ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ନୟାଗଡ଼ର ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା
ନୟାଗଡ଼: ନୟାଗଡ଼ର ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା । ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ... The post ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ନୟାଗଡ଼ର ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା appeared first on .
ନୟାଗଡ଼: ନୟାଗଡ଼ର ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା । ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ସୁଧାଂଶୁଙ୍କ ମୁଖରୁ ବାହାରୁଛି ବେଦପାଠ ,ଶ୍ଳୋକ, ରାଷ୍ଟ୍ରପତିଙ୍କ ନାମ ସହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବଡ଼ ଠାକୁର ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ବଡ଼ ନଦୀରନାମ ଇଂରାଜୀରେ ଏବଂ ଓଡ଼ିଆରେ କହିବା ଏବଂ ଲେଖିବା ସହ ୫୪ଟି କୁଇଜ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଫଟାପଟ ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି। ଏଥି ସହିତ ଇଂରାଜୀ ବର୍ଣ୍ଣମାଳା, ଇଂରାଜୀ ଏବଂ ଓଡିଆ ରାଇମ୍, ଇଂରାଜୀରେ 12ର ମାସର ନାମ , ଶରୀରର ବିଭିନ୍ନ ଅଙ୍ଗ ,ବିଭିନ୍ନ ପ୍ରକାର ରଙ୍ଗ ସହ ପଶୁପକ୍ଷୀ, ଫଳମୂଳ, ପନିପରିବା ,ଶବ୍ଦ ସହିତ ଇଂରାଜୀ ବର୍ଣ୍ଣମାଳା, ଓଡିଆ ଇଂରାଜୀ ରାଇମ୍ ଏବଂ କୁଇଜ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି । ପିଲାଟି ବେଳୁ ସାଇ ସୁଧାଂଶୁଙ୍କ ଏଭଳି ପ୍ରତିଭା ସମସ୍ତଙ୍କୁ ଚକିତ କରିଛି । ଏବଂ ପିଲାଟି ବେଳୁ ପୁଅର ଏଭଳି ପ୍ରତିଭା ଦେଖି ବାପା ,ମାଆ ଏବଂ ପରିବାର ବର୍ଗ ବେଶ ଖୁସି ପ୍ରକାଶ କରିଛନ୍ତି,।
The post ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ନୟାଗଡ଼ର ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା appeared first on .