୬ ଦିନ ହେବ ନିଖୋଜ ଥିଲେ ସୋମନାଥ, କାଜୁ ଜଙ୍ଗଲରୁ ମିଳିଲା ପୂର୍ବତନ ପୋଲିସ କର୍ମଚାରୀଙ୍କ ମୃତଦେହ

ଖଣ୍ଡପଡ଼ା ୦୨।୦୪ : ପୂର୍ବତନ ପୋଲିସ କର୍ମଚାରୀଙ୍କ ଗଳିତ ମୃତଦେହ ଠାବ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନମାଳୀପୁର ରାସ୍ତାରୁ ମୃତଦେହ ଠାବ ହୋଇଛି । ମୃତ ପୋଲିସ କର୍ମଚାରୀଙ୍କ ନାମ ସୋମନାଥ ପଟ୍ଟନାୟକ ବୋଲି ଜଣାପଡିଛି । ତାଙ୍କ ଘର ନୟାଗଡ଼ ବଡ଼ସହରା ପଞ୍ଚାଳ ଗୋପାଳ ପ୍ରସାଦ ଗାଁରେ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସୋମନାଥ ଗତ ୬ ଦିନ ତଳୁ ଘରୁ କୌଣସି କାମ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ଶେଷରେ ପରିବାର ଲୋକେ ବହୁତ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ସୋମନାଥଙ୍କ ପରିବାର ଲୋକେ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ଶେଷରେ ନିଖୋଜର ୬ ଦିନ ପରେ ସୋମବାର ଦିନ ସୋମନାଥଙ୍କ ମୃତଦେହ ମିଳିଛି ।ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନମାଳୀପୁର ରାସ୍ତାରେ ଥିବା ଏକ କାଜୁ ଜଙ୍ଗଲରେ ନିକଟରେ ତାଙ୍କର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପରିବାର ଲୋକ ଏବଂ ପୋଲିସକୁ ଖବର ଦିଆଯାଇଥିଲା ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ସୋମନାଥଙ୍କୁ  ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋ କରିଛନ୍ତି । 

୬ ଦିନ ହେବ ନିଖୋଜ ଥିଲେ ସୋମନାଥ, କାଜୁ ଜଙ୍ଗଲରୁ ମିଳିଲା ପୂର୍ବତନ ପୋଲିସ କର୍ମଚାରୀଙ୍କ ମୃତଦେହ

ଖଣ୍ଡପଡ଼ା ୦୨।୦୪ : ପୂର୍ବତନ ପୋଲିସ କର୍ମଚାରୀଙ୍କ ଗଳିତ ମୃତଦେହ ଠାବ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନମାଳୀପୁର ରାସ୍ତାରୁ ମୃତଦେହ ଠାବ ହୋଇଛି । ମୃତ ପୋଲିସ କର୍ମଚାରୀଙ୍କ ନାମ ସୋମନାଥ ପଟ୍ଟନାୟକ ବୋଲି ଜଣାପଡିଛି । ତାଙ୍କ ଘର ନୟାଗଡ଼ ବଡ଼ସହରା ପଞ୍ଚାଳ ଗୋପାଳ ପ୍ରସାଦ ଗାଁରେ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ସୋମନାଥ ଗତ ୬ ଦିନ ତଳୁ ଘରୁ କୌଣସି କାମ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ଶେଷରେ ପରିବାର ଲୋକେ ବହୁତ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ସୋମନାଥଙ୍କ ପରିବାର ଲୋକେ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ଶେଷରେ ନିଖୋଜର ୬ ଦିନ ପରେ ସୋମବାର ଦିନ ସୋମନାଥଙ୍କ ମୃତଦେହ ମିଳିଛି ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନମାଳୀପୁର ରାସ୍ତାରେ ଥିବା ଏକ କାଜୁ ଜଙ୍ଗଲରେ ନିକଟରେ ତାଙ୍କର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପରିବାର ଲୋକ ଏବଂ ପୋଲିସକୁ ଖବର ଦିଆଯାଇଥିଲା ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ସୋମନାଥଙ୍କୁ  ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋ କରିଛନ୍ତି ।