ମାତୃଭାଷାରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ

ଭୁବନେଶ୍ୱର,୯ା୩(ଶର୍ମିଷ୍ଠା ପାଣିଗ୍ରାହୀ): ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଉଜ୍ଜୟିନୀ ଆଇଆଇଟି ଇନ୍ଦୋରର ଇନୋଭେଶନ, ଟେକ୍ନୋଲୋଜି ଏବଂ ଉଦ୍ୟମିତା ଅନୁଭୂତିମୂଳକ ଶିକ୍ଷାକେନ୍ଦ୍ରକୁ ଉଦଘାଟନ କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ଉପସ୍ଥିତିରେ ଏହି ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି। ପ୍ରଧାନ କହିଛନ୍ତି, ଉଜ୍ଜୟିନୀ ଆଷ୍ଟ୍ରୋନୋମି ଜ୍ଞାନ ଓ ଭାରତୀୟ ଜ୍ଞାନ ପରମ୍ପରାର ଏକ […] The post ମାତୃଭାଷାରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ appeared first on Dharitri Odia News.

ମାତୃଭାଷାରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ

ଭୁବନେଶ୍ୱର,୯ା୩(ଶର୍ମିଷ୍ଠା ପାଣିଗ୍ରାହୀ): ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଉଜ୍ଜୟିନୀ ଆଇଆଇଟି ଇନ୍ଦୋରର ଇନୋଭେଶନ, ଟେକ୍ନୋଲୋଜି ଏବଂ ଉଦ୍ୟମିତା ଅନୁଭୂତିମୂଳକ ଶିକ୍ଷାକେନ୍ଦ୍ରକୁ ଉଦଘାଟନ କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ଉପସ୍ଥିତିରେ ଏହି ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି। ପ୍ରଧାନ କହିଛନ୍ତି, ଉଜ୍ଜୟିନୀ ଆଷ୍ଟ୍ରୋନୋମି ଜ୍ଞାନ ଓ ଭାରତୀୟ ଜ୍ଞାନ ପରମ୍ପରାର ଏକ ମହାନ କେନ୍ଦ୍ର। ଆଧୁନିକ ଆଷ୍ଟ୍ରୋନୋମିର ଏକ ପ୍ରମୁଖ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଇଆଇଟି ଇନ୍ଦୋର ଉଜ୍ଜୈନରେ ଏକ ଲାବରୋଟାରି କମ୍ପ୍ଲେକ୍ସ ସ୍ଥାପନ କରିଛି। ବିଜ୍ଞାନକୁ ମୂଳଭାଗରୁ ପୁନଃସ୍ଥାପନ କରିବା ଦିଗରେ ବିଶ୍ୱକୁ ଏହା ଭାରତର ଅବଦାନ ରହିବ। ଆଜିର ପଦକ୍ଷେପ ମଧ୍ୟପ୍ରଦେଶରେ ବୈଷୟିକ ଶିକ୍ଷାକୁ ବଡ଼ ଗତି ଦେବ। ଉଦ୍ଭାବନ ଆମ ଡିଏନଏରେ ଅଛି। କ୍ରିଟିକାଲ ଥିଙ୍କିଂର ବିକାଶ ପାଇଁ ଆମକୁ ମାତୃଭାଷାରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଭାରତ ଏବଂ ମଧ୍ୟପ୍ରଦେଶ ମୂଳ ସହ ଯୋଡ଼ି ହୋଇ ଭବିଷ୍ୟତ ଜ୍ଞାନର ଏକ କେନ୍ଦ୍ରରେ ପରିଣତ ହେବ ବୋଲି ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

The post ମାତୃଭାଷାରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ appeared first on Dharitri Odia News.