ମାନବୀୟ ସହାୟତାରୁ ମେଡିସିନ୍ ଯାଏ...ଭାରତ-ୟୁକ୍ରେନ ମଧ୍ୟରେ ୪ ଏମଓୟୁ ସ୍ୱାକ୍ଷାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନିକିଆ ଗସ୍ତରେ ୟୁକ୍ରେନ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ବୈଠକ କରିବା ପରେ ଭାରତ ଏବଂ ୟୁକ୍ରେନ ୪ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷର କରିଛନ୍ତି । ପ୍ରଥମ ଏମଓୟୁ ଭାରତର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଏବଂ ୟୁକ୍ରେନ ମନ୍ତ୍ରୀଙ୍କ ମଧ୍ୟରେ ମାନବୀୟ ସାହାୟତାକୁ ନେଇ କରାଯାଇଛି । ଅନ୍ୟ ତିନି ଏମଓୟୁରେ ଭାରତ ସରକାରଙ୍କ ସଚିବ ଏବଂ ୟୁକ୍ରେନ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀ ହସ୍ତାକ୍ଷର କରିଛନ୍ତି । ପ୍ରଥମ ଏମଓୟୁରେ ମାନବୀୟ ସାହାଯ୍ୟ, ଦ୍ୱିତୀୟରେ କୃଷି, ଖାଦ୍ୟ ଏବଂ ତୃତୀୟରେ ସାଂସ୍କୃତିକ ସହଭାଗୀତାକୁ ସ୍ଥାନ ଦିଆଯାଇଛି । ଚତୁର୍ଥ ଏମଓୟୁ ମେଡିସିନ ଉପରେ ସ୍ୱାକ୍ଷାର କରାଯାଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କିଭ୍ରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିଛନ୍ତି । ଉଭୟଙ୍କ ମଧ୍ୟରେ ମରିୟିନସ୍କି ପ୍ୟାଲେସରେ ୩ ଘଣ୍ଟା ଯାଏ ବୈଠକ ହୋଇଥିଲା । ଏହି ଅବସରରେ ପିଏମ୍ ମୋଦୀ କହିଥିଲେ ଯେ ଏଠାକୁ ଶାନ୍ତି ସନ୍ଦେଶ ଧରି ଆସିଛି । ଜେଲେନସ୍କିଙ୍କୁ ଭେଟିବା ପରେ ପିଏମ୍ ମୋଦୀ କହିଛନ୍ତି ଯେ ଯୁଦ୍ଧର ବିଭୀଷିକାରୁ ଦୁଃଖ ଲାଗୁଛି । ଯୁଦ୍ଧ ପିଲାଙ୍କ ପାଇଁ ବିନାଶକାରୀ ।#WATCH | Kyiv: Prime Minister Narendra Modi says, "People from other countries also know that India has acti
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନିକିଆ ଗସ୍ତରେ ୟୁକ୍ରେନ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ବୈଠକ କରିବା ପରେ ଭାରତ ଏବଂ ୟୁକ୍ରେନ ୪ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷର କରିଛନ୍ତି । ପ୍ରଥମ ଏମଓୟୁ ଭାରତର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଏବଂ ୟୁକ୍ରେନ ମନ୍ତ୍ରୀଙ୍କ ମଧ୍ୟରେ ମାନବୀୟ ସାହାୟତାକୁ ନେଇ କରାଯାଇଛି । ଅନ୍ୟ ତିନି ଏମଓୟୁରେ ଭାରତ ସରକାରଙ୍କ ସଚିବ ଏବଂ ୟୁକ୍ରେନ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀ ହସ୍ତାକ୍ଷର କରିଛନ୍ତି । ପ୍ରଥମ ଏମଓୟୁରେ ମାନବୀୟ ସାହାଯ୍ୟ, ଦ୍ୱିତୀୟରେ କୃଷି, ଖାଦ୍ୟ ଏବଂ ତୃତୀୟରେ ସାଂସ୍କୃତିକ ସହଭାଗୀତାକୁ ସ୍ଥାନ ଦିଆଯାଇଛି । ଚତୁର୍ଥ ଏମଓୟୁ ମେଡିସିନ ଉପରେ ସ୍ୱାକ୍ଷାର କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କିଭ୍ରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିଛନ୍ତି । ଉଭୟଙ୍କ ମଧ୍ୟରେ ମରିୟିନସ୍କି ପ୍ୟାଲେସରେ ୩ ଘଣ୍ଟା ଯାଏ ବୈଠକ ହୋଇଥିଲା । ଏହି ଅବସରରେ ପିଏମ୍ ମୋଦୀ କହିଥିଲେ ଯେ ଏଠାକୁ ଶାନ୍ତି ସନ୍ଦେଶ ଧରି ଆସିଛି । ଜେଲେନସ୍କିଙ୍କୁ ଭେଟିବା ପରେ ପିଏମ୍ ମୋଦୀ କହିଛନ୍ତି ଯେ ଯୁଦ୍ଧର ବିଭୀଷିକାରୁ ଦୁଃଖ ଲାଗୁଛି । ଯୁଦ୍ଧ ପିଲାଙ୍କ ପାଇଁ ବିନାଶକାରୀ ।
#WATCH | Kyiv: Prime Minister Narendra Modi says, "People from other countries also know that India has actively planned peace efforts and you also know that our approach has been people-centric. I want to assure you and the entire world that this is India's commitment and we… pic.twitter.com/QtUAkvuMGR— ANI (@ANI) August 23, 2024
ପିଏମ୍ ମୋଦୀ ଏହି ଅବସରରେ କହିଛନ୍ତି ଯେ ୟୁକ୍ରେନ ସହ ଭାରତ ଛିଡ଼ା ହୋଇଛି ଏବଂ ଜଣେ ବନ୍ଧୁ ରାଷ୍ଟ୍ରର ଭୂମିକା ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଯାତ୍ରାକୁ ବନ୍ଧୁତା ଏବଂ ଐତିହାସିକ ବୋଲି କହିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି, 'ପ୍ରଧାନମନ୍ତ୍ରୀ ନୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ।'
#WATCH | Kyiv: EAM Dr S Jaishankar says, "PM Modi has invited Ukraine President Zelenskyy to visit India...We expect that as per his convenience President Zelenskyy will visit India..." pic.twitter.com/sBnlVqQgil— ANI (@ANI) August 23, 2024
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ଉପରେ ସାରା ଦୁନିଆର ନଜର ରହିଛି । ୧୯୯୧ରେ ୟୁକ୍ରେନ ସ୍ୱାଧୀନ ରାଷ୍ଟ୍ର ହୋଇଥିଲା । ଏହାପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଯାତ୍ରା । ପିଏମ୍ ମୋଦୀଙ୍କ ୟୁକ୍ରେନ ଗସ୍ତ ଉପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟର ବୟାନ ଆସିଛି । ମନ୍ତ୍ରଣାଳୟ କହିଛି ଯେ ସଂଘର୍ଷରେ ଜୀବନ ହରାଇଥିବା ପିଲାଙ୍କ ସ୍ମୃତିରେ ସ୍ଥାପିତ ମାର୍ମିକ ପ୍ରଦର୍ଶନୀ ଦେଖି ପିଏମ୍ ମୋଦୀ ଭାବୁକ ହୋଇଥିଲେ । ଜୀବନ ହରାଇଥିବା ପିଲାଙ୍କ ସ୍ମୃତିରେ ଖେଳନା ରଖିଥିଲେ ।