ବିସ୍ମୟ ବାଳକ ସତ୍ୟଜିତ, କମ୍ ବୟସରେ ବଡ଼ ପ୍ରତିଭାର ଅଧିକାରୀ

ସାନ ସିନା କାମ କିନ୍ତୁ ବଡ । ନିଜର ବୁଦ୍ଧି ଏବଂ ଆତ୍ମବିଶ୍ୱାସ ପାଇଁ ଆଜି ଏକ କୁନି ଛୁଆ ଦୁଇ ଦୁଇଟି ବଡ ରେକର୍ଡର ଅଧିକାରୀ ହୋଇପାରିଛି । ଆମେ କହୁଛୁ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଭିମାପଡା ଗ୍ରାମର ବେଣୁଧର ଖୁଣ୍ଟିଆଙ୍କ ଏକ ମାତ୍ର ପୁଅ ସତ୍ୟଜିତଙ୍କ ବିଷୟରେ । ତାଙ୍କ ନାଁ ଯେମିତି କାମ ମଧ୍ୟ ସେମିତି । ବୟସ ମାତ୍ର ୪ବର୍ଷ । ୪ବର୍ଷ ବୟସରେ ଅତି ସୁନ୍ଦର ଭାବରେ […] The post ବିସ୍ମୟ ବାଳକ ସତ୍ୟଜିତ, କମ୍ ବୟସରେ ବଡ଼ ପ୍ରତିଭାର ଅଧିକାରୀ appeared first on KNews Odisha.

ବିସ୍ମୟ ବାଳକ ସତ୍ୟଜିତ, କମ୍ ବୟସରେ ବଡ଼ ପ୍ରତିଭାର ଅଧିକାରୀ

ସାନ ସିନା କାମ କିନ୍ତୁ ବଡ । ନିଜର ବୁଦ୍ଧି ଏବଂ ଆତ୍ମବିଶ୍ୱାସ ପାଇଁ ଆଜି ଏକ କୁନି ଛୁଆ ଦୁଇ ଦୁଇଟି ବଡ ରେକର୍ଡର ଅଧିକାରୀ ହୋଇପାରିଛି । ଆମେ କହୁଛୁ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଭିମାପଡା ଗ୍ରାମର ବେଣୁଧର ଖୁଣ୍ଟିଆଙ୍କ ଏକ ମାତ୍ର ପୁଅ ସତ୍ୟଜିତଙ୍କ ବିଷୟରେ । ତାଙ୍କ ନାଁ ଯେମିତି କାମ ମଧ୍ୟ ସେମିତି । ବୟସ ମାତ୍ର ୪ବର୍ଷ । ୪ବର୍ଷ ବୟସରେ ଅତି ସୁନ୍ଦର ଭାବରେ ସମସ୍ତ ସାଧାରଣଜ୍ଞାନ ପ୍ରଶ୍ନର ସଠିକ ଉତ୍ତର ରଖି ଇଣ୍ଡିଆ ଓ ଏସିଆ ବୁକ୍ ଅଫ ରେକର୍ଡରେ ଉତୀର୍ଣ୍ଣ ହୋଇଛନ୍ତି ସତ୍ୟଜିତ । ଏହି ଖବର ପ୍ରଚାରିତ ହେବା ପରେ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ସତ୍ୟଜିତଙ୍କୁ ।

ଏତେ କମ୍ ବୟସରୁ ଦୁଇ ଦୁଇଟି ପ୍ରତିଭାର ଅଧିକାରୀ ସେ ଯେଉଁଥିପାଇଁ ଆଜି ପୁରା ଗାଁ ତାଙ୍କ ପାଇଁ ଗର୍ବିତ । ମାତ୍ର ୬ ମିନିଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ପଚରାଯାଇଥିବା ୬୦ ପ୍ରଶ୍ନର ଉତ୍ତର ସଠିକ ଭାବରେ କହିପାରୁଛନ୍ତି ସତ୍ୟଜିତ । ଭଲ ଭାବେ କହିବା ପାଇଁ ପାଟି ଫିଟିନଥିବା ବେଳେ ଏବେ ଠାରୁ ସାଧାରଣ ଜ୍ଞାନର ବିଭିନ୍ନ ପ୍ରଶ୍ନର ଫଟାଫଟ ଉତ୍ତର ଦିଅନ୍ତି ସେ । ଖେଳକୁଦ ବୟସରେ କୁନି ପୁଅ ସତ୍ୟଜିତଙ୍କ ଏଭଳି ଅନନ୍ୟ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ସମସ୍ତେ । ତାଙ୍କ ପାଇଁ ଆଜି ଗର୍ବିତ ବାପା, ମାଆଙ୍କ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ।

ସବୁ କିଛି ଜାଣିବାର ଇଚ୍ଛା ଶକ୍ତି ଦେଖି ପରିବାର ଲୋକେ ତାଙ୍କୁ କିଛି ନୂଆ କରିବାର ଉଦ୍ୟମ କରିଥିଲେ । ପରିବାର ଲୋକେ ତାଙ୍କ ନାମକୁ ଇଣ୍ଡିଆ ବୁକ ଅଫ୍ ରେକର୍ଡ ଏବଂ ଏସିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ଦେବାକୁ ଆବେଦନ କରିଥିଲେ । ପରବର୍ତ୍ତୀ ସମୟରେ ସତ୍ୟଜିତ ପ୍ରଥମେ ଏସିଆ ବୁକ ଅଫ୍ ରେକର୍ଡ ଏବଂ ବର୍ତ୍ତମାନ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ପିଲାଟି ଦିନରୁ ପାଠ ପଢ଼ିବାର ପ୍ରବଳ ଇଚ୍ଛା ରହିଥିବା ଯୋଗୁଁ ତାଙ୍କୁ ଏଭଳି ସାଧରଣଜ୍ଞାନ ସମ୍ପର୍କରେ ପଢ଼ାଯାଉଛି ।

ଯାହାକୁ କି ସେ କମ୍ ସମୟ ମଧ୍ୟରେ ମନେ ରଖିପାରୁଛନ୍ତି ବୋଲି କହିଛନ୍ତି ସତ୍ୟଜିତଙ୍କ ମାଆ । କୁନି ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ ସେ । ନିଜର ବିଚକ୍ଷଣ ବୁଦ୍ଧି ପାଇଁ ଆଜି ଇଣ୍ଡିଆ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ । ମାତ୍ର ଚାରି ବର୍ଷ ବୟସରେ ନିଜ ମେଧାଶକ୍ତି ଓ ବୁଦ୍ଧିମତା ବଳରେ ସାଉଁଟିଛନ୍ତି ସଫଳତା । ଯେଉଁ ବୟସରେ ସେ ଖେଳକୁଦ କରି ସମୟ କଟାଇବା କଥା ସେହି ବୟସରେ ଚକିତ କଲା ଭଳି ପ୍ରତିଭା ତା ପାଖରେ ଦେଖିବାକୁ ମିଳିଛି । ତେବେ ଆଗକୁ ଏହିଭଳି ତାଙ୍କର ସଫଳତାର ଯାତ୍ରା ଜାରି ରହୁ ଏହାହିଁ ସମସ୍ତଙ୍କ ଆଶା ।

Also read: ୧୧୫ ପ୍ରକାର ଫ୍ଲାସ କାର୍ଡକୁ ଦେଖି ଚିହ୍ନିପାରୁଛି କୁନି ଝିଅ ଶ୍ଲୋକା, ପ୍ରତିଭା ପାଇଁ ୱାର୍ଲ୍ଡ ରେକର୍ଡରେ ମିଳିଲା…

The post ବିସ୍ମୟ ବାଳକ ସତ୍ୟଜିତ, କମ୍ ବୟସରେ ବଡ଼ ପ୍ରତିଭାର ଅଧିକାରୀ appeared first on KNews Odisha.