୁ ଗୋଟିଏ ଅସୁସ୍ଥ ବାଘର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟଟିକୁ ସମ୍ବଲପୁର ଚିଡ଼ିଆଖାନାକୁ  ନିଆଯାଇଥିଲା । ଏବେ ଉକ୍ତ ଅଞ୍ଚଳକୁ ପୁଣି ବାଘ  ଆସିଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏ ନେଇ  ନୂଆପଡ଼ା ରେଞ୍ଜର ଶ୍ରୀ ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ  ଜଣାପଡ଼ିବା ପରେ ଗାଁରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା  କରାଯାଇଛି । ବନ କର୍ମଚାରୀ କଡ଼ା ପହରା ଦେଉଛନ୍ତି।