ମାତ୍ର ୦.୧୨ ସେକେଣ୍ଡ...ବିଜୁଳି ଭଳି ତାଉ ଦେଖାଇଲେ MSD, ତାଟକା ହେଲେ ସୂର୍ଯ୍ୟା

ନୂଆଦିଲ୍ଲୀ ୨୪/୦୩: ବୟସ ୪୩ । ବେଗ ବିଜୁଳିଠୁ ବି ତୀବ୍ର । ଅନ୍ଦାଜ୍ କିନ୍ତୁ ସେହି ପୁରୁଣା । ପୂର୍ବରୁ ଯେମିତି ଏବେ ବି ସେମିତି । ଆଖି ପିଛୁଳାକେ ବାଜି ପଲଟାଇବାରେ ସେ ମାହିର । ଆଜ୍ଞା ହଁ ଆମେ କହୁଛୁ ସେହି ଖେଳାଳିଙ୍କ କଥା ଯିଏକି ସମୟକୁ ବି ଦେଇପାରନ୍ତି ମାତ୍ । ଆଖି ପଲକ ପଡିବା ପୂର୍ବରୁ ସବୁକିଛି ଓଲଟପାଲଟ । ଯାହା କେହି ଭାବିନଥିବେ ସେ ସବୁ କରିବାରେ ସେ ଖୁବି କ୍ଷୀପ୍ର । ଏତେ ସବୁ ପ୍ରଶଂସା କରିବା ପରେ ଆପଣ ମାନେ ଅନ୍ଦାଜ୍ ଲଗାଇଦେବେଣି ଆମ କାହା କଥା କହୁଛୁ । ସେ ଆଉ କେହି ନୁହଁନ୍ତି ସେ ଓ୍ୱାନ୍ ଆଣ୍ଟ ଓନଲି ମହେନ୍ଦ୍ରି ସିଂହ ଧୋନୀ । ବୟସର ଅପରାହ୍ନରେ ବି ବିରୋଧୀ ଚିତ୍ ତାଙ୍କ ରଣନୀତି ଆଗରେ । ଖେଳାଳି ନା ବୁଝିପାରିଲେ ନା ଜାଣିପାରିଲେ, କିନ୍ତୁ ଆଉଟ୍ ହୋଇ ଚାଲିଗଲେ । ସେହି ୦.୧୨ ସେକେଣ୍ଡ ବଦଳାଇଥିଲା ମ୍ୟାଚ୍‌ର ଗତିପଥ । ସୂଚନା ଥାଉକି, ଆଇପିଏଲ ୨୦୨୫ର ତୃତୀୟ ମ୍ୟାଚ୍ ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଚେପକରେ ଖେଳାଯାଇଥିଲା । ୨୩ ମାର୍ଚ୍ଚରେ ଚେପକରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଖେଳିବାକୁ ମହେନ୍ଦ୍ର ସିଂହ ଧୋନି । ତେବେ ପୂର୍ବବର୍ଷ ଭଳି ଏଥର ବି ଦେଖିବାକୁ ମିଳିଥିଲା ମାହୀ ଜଲଓ୍ୱା । ପ୍ରଥମ ମ୍ୟାଚ୍‌ରେ ସେ ବିଜୁଳି ଗତିରେ ଷ୍ଟମ୍ପିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ତାଙ୍କର ଷ୍ଟମ୍ପିଂ ଏତେ ଦ୍ରୁତ ଥିଲା ଯେ ମୁମ୍ବାଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପବନ ମଧ୍ୟ ଅନୁଭବ କରିପାରି ନଥିଲେ

ମାତ୍ର ୦.୧୨ ସେକେଣ୍ଡ...ବିଜୁଳି ଭଳି ତାଉ ଦେଖାଇଲେ MSD, ତାଟକା ହେଲେ ସୂର୍ଯ୍ୟା

ନୂଆଦିଲ୍ଲୀ ୨୪/୦୩: ବୟସ ୪୩ । ବେଗ ବିଜୁଳିଠୁ ବି ତୀବ୍ର । ଅନ୍ଦାଜ୍ କିନ୍ତୁ ସେହି ପୁରୁଣା । ପୂର୍ବରୁ ଯେମିତି ଏବେ ବି ସେମିତି । ଆଖି ପିଛୁଳାକେ ବାଜି ପଲଟାଇବାରେ ସେ ମାହିର । ଆଜ୍ଞା ହଁ ଆମେ କହୁଛୁ ସେହି ଖେଳାଳିଙ୍କ କଥା ଯିଏକି ସମୟକୁ ବି ଦେଇପାରନ୍ତି ମାତ୍ । ଆଖି ପଲକ ପଡିବା ପୂର୍ବରୁ ସବୁକିଛି ଓଲଟପାଲଟ । ଯାହା କେହି ଭାବିନଥିବେ ସେ ସବୁ କରିବାରେ ସେ ଖୁବି କ୍ଷୀପ୍ର । ଏତେ ସବୁ ପ୍ରଶଂସା କରିବା ପରେ ଆପଣ ମାନେ ଅନ୍ଦାଜ୍ ଲଗାଇଦେବେଣି ଆମ କାହା କଥା କହୁଛୁ । ସେ ଆଉ କେହି ନୁହଁନ୍ତି ସେ ଓ୍ୱାନ୍ ଆଣ୍ଟ ଓନଲି ମହେନ୍ଦ୍ରି ସିଂହ ଧୋନୀ । 

ବୟସର ଅପରାହ୍ନରେ ବି ବିରୋଧୀ ଚିତ୍ ତାଙ୍କ ରଣନୀତି ଆଗରେ । ଖେଳାଳି ନା ବୁଝିପାରିଲେ ନା ଜାଣିପାରିଲେ, କିନ୍ତୁ ଆଉଟ୍ ହୋଇ ଚାଲିଗଲେ । ସେହି ୦.୧୨ ସେକେଣ୍ଡ ବଦଳାଇଥିଲା ମ୍ୟାଚ୍‌ର ଗତିପଥ । ସୂଚନା ଥାଉକି, ଆଇପିଏଲ ୨୦୨୫ର ତୃତୀୟ ମ୍ୟାଚ୍ ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଚେପକରେ ଖେଳାଯାଇଥିଲା । ୨୩ ମାର୍ଚ୍ଚରେ ଚେପକରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଖେଳିବାକୁ ମହେନ୍ଦ୍ର ସିଂହ ଧୋନି । ତେବେ ପୂର୍ବବର୍ଷ ଭଳି ଏଥର ବି ଦେଖିବାକୁ ମିଳିଥିଲା ମାହୀ ଜଲଓ୍ୱା । 

ପ୍ରଥମ ମ୍ୟାଚ୍‌ରେ ସେ ବିଜୁଳି ଗତିରେ ଷ୍ଟମ୍ପିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ତାଙ୍କର ଷ୍ଟମ୍ପିଂ ଏତେ ଦ୍ରୁତ ଥିଲା ଯେ ମୁମ୍ବାଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପବନ ମଧ୍ୟ ଅନୁଭବ କରିପାରି ନଥିଲେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଧୋନି ମାତ୍ର ୦.୧୨ ସେକେଣ୍ଡରେ ଷ୍ଟମ୍ପିଂ କରିବାର ସକ୍ଷମ ହୋଇତିଲେ ଧୋନୀ । 


ଯଦିଓ ସୂର୍ଯ୍ୟକୁମାର ଯାଦବ ବୁଝିପାରିନଥିଲେ କିନ୍ତୁ ପିଚ୍ ଛାଡି ଚାଲିଯାଇଥିଲେ । କାରଣ ପ୍ରଶଂସକଙ୍କ କହିବା କଥା ଥିଲା ସେର୍ ବୁଢା ଜରୁର୍ ହୋ ଗୟା ହେ ଲେକିନ ଲଢନା ନେହି ଛୋଡା ହୈ...। ଧୋନିଙ୍କ ଏପରି ସ୍ପିଡ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଦେଖଣାହାରୀ । ଏହା ସହିତ, ୪୩ ବର୍ଷୀୟ ଧୋନି କରି ଦେଖାଇ ଦେଇଛନ୍ତି ଯେ ତାଙ୍କ ଗ୍ଲୋଭସ୍‌ରେ ଏବେ ବି ସେହି ପୁରୁଣା ଜାଦୁ ରହିଛି।

ମହେନ୍ଦ୍ର ସିଂହ ଧୋନିଙ୍କୁ କୁହାଯାଏ ବିଶ୍ୱର ସର୍ବୋତ୍ତମ ୱିକେଟ କିପର । ସେଥିପାଇଁ କୁହାଯାଏ ଯେ ୱିକେଟ ପଛରେ ଥିବାବେଳେ କ୍ରିଜ୍ ଛାଡିବାର ଭୁଲ କରିବା ଉଚିତ୍ ନୁହେଁ। କିନ୍ତୁ ସୂର୍ଯ୍ୟକୁମାର ଯାଦବ ଏହି ଭୁଲ କରିଥିଲେ । ଯାହା ତାଙ୍କୁ ମହଙ୍ଗା ପଡ଼ିଥିଲା । ପ୍ରକୃତରେ, ୧୧ତମ ଓଭରରେ ସେ ମୁମ୍ବାଇ ଇନିଂସକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥିଲେ । 

ଏଥିପାଇଁ, ନୁର ଅହମ୍ମଦଙ୍କ ବିପକ୍ଷରେ ଓଭରର ତୃତୀୟ ବଲ୍‌ରେ ସେ କ୍ରିଜ୍ ବାହାରକୁ ଆସି ଏକ ବଡ଼ ସଟ୍ ମାରିବାକୁ ଚେଷ୍ଟା କରିଥିଲେ । ଶେଷରେ ସେପରି ହୋଇଥିଲା । ସୂର୍ଯ୍ୟକୁମାର ଯାଦବ ତାଙ୍କ ବ୍ୟାଟ୍ ସୁଇଂ ଠିକ୍ ଭାବରେ ସମାପ୍ତ କରି ନଥିଲେ ଯେତେବେଳେ ଧୋନି ଆଖି ପିଛୁଳକା ଷ୍ଟମ୍ପିଂ କରିଥିଲେ।