ମାନବ ଇତିହାସର ସବୁଠୁ ଗରମ ବର୍ଷ ୨୦୨୪, ୟୁରୋପୀୟ ଜଳବାୟୁ ଏଜେନ୍ସିର ବଡ଼ ଦାବି

ନୂଆଦିଲ୍ଲୀ: ୟୁରୋପର ଜଳବାୟୁ ଏଜେନ୍ସି କୋପରନିକସ ଦାବି କରିଛି ଯେ ଚଳିତ ବର୍ଷ ଗୀଷ୍ମ ସମୟରେ ପୃଥିବୀର ତାପମାତ୍ରା ସବୁଠୁ ଅଧିକ ରହିଥିଲା । ଏଜେନ୍ସିର କହିବା ଅନୁସାରେ ୨୦୨୪ ମସିହାରେ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ବର୍ଷ । ବୈଜ୍ଞାନିକଙ୍କ କହିବା ଅନୁସାରେ ରେକର୍ଡ ଗରମ ପଛରେ ମାନବ ଜନିତ କାରଣ ବ୍ୟତୀତ, ଜଳବାୟୁ ପରିବର୍ତ୍ତନ, ଅଲ୍ ନିନୋ ପ୍ରଭାବ ଏବଂ ପାଣିପାଗରେ ପରିବର୍ତ୍ତନ ସାମିଲ ରହିଛି ।କୋପରନିକସ ଅନୁସାରେ ଜୁନ୍, ଜୁଲାଇ ଏବଂ ଅଗଷ୍ଟରେ ହାରାହାରି ତାପମାତ୍ରା ୧୬.୮ ଡିଗ୍ରି ସେଲସିୟସ (୬୨.୨୪ ଡିଗ୍ରି ଫାରେନାଇଟ୍) ଥିଲା । ୨୦୨୩ର ପୁରୁଣା ରେକର୍ଡଠାରୁ ୦.୦୩ ଡିଗ୍ରି ସେଲସିୟସ୍ ଅଧିକ ଉଷ୍ମ ଥିଲା । କୋପରନିକସର ରେକର୍ଡ ୧୯୪୦ରୁ ଉପଲବ୍ଧ ରହିଛି, କିନ୍ତୁ ଆମେରିକା, ବ୍ରିଟିଶ ଏବଂ ଜାପାନ ରେକର୍ଡ ଅନୁସାରେ ହାରାହାରି ତାପମାତ୍ରା ଗତ ଦଶନ୍ଧିରେ ସବୁଠୁ ଅଧିକ ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଗତ ୧,୨୦,୦୦୦ ବର୍ଷରେ ଏହା ସବୁଠୁ ଅଧିକ ତାପମାତ୍ରା ।କୋପରନିକସ ନିର୍ଦ୍ଦେଶକ କାର୍ଲେ କହିଛନ୍ତି ଯେ ୨୦୨୪ ଏବଂ ୨୦୨୩ରେ ଅଗଷ୍ଟ ମାସ ମଧ୍ୟରେ ହାରାହାରି ତାପମାତ୍ରା ୧୬.୮୨ ଡିଗ୍ରି ରହିଛି, ଯାହା ବୈଶ୍ୱିକ ତାପମାତ୍ରା ସହ ସମାନ ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଡାଟା ଦର୍ଶାଉଛି ଯେ କିପରି ଜଳବାୟୁ ପରିବର୍ତ୍ତନ ଆମ ଉପରେ କୁପ୍ରଭାବ ପକାଉଛି । ଏହା ପୂର୍ବରୁ ଗତ ବର୍ଷ ଅର୍ଥାତ୍ ୨୦୨୩ ମଧ୍ୟ ହାରା

ମାନବ ଇତିହାସର ସବୁଠୁ ଗରମ ବର୍ଷ ୨୦୨୪, ୟୁରୋପୀୟ ଜଳବାୟୁ ଏଜେନ୍ସିର ବଡ଼ ଦାବି

ନୂଆଦିଲ୍ଲୀ: ୟୁରୋପର ଜଳବାୟୁ ଏଜେନ୍ସି କୋପରନିକସ ଦାବି କରିଛି ଯେ ଚଳିତ ବର୍ଷ ଗୀଷ୍ମ ସମୟରେ ପୃଥିବୀର ତାପମାତ୍ରା ସବୁଠୁ ଅଧିକ ରହିଥିଲା । ଏଜେନ୍ସିର କହିବା ଅନୁସାରେ ୨୦୨୪ ମସିହାରେ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ବର୍ଷ । ବୈଜ୍ଞାନିକଙ୍କ କହିବା ଅନୁସାରେ ରେକର୍ଡ ଗରମ ପଛରେ ମାନବ ଜନିତ କାରଣ ବ୍ୟତୀତ, ଜଳବାୟୁ ପରିବର୍ତ୍ତନ, ଅଲ୍ ନିନୋ ପ୍ରଭାବ ଏବଂ ପାଣିପାଗରେ ପରିବର୍ତ୍ତନ ସାମିଲ ରହିଛି ।

କୋପରନିକସ ଅନୁସାରେ ଜୁନ୍, ଜୁଲାଇ ଏବଂ ଅଗଷ୍ଟରେ ହାରାହାରି ତାପମାତ୍ରା ୧୬.୮ ଡିଗ୍ରି ସେଲସିୟସ (୬୨.୨୪ ଡିଗ୍ରି ଫାରେନାଇଟ୍) ଥିଲା । ୨୦୨୩ର ପୁରୁଣା ରେକର୍ଡଠାରୁ ୦.୦୩ ଡିଗ୍ରି ସେଲସିୟସ୍ ଅଧିକ ଉଷ୍ମ ଥିଲା । କୋପରନିକସର ରେକର୍ଡ ୧୯୪୦ରୁ ଉପଲବ୍ଧ ରହିଛି, କିନ୍ତୁ ଆମେରିକା, ବ୍ରିଟିଶ ଏବଂ ଜାପାନ ରେକର୍ଡ ଅନୁସାରେ ହାରାହାରି ତାପମାତ୍ରା ଗତ ଦଶନ୍ଧିରେ ସବୁଠୁ ଅଧିକ ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଗତ ୧,୨୦,୦୦୦ ବର୍ଷରେ ଏହା ସବୁଠୁ ଅଧିକ ତାପମାତ୍ରା ।

କୋପରନିକସ ନିର୍ଦ୍ଦେଶକ କାର୍ଲେ କହିଛନ୍ତି ଯେ ୨୦୨୪ ଏବଂ ୨୦୨୩ରେ ଅଗଷ୍ଟ ମାସ ମଧ୍ୟରେ ହାରାହାରି ତାପମାତ୍ରା ୧୬.୮୨ ଡିଗ୍ରି ରହିଛି, ଯାହା ବୈଶ୍ୱିକ ତାପମାତ୍ରା ସହ ସମାନ ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଡାଟା ଦର୍ଶାଉଛି ଯେ କିପରି ଜଳବାୟୁ ପରିବର୍ତ୍ତନ ଆମ ଉପରେ କୁପ୍ରଭାବ ପକାଉଛି । ଏହା ପୂର୍ବରୁ ଗତ ବର୍ଷ ଅର୍ଥାତ୍ ୨୦୨୩ ମଧ୍ୟ ହାରାହାରି ଭାବେ ଅତ୍ୟଧିତ ଉଷ୍ମ ଥିଲା ଏବଂ ଚର୍ଚ୍ଚା ହେଉଥିଲା ଏହା ପୃଥିବୀର ସବୁଠୁ ଉତ୍ତପ୍ତ ବର୍ଷ । କିନ୍ତୁ ଏବେ ୨୦୨୪ ଡାଟାରୁ ସ୍ପଷ୍ଟ ହୋଇଛି ଯେ ଚଳିତ ବର୍ଷ ପୃଥିବୀ ଇତିହାସର ସବୁଠୁ ଗରମ ବର୍ଷ ।