ମାତ୍ର ୯୯ ପଇସାରେ ଟିସିଏସ୍କୁ ୨୧ ଏକରୁ ଅଧିକ ଜମି ଦେଲେ ଆନ୍ଧ୍ର ପ୍ରଦେଶ ସରକାର
ନୂଆଦିଲ୍ଲୀ: ମାତ୍ର ୯୯ ପଇସାରେ ମିଳିଲା ୨୧ ଏକର ଜମି। ଖବର ପଢ଼ି ଆଶ୍ଚର୍ଯ୍ୟ ହେଲେ କି? ଆଜ୍ଞା ହଁ କଥାଟି ଶତ। ଆନ୍ଧ୍ର ପ୍ରଦେଶ ସରକାର ମାତ୍ର ୯୯ ପଇସାର ଟୋକନ ପ୍ରାଇସ୍ରେ ଟାଟା କନସଲଟାନ୍ସି ସର୍ଭିସେସ୍ (TCS)କୁ ୨୧.୧୬ ଏକର ଜମି ପ୍ରଦାନ କରିଛନ୍ତି। ଏହି ଜମି ଭାଇଜାଗର ଆଇଟି ହିଲ୍ ନମ୍ବର-୩ ରେ ରହିଛି। TCS କମ୍ପାନୀ ଏଠି ଏକ ନୂଆ ଆଇଟି କ୍ୟାମ୍ପସ୍ ସ୍ଥାପନ କରିବ। ଏହି ଜମି ଦେବା ପଛରେ ଆନ୍ଧ୍ର ପ୍ରଦେଶ ସରକାରଙ୍କର ଏକ ନିହିତ ଉଦ୍ଦେଶ୍ୟ ରହିଛି। ପ୍ରକୃତରେ ରାଜ୍ୟ ସରକାର ବିଶାଖାପାଟନମକୁ ଏକ ଟେକ୍ନୋଲୋଜୀ ହବ୍ରେ ପରିଣତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଜମି ଆବଣ୍ଟନକୁ ସରକାର ଅନୁମୋଦନ ଦେଇଛନ୍ତି। ମଙ୍ଗଳବାର ଆନ୍ଧ୍ର ପ୍ରଦେଶ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏବଂ କହିଛି, ଏହି ପ୍ରକଳ୍ପ ପ୍ରାୟ ୧,୩୭୦ କୋଟି ଟଙ୍କାର ନିବେଶ ଆଣିବ। ଏବଂ ରାଜ୍ୟରେ ପ୍ରାୟ ୧୨,୦୦୦ ନିଯୁକ୍ତି ସୃଷ୍ଟି କରିବ।ଆନ୍ଧ୍ର ପ୍ରଦେଶ ସରକାର ବିଶାଖାପାଟଣାକୁ ଆଇଟି କମ୍ପାନୀ ଏବଂ ଡିଜିଟାଲ୍ ସର୍ଭିସ୍ର ପରିବର୍ତ୍ତି ହବ୍ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ ସରକାର ପଦକ୍ଷେପ ନେଇଛନ୍ତି। ଟିସିଏସ୍କୁ ଭାଇଜାଗକୁ ଆଣିବାକୁ ଅକ୍ଟୋବର ୨୦୨୪ରେ ପ୍ରଥମେ କମ୍ପାନୀ ସହ ଆଲୋଚନା ହୋଇଥିଲା। ରାଜ୍ୟ ଆଇଟି ମନ୍ତ୍ରୀ ନାରା ଲୋକେଶ ମୁମ୍ବାଇ ଗସ୍ତ ସମୟରେ ଟାଟା ଗ୍ରୁପର ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଥିଲେ ଏ ବିଷୟରେ ଆଲୋଚନା କରିଥିଲେ।
ନୂଆଦିଲ୍ଲୀ: ମାତ୍ର ୯୯ ପଇସାରେ ମିଳିଲା ୨୧ ଏକର ଜମି। ଖବର ପଢ଼ି ଆଶ୍ଚର୍ଯ୍ୟ ହେଲେ କି? ଆଜ୍ଞା ହଁ କଥାଟି ଶତ। ଆନ୍ଧ୍ର ପ୍ରଦେଶ ସରକାର ମାତ୍ର ୯୯ ପଇସାର ଟୋକନ ପ୍ରାଇସ୍ରେ ଟାଟା କନସଲଟାନ୍ସି ସର୍ଭିସେସ୍ (TCS)କୁ ୨୧.୧୬ ଏକର ଜମି ପ୍ରଦାନ କରିଛନ୍ତି। ଏହି ଜମି ଭାଇଜାଗର ଆଇଟି ହିଲ୍ ନମ୍ବର-୩ ରେ ରହିଛି। TCS କମ୍ପାନୀ ଏଠି ଏକ ନୂଆ ଆଇଟି କ୍ୟାମ୍ପସ୍ ସ୍ଥାପନ କରିବ। ଏହି ଜମି ଦେବା ପଛରେ ଆନ୍ଧ୍ର ପ୍ରଦେଶ ସରକାରଙ୍କର ଏକ ନିହିତ ଉଦ୍ଦେଶ୍ୟ ରହିଛି।
ପ୍ରକୃତରେ ରାଜ୍ୟ ସରକାର ବିଶାଖାପାଟନମକୁ ଏକ ଟେକ୍ନୋଲୋଜୀ ହବ୍ରେ ପରିଣତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଜମି ଆବଣ୍ଟନକୁ ସରକାର ଅନୁମୋଦନ ଦେଇଛନ୍ତି। ମଙ୍ଗଳବାର ଆନ୍ଧ୍ର ପ୍ରଦେଶ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏବଂ କହିଛି, ଏହି ପ୍ରକଳ୍ପ ପ୍ରାୟ ୧,୩୭୦ କୋଟି ଟଙ୍କାର ନିବେଶ ଆଣିବ। ଏବଂ ରାଜ୍ୟରେ ପ୍ରାୟ ୧୨,୦୦୦ ନିଯୁକ୍ତି ସୃଷ୍ଟି କରିବ।

ଆନ୍ଧ୍ର ପ୍ରଦେଶ ସରକାର ବିଶାଖାପାଟଣାକୁ ଆଇଟି କମ୍ପାନୀ ଏବଂ ଡିଜିଟାଲ୍ ସର୍ଭିସ୍ର ପରିବର୍ତ୍ତି ହବ୍ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ ସରକାର ପଦକ୍ଷେପ ନେଇଛନ୍ତି। ଟିସିଏସ୍କୁ ଭାଇଜାଗକୁ ଆଣିବାକୁ ଅକ୍ଟୋବର ୨୦୨୪ରେ ପ୍ରଥମେ କମ୍ପାନୀ ସହ ଆଲୋଚନା ହୋଇଥିଲା। ରାଜ୍ୟ ଆଇଟି ମନ୍ତ୍ରୀ ନାରା ଲୋକେଶ ମୁମ୍ବାଇ ଗସ୍ତ ସମୟରେ ଟାଟା ଗ୍ରୁପର ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଥିଲେ ଏ ବିଷୟରେ ଆଲୋଚନା କରିଥିଲେ। ସେ ଟିସିଏସ୍କୁ ଏହାର ପରବର୍ତ୍ତୀ ପ୍ରମୁଖ ପ୍ରକଳ୍ପ ଆନ୍ଧ୍ର ପ୍ରଦେଶରେ ଖୋଲିବାକୁ ନିମନ୍ତ୍ରଣ ଦେଇଥିଲେ।
ସେବେଠାରୁ, ରାଜ୍ୟ ସରକାର ସମସ୍ତ କାମ ପାଇଁ କମ୍ପାନୀ ସହିତ ନିୟମିତ ଆଲୋଚନା କରୁଥିଲେ। ଶେଷରେ ଆନ୍ଧ୍ର ସରକାର ଟିସିଏସ୍କୁ ସାଂକେତିକ ଭାବେ ଜମି ଆବଣ୍ଟନ କରି ଦେଶର ଆଇଟି କମ୍ପାନୀଗୁଡ଼ିକୁ ଏକ ମେସେଜ୍ ଦେଇଛନ୍ତି। ଯେଉଁଥିରେ ଜଣାପଡ଼ୁଛି ଯେ ଆନ୍ଧ୍ର ପ୍ରଦେଶ ପରିବର୍ତ୍ତି ଆଇଟି ହବ୍ ହେବାକୁ ପୂରା ପ୍ରସ୍ତୁତ।
ପଢନ୍ତୁ- ବିମାନ ଯାତ୍ରୀ ସଂଖ୍ୟା ବୃଦ୍ଧି ହାରରରେ ଚୀନ୍ କୁ ୨୦୨୬ରେ ପଛରେ ପକାଇବ ଭାରତ

ନିକଟରେ କର୍ଣ୍ଣାଟକ ସରକାର ଏକ ଆଇନ ଆଣିଥିଲେ, ଯେଉଁଥିରେ ସମସ୍ତ କମ୍ପାନୀକୁ ରାଜ୍ୟବାସୀଙ୍କୁ ନିଯୁକ୍ତି ଦେବାକୁ ବାଧ୍ୟ କରାଯାଇଥିଲା। ଫଳରେ ଆଇଟି କମ୍ପାନୀମାନେ ରାଜ୍ୟ ଛାଡ଼ିବାକୁ ପ୍ରସ୍ତୁତ ହୋଇଥିବା ଶୁଣିବାକୁ ମିଳିଥିଲା। ସେତେବେଳେ ବି ଆନ୍ଧ୍ରପ୍ରଦେଶ ମାନବ ସମ୍ବଳ ବିକାଶ ମନ୍ତ୍ରୀ ନାରା ଲୋକେସ ସମସ୍ତ କମ୍ପାନୀକୁ ଆନ୍ଧ୍ରପ୍ରଦେଶରେ ଆସି କମ୍ପାନୀ ଖୋଲିବାକୁ ନିମନ୍ତ୍ରଣ ଦେଇଥିଲେ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା।
ହାଇଦ୍ରାବାଦ ଭଳି ହାଇଟେକ୍ ସିଟି କରିବାକୁ ନିକଟରେ ଆନ୍ଧ୍ର ପ୍ରଦେଶ ସରକାର ବିଶାଖାପାଟଣା ନିକଟରେ ୫୦୦ ଏକରର ଡାଟା ସିଟି ବିକାଶ କରିବା ନେଇ ଘୋଷଣା କରିଥିଲେ। ଯାହାର କାମ ଜାରି ରହିଛି।

ତେବେ ରାଜ୍ୟ ସରକାରଙ୍କର ଟିସିଏସ୍କୁ ୯୯ ପଇସାରେ ଜମି ଦେବାର ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଗୁଜୁରାଟର ସାନନ୍ଦରେ ଟାଟା ମୋଟର୍ସକୁ ମାତ୍ର ୯୯ ପଇସାରେ ଜମି ଦିଆଯାଇଥିଲା। ଆଉ ସେତେବେଳ ଗୁଜରାଟ ସରକାରଙ୍କର ଏହି ପଦକ୍ଷେପ ପାଇଁ ଆଜି ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ସାରା ଦେଶର ନିଜ ସ୍ଥିତି ମଜଭୁତ କରିପାରିଛି।
ପଢନ୍ତୁ- PhonePe UPI Circle: ଆପଣଙ୍କ ଆକାଉଣ୍ଟର ବି ପେମେଣ୍ଟ କରିପାରିବେ ପରିବାର ଲୋକ